ପ୍ରଭୁଙ୍କ ସେବାରେ : ଶ୍ରୀଜୀଉଙ୍କ ସେବକଙ୍କ ବ୍ୟବହାର ପାଇଁ ସାନିଟାଇଜର ଓ ମାସ୍କ ଯୋଗାଇଦେଲା ପିପିଏଲ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର/ପୁରୀ(ଶାସକ ପ୍ରଶାସକ ):ମହାମାରୀ କରୋନା ଯୋଗୁ ଚଳିତ ବର୍ଷର ପବିତ୍ର ରଥଯାତ୍ରା ବିନା ଭକ୍ତରେ କଠୋର କୋଭିଡ ନିର୍ଦ୍ଦେଶାବଳୀ ଅନୁଯାୟୀ ଅନୁଷ୍ଠିତ ହେବାକୁ ଯାଉଛି। କଠୋର କୋଭିଡ କଟକଣା ଭିତରେ ପ୍ରାୟ ମାସବ୍ୟାପୀ ବିଧିପାଳନ ଓ  ପ୍ରଭୁଙ୍କର ସମସ୍ତ ରୀତିନୀତି ସେବାୟତଙ୍କ ଦ୍ୱାରା ପାଳନ କରାଯିବ ଉଭୟ ସେବାୟତ ଓ ପ୍ରଶାସନପାଇଁ ଆହ୍ବାନମୂଳକ ପରିସ୍ଥିତି ସୃଷ୍ଟି କରିଛି | ସେବାୟତ ଓ ପ୍ରଶାସନ ଏଥିପାଇଁ ମଧ୍ୟ  ବିଶେଷ ଯତ୍ନବାନ ହୋଇ କାର୍ଯ୍ୟ ଜାରି ରଖିଛନ୍ତି | କାରଣ ସେମାନଙ୍କ ସ୍ୱାସ୍ଥ୍ୟ ଓ ନିରାପତ୍ତା ବର୍ତ୍ତମାନ ସମସ୍ତଙ୍କ ପାଇଁ ସର୍ବୋଚ୍ଚ ପ୍ରାଥମିକତା | ଏଭଳି ଆହ୍ବାନମୂଳକ ପରିସ୍ଥିତିରେ ଶ୍ରୀମନ୍ଦିର ପ୍ରଶାସନକୁ ସହଯୋଗର ହାତ ବଢ଼ାଇଦେଇଛି ପାରାଦୀପ ଫସଫେଟ୍ସ ଲିମିଟେଡ୍ (ପିପିଏଲ) | ମହାମାରୀ ପରିସ୍ଥିତିରେ ସେବାୟତମାନଙ୍କ ସ୍ୱାସ୍ଥ୍ୟ ନିରାପତ୍ତାକୁ ଦୃଷ୍ଟିରେ ରଖି ସେମାନଙ୍କ ବ୍ୟବହାର ଲାଗି ପିପିଏଲ ପ୍ରାୟ ୧ ଲକ୍ଷ ଟଙ୍କା ମୂଲ୍ୟର ସାନିଟାଇଜର ଏବଂ ମାସ୍କ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନକୁ ଯୋଗାଇଦେଇଛି | ଏହି ସାନିଟାଇଜର ଏବଂ ମାସ୍କ ଅଣସର ସେବା ଠାରୁ ନୀଳାଦ୍ରୀ ବିଜେ ପର୍ଯ୍ୟନ୍ତ  ସେବାୟତମାନେ ବ୍ୟବହାର କରିପାରିବେ | ରଥଯାତ୍ରା, ବାହୁଡାଏବଂ ସୁନାବେଶ ସମୟରେ ମହାମାରୀର ସଂକ୍ରମଣକୁ ନିୟନ୍ତ୍ରଣ କରିବାରେ ଏହା ବେଶ ସହାୟକ ହୋଇପାରିବ |

ଆଜି ପିପିଏଲର  କର୍ପୋରେଟ୍ ବ୍ୟାପାରର ମୁଖ୍ୟ ଶ୍ରୀ ସୁଧୀ ରଂଜନ ମିଶ୍ର ସାନିଟାଇଜର ଏବଂ ମାସ୍କଗୁଡ଼ିକୁ ମନ୍ଦିର ପ୍ରଶାସନିକ କାର୍ଯ୍ୟାଳୟରେ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାରଙ୍କୁ ପ୍ରଦାନ କରିଥିଲେ। ଉନ୍ନୟନ  ପ୍ରଶାସକ ଶ୍ରୀ ଅଜୟ କୁମାର ଜେନା ମଧ୍ୟ ଏ ଅବସରରେ  ଉପସ୍ଥିତ ଥିଲେ। ପିପିଏଲ ଏପରି ସମୟୋଚିତ ମହତ ପଦକ୍ଷେପ ପାଇଁ  ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କୁମାର ପିପିଏଲ ପରିଚାଳନା କର୍ତ୍ତୃପକ୍ଷଙ୍କୁ  ଧନ୍ୟବାଦ ଜଣାଇଛନ୍ତି।

ସୂଚନାଯୋଗ୍ୟ ଯେ, ଏହି ମହାମାରୀରେ ପିପିଏଲ୍ ଜଣ ସମୁଦାୟ ଏବଂ ସରକାରଙ୍କୁ ପରିସ୍ଥିତି  ସହ ଲଢ଼ିବା ପାଇଁ ନିରବଛିନ୍ନ ଭାବେ ସହଯୋଗର ହାତ ବଢ଼ାଇ ଆସିଛି |  ଭବିଷ୍ୟତରେ ମଧ୍ୟ ଏପରି ସହଯୋଗ ଜାରି ରଖିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ପିପିଏଲ ପକ୍ଷରୁ କୁହାଯାଇଛି | 

0
0
0
s2sdefault