ହେଡଲାଇନସ୍:

ଏଇ ସିନା ମଣିଷ ପଣିଆ : ମନ ଛୁଉଁଚି ଯୁବ ସମାଜସେବୀ ସୁରେଶ କାମ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବ୍ୟାସନଗରରୁ ବିଶ୍ୱଜିତ ମାଝୀ :ଚାନ୍ଦମା ଗ୍ରାମର ପୂର୍ଣ୍ଣଚନ୍ଦ୍ର ସାହୁ (ପୁନିଆଁ)କିଛିଦିନ ତଳେ ଚାନ୍ଦମା ଛକ ନିକଟରେ ସଂଧା ସମୟରେ ଘରକୁ ଫେରୁଥିବା ସମୟରେ ପୂର୍ଣ୍ଣଚନ୍ଦ୍ର ନିଶାଗ୍ରସ୍ତ ଅବସ୍ଥାରେ ରାସ୍ଥାକଡ଼ରେ ପଡ଼ିଯାଇଥିଲେ ।ତାଙ୍କ ପାଖରେ ପ୍ରାୟ ୧୦ ହଜାର ଟଙ୍କାରୁ ଉର୍ଧ୍ଵ  ଥିଲା ବୋଲି ଜଣାପଡ଼ିଥିଲା । ଏହି ସମୟରେ ସେହି ରାସ୍ତାରେ ଯୁବସମାଜ ସେବୀ ତଥା ସାମ୍ବାଦିକ  ସୁରେଶ କୁମାର ହୋତା ଯାଉଥିଲେ । ହଠାତ୍ ତାଙ୍କର ଆଖି ରାସ୍ତା କଡ଼କୁ ପଡ଼ିଯାଇଥିଲା ଓ ସେ ଦେଖିଲେ କିଏ ଜଣେ ନିଶାଗ୍ରସ୍ତ ହୋଇ ପଡ଼ିଛି । ସେ ସାଙ୍ଗେ ସାଙ୍ଗେ ଗୋଟିଏ ପାନ ଦୋକାନ କୁ ଦୌଡ଼ିଯାଇ ପାଣିବେତଲ ଟିଏ ଆଣି ତାଙ୍କ ମୁହଁରେ ପାଣିମାରି ତାଙ୍କୁ ପାଣି ପିଇବାକୁ ଦେଇଥିଲେ ।  ପୁନିଆର ଚେତା ଫେରିବାରୁ ଅନ୍ୟଜଣେ ସହଯୋଗୀଙ୍କୁ ଡ଼ାକି ସୁରେଶ ତାଙ୍କୁ ନେଇ ତାଙ୍କ ଘରେ ପହଞ୍ଚାଇଥିଲେ । ଏବଂ ଅର୍ଥରାଶିଙ୍କୁ ତାଙ୍କ ସ୍ତ୍ରୀଙ୍କୁ  ହସ୍ତାନ୍ତର କରିଥିଲେ । ସୁରେଶ ହୋତାଙ୍କ ଏହି ମହତ୍ୱପୁର୍ଣ୍ଣ କାର୍ଯ୍ୟକୁ ପୁନିଆର ପରିବାର ଓ ଚାନ୍ଦମା ଗ୍ରାମର ସମସ୍ତ ବୁଦ୍ଧିଜୀବି ଖୁବ୍ ପ୍ରସଂଶା କରିଥିଲେ ।   

