ଜାମୁଯୋରି ଗ୍ରାମରେ ଭାଲୁ ଆକ୍ରମଣରେ ଚାଷୀ ଗୁରୁତର 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନାକଟିଦେଉଳ ବ୍ଲକ୍ ଜାମୁଯୋରୀ ଗାଁ ରେ ନିଜ ଜମିକୁ ଯାଇଥିବା ବେଳେ ଜଣେ ଚାଷୀକୁ ଭାଲୁ କାମୁଡିବାରୁ ଗୁରୁତର ଆହତ ହୋଇ ରେଢାଖୋଲ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଖବର ହସ୍ତଗତ ହୋଇଛି।

ବନବିଭାଗ ସୂତ୍ରରୁ ପ୍ରକାଶ ଯେ, ନାକଟିଦେଉଳ ବନଖଣ୍ଡ ଜାମୁଜୋରୀ ଗ୍ରାମର ଗୋବିନ୍ଦ ଓରାମ(୪୫) ନିଜ ଜମିକୁ ଚାଷକାମରେ ଯାଇଥିବା ବେଳେ ଜଙ୍ଗଲରୁ ଏକ ଭାଲୁ ଆସି ତାଙ୍କର ବାମ ଗୋଡ ଜଙ୍ଘରେ କାମୁଡି ଦେଇଥିଲା। ଗ୍ରାମବାସୀ ଖବର ପାଇ ତାଙ୍କୁ ତୁରନ୍ତ ଉଦ୍ଧାର କରି ଆମ୍ବୁଲାନସ୍‌ରେ ରେଢାଖୋଲ ଡାକ୍ତରଖାନାକୁ ପଠାଇ ସେଠାରେ ଚିକିତ୍ସିତ କରାଇଥିଲେ। ଜଙ୍ଘରେ ଗଭୀର କ୍ଷତ ହୋଇଥିବା ଜଣା ପଡିଛି।

ବର୍ତ୍ତମାନ ତାଙ୍କର ଅବସ୍ଥା ଠିକ୍ ଥିବା ଜଣା ପଡିଛି। ସରକାରଙ୍କ ବନବିଭାଗ ତରଫରୁ ଆବଶ୍ୟକୀୟ ଆର୍ଥିକ ସହଯୋଗ ଆହତ ଗୋବିନ୍ଦଙ୍କୁ ଦିଆଯିବ ବୋଲି ବାଟଗାଁ ଫରେଷ୍ଟର ଅନିଲ କିସାନ୍ ପ୍ରକାଶ କରିଛନ୍ତି।

0
0
0
s2sdefault