ଯୋଜନାବଦ୍ଧ ପଦକ୍ଷେପ ଦ୍ୱାରା ସାମଗ୍ରିକ ବିକାଶ ସମ୍ଭବପର: ମନ୍ତ୍ରୀ ତୁଷାରକାନ୍ତି 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କୋଭିଡ୍ ପରବର୍ତ୍ତୀ ପୁନର୍ଗଠନ ଓ ପୁନରୁତଥାନ ନେଇ ସିଆଇଆଇ ପକ୍ଷରୁ କର୍ମଶାଳା

ଭୁବନେଶ୍ୱର(ଶାସକ ପ୍ରଶାସକ) :ସିଆଇଆଇ ପକ୍ଷରୁ ବିଶ୍ୱ ମହାମାରୀ ପରବର୍ତ୍ତୀ ସମୟରେ ପୁନର୍ଗଠନ ଏବଂ ପୁନରୁତଥାନ ସଂପର୍କିତ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛିା ଏହି କର୍ମଶାଳାରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ କୋଭିଡ୍ ମହାମାରୀ ଯୋଗୁଁ ସ୍ୱାସ୍ଥ୍ୟ, ଶିକ୍ଷା, ବ୍ୟବସାୟ, ବାଣିଜ୍ୟ, ଅର୍ଥନୀତି, ଗମନାଗମନ ଆଦି ଯଥେଷ୍ଟ ପରିମାଣରେ ପ୍ରଭାବିତ ହୋଇଥିବାରୁ ଏଥିରୁ କିପରି ବାହାରି ସମସ୍ତ ବ୍ୟବସ୍ଥାକୁ ସ୍ୱାଭାବିକ କରାଯାଇପାରିବ ସେ ସଂପର୍କରେ ଆଲୋଚନା କରିଥିଲୋ

ଏହି କର୍ମଶାଳାରେ ଇଲେକ୍ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବ ସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଯେ ଏହି ମହାମାରୀ ଯୋଗୁଁ ସମଗ୍ର ବିଶ୍ୱ ବିଶେଷ ଭାବେ ପ୍ରଭାବିତ ହୋଇଛିା ସ୍ୱାସ୍ଥ୍ୟ, ଶିକ୍ଷା, ରୋଜଗାର ଏବଂ ଅର୍ଥନୀତି କ୍ଷେତ୍ରରେ ଅନେକ ପ୍ରତିକୂଳ ପ୍ରଭାବ ପଡ଼ିଛିା ତେବେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦିଗ୍ଦର୍ଶନରେ ଓଡ଼ିଶା କୋଭିଡ୍ ମହାମାରୀକୁ ପ୍ରତିହତ କରି ବିକାଶ କାର୍ଯ୍ୟକ୍ରମକୁ ଆଗେଇ ନେବା ଲାଗି ବହୁ ପଦକ୍ଷେପ ଗ୍ରହଣ କରିପାରିଛିା

ରାଜ୍ୟ ସରକାର ସ୍ୱାସ୍ଥ୍ୟସେବାକୁ ପ୍ରାଥମିକତା ଦେଇ ନୂତନ କୋଭିଡ୍ ହସ୍ପିଟାଲ୍ ପ୍ରତିଷ୍ଠା, ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ନିଯୁକ୍ତି ସହ ଟିକାକରଣ କାର୍ଯ୍ୟକ୍ରମକୁ ବ୍ୟାପକ କରିଛନ୍ତିା କୋଭିଡ୍ ମହାମାରୀ ସମୟରେ ରାଜ୍ୟ ସରକାର କୋଭିଡ୍ ଡାସ୍ବୋର୍ଡକୁ କାର୍ଯ୍ୟକ୍ଷମ କରି ସ୍ୱାସ୍ଥ୍ୟ ଭିତ୍ତିଭୂମି, କୋଭିଡ୍ ପଜିଟିଭ୍ ଓ ନେଗେଟିଭ୍ ରିପୋର୍ଟ ତ୍ୱରିତ ଭାବେ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବାରେ ସକ୍ଷମ ହୋଇପାରିଛନ୍ତିା ଏଥି ସହିତ ହ୍ୱାଟସ୍ ଆପ୍ ଜରିଆରେ ଅନେକ ସୂଚନା ଓ ସଚେତନତାର ବାର୍ତ୍ତା ଯୋଗାଇ ଜନସାଧାରଣଙ୍କୁ କୋଭିଡ୍ ସଂକ୍ରମଣ ପ୍ରତି ସାବଧାନ କରାଯାଇପାରିଛି ବୋଲି ମନ୍ତ୍ରୀ ଶ୍ରୀ ବେହେରା ପ୍ରକାଶ କରିଥିଲୋ

ମନ୍ତ୍ରୀ ଶ୍ରୀ ବେହେରା କହିଥିଲେ ଯେ ସୁସ୍ଥ ସମାଜ ଗଠନରେ ଶିକ୍ଷା ମୂଳଦୁଆ ସଦୃଶ୍ୟ ହୋଇଥିବାବେଳେ କୋଭିଡ୍ ମହାମାରୀ ସମୟରେ ଅନ୍ଲାଇନ୍ ଜରିଆରେ ଆମେ ଅନେକ ସ୍କୁଲ ଓ କଲେଜ ପିଲାମାନଙ୍କୁ ଶିକ୍ଷା ଯୋଗାଇ ପାରିଛୁା ଏଥି ସହିତ ଟିଭି,ୟୁଟ୍ୟୁବ୍, ହ୍ୱାଟସ୍ ଆପ୍, ଜୁମ୍ ଆପ୍ ଜରିଆରେ ଆମେ ଅନ୍ଲାଇନ୍ ଶିକ୍ଷାକୁ ଅଧିକ ବ୍ୟାପକ କରିବାରେ ସକ୍ଷମ ହୋଇପାରିଛୁା ତେବେ ମହାମାରୀ ପରବର୍ତ୍ତୀ ସମୟରେ ଆମକୁ ଅନେକ ଆହ୍ୱାନର ସାମ୍ନା କରିବାକୁ ପଡ଼ିବା ଏହାକୁ ସଫଳ ମୁକାବିଲା କରିବା ପାଇଁ ଆମକୁ ଯୋଜନାବଦ୍ଧ ଭାବେ ନୂଆ ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ ବୋଲି ମନ୍ତ୍ରୀ ଶ୍ରୀ ବେହେରା ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲୋ 

ଏହି କର୍ମଶାଳାରେ ଅନ୍ୟମାନଙ୍କ ମଧ୍ୟରେ ଆଇଟି ସଚିବ ଶ୍ରୀ ମନୋଜ କୁମାର ମିଶ୍ର, ଏସ୍ଟିପିଆଇ ଡିଜି ଡ. ଓମକାର ରାୟ, ସିଆଇଆଇର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶାଶ୍ୱତ କୁମାର ପଣ୍ଡା ଏବଂ ଗୌରବ ଦାଶ ପ୍ରମୁଖ ଯୋଗଦେଇ ନିଜର ବକ୍ତବ୍ୟ ପ୍ରଦାନ କରିଥିଲୋ ପ୍ରିୟଦର୍ଶିନୀ ନାନୁ ପାଣ୍ଡେ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଅଶ୍ୱିନୀ ରଥ ଧନ୍ୟବାଦ ଅର୍ପଣ କରିଥିଲୋ 

0
0
0
s2sdefault