 ବ୍ୟାସନଗର ପୈାର ପରିଷଦ ଅନ୍ତର୍ଗତ ଚାନ୍ଦମା ଗ୍ରାମର ଯୁଚ ସମାଜସେବୀ  ସୁରେଶ କୁମାରହୋତାଙ୍କ ଦୀର୍ଘ ଏକବର୍ଷ ଧରି ବିଭିନ୍ନ ସ୍ଥାନରେ ସ୍ୱଚ୍ଛଭାରତ ଅଭିଯାନ କରିଛନ୍ତି ।ଏହି ଅଭିଯାନକୁ ସଫଳ କରିବାପାଇଁ ଓ ୟୁ.ଡ଼ବ୍ଲ.ଜେ ସାମ୍ବାଦିକ ସଂଘର ଯୁବକ ଯୁବତୀ ବୁଦ୍ଧିଜୀବୀ ଓ ସତ୍ୟସାଇ ସେବା ସଂଗଠନ ସହଯୋଗରେ ଶ୍ରୀ ହୋତା ୧୦୧ଥର ସ୍ୱଚ୍ଛଭାରତ ଅଭିଯାନ କରିଛନ୍ତି ।ବ୍ୟାସନଗର ପୌରପରିସଦର ବିଭିନ୍ନ ସ୍ଥାନ ମାନଙ୍କରେ ପ୍ରାୟ ୫୦ଥରରୁ ଉଦ୍ଧ୍ୱର୍ ଏହି ଅଭିଯାନ ହୋଇଅଛି ।ଏହି ପୌରପରିଷଦର ବିଭିନ୍ନସ୍ଥାନ ଗୁଡ଼ିକ ଚାନ୍ଦମା ସୁବର୍ଣ୍ଣମୁଖୀ ପୀଠ,ଶନି ମନ୍ଦିର ପୀଠ,ହନୁମାନ ମନ୍ଦିର ପୀଠ,ରଘୁନାଥ ଜିଉ ପୀଠ,ମା ହିଙ୍ଗୁଳା ପୀଠ, ଚନ୍ଦନେଶ୍ୱର ପୀଠ,ବ୍ରହ୍ମଚାରୀ ସାହି,ବ୍ରାହ୍ମଣ ଶାସନ,କୁମ୍ଭାର ସାହି,ତଳ ସାହି,କର୍ଣ୍ଣେଇପୁର,ସରକାରୀ ଡ଼ାକ୍ତରଖାନା ପରିସର,ବସ୍ଷ୍ଟାଣ୍ଡ ପରିସର,ଗୋପବନ୍ଧୁ ଛକ ପନାସିଆ କଲୋନୀ ମାନଙ୍କରେ ସ୍ୱଚ୍ଛଭାରତ ଅଭିଯାନ କରାଯାଇଥିଲା ।ସବୁଠାରୁ ବଡ଼ ସ୍ୱଚ୍ଛଭାରତ ଅଭିଯାନ ପୁରୀ ଶ୍ରୀ ମନ୍ଦିରର ଭିତରେ ଥିବା ସ୍ନାନ ମଣ୍ଡ.ଆନନ୍ଦବଜାର,ଜଗନ୍ନାଥ ମନ୍ଦିର,ଶ୍ରୀମନ୍ଦିର ବେଢ଼ା ଚତୁପାଶ୍ୱର୍,ବଡ଼ଦାଣ୍ଡରେ ଏହି ଯୁବକଯୁବତୀ ଓ ବୃଦ୍ଧିଜୀବୀଙ୍କୁ ଧରି ସଫେଇ କାର୍ଯ୍ୟ କରିଛନ୍ତି ।ଏତତ୍ ବ୍ୟତିତ ଘଟଗାଁ ମା’ ତାରିଣୀ ପୀଠ ରେ ତୀର୍ଥଯାତ୍ରୀ ବସଷ୍ଟାଣ୍ଡ ଠାରେ ସଫେଇ କାର୍ଯ୍ୟ କରିଥିଲେ ।ଏହି ଅଭିଯାନକୁ ସଫଳ କରିବାପାଇଁ ଚାନ୍ଦମା ଗ୍ରାମର ବୁଦ୍ଧୀଜୀବୀ,ସତ୍ୟସାଇ ସେବା ସଂଗଠନର କାର୍ମକତ୍ତା ଯୁବ ସମାଜସେବୀ ସୁରେଶ କୁମାର ହୋତା,ଖଗେଶ୍ୱର ମଲ୍ଲିକ,ସୁଦର୍ଶନ ବଳ,ସୁରେନ୍ଦ୍ର ସାମଲ,ହରିହର ସେଠୀ ଏବଂ ସତ୍ୟସାଇ ବାଲ୍ବିକାଶର କର୍ମକର୍ତ୍ତା ଓ ଛାତ୍ରଛାତ୍ରୀ ମଧ୍ୟ ସହଯୋଗ କରିଥିଲେ । ଏହି ବୃଦ୍ଧିଜୀବୀ ମହଲରେ ପ୍ରଶଂସା ଦେଖିବାକୁ ମିଳୁଛି ।  

 

0
0
0
s2sdefault