ଅବକାରୀ ଚଢ଼ାଉ, ବିପୁଳ ପରିମାଣର ଦେଶୀ ରନ୍ଧା ମଦ ଓ ଗୁଡ଼ ପୋଚ ସହିତ ମଦ ତିଆରି ସରଞ୍ଜାମ ଜବତ । 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭଦ୍ରକ ବ୍ଲକ୍ (ସୀତାକାନ୍ତ ପାଢ଼ୀ):ଭଦ୍ରକ ଅବକାରୀ ଅଧିକ୍ଷକ ଶ୍ରୀ ପ୍ରଦୀପ୍ତ କୁମାର ଦାସଙ୍କ ନିର୍ଦ୍ଦେଶକ୍ରମେ ଓ  ଅବକାରୀ ନିରୀକ୍ଷକ ଶ୍ରୀ ଧନେଶ୍ୱର ବରାଡ଼ଙ୍କ ନେତୃତ୍ୱରେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଭଦ୍ରକ ଭାମ୍ୟମାଣ ସ୍କ୍ୱାଡ଼ ଭାରପ୍ରାପ୍ତ ଅଧିକାରୀ ଶ୍ରୀ ବ୍ରଜମୋହନ ମଲିକ ଏବଂ ଭଦ୍ରକ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ବଳ ଓ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ଵାରା ପୁରୁଣାବଜାର ଥାନା ଅନ୍ତର୍ଗତ ମିର୍ଜାପୁର ଓ ସାବରଙ୍ଗ ଥାନା ଅନ୍ତର୍ଗତ ନଛିପୁର ଗ୍ରାମ ଅଞ୍ଚଳରେ ଥିବା ନଦୀକୂଳରେ ଚାଲିଥିବା ବେଆଇନ ଦେଶୀ ମଦ ପ୍ରସ୍ତୁତି କାରଖାନା ଉପରେ ଚଢ଼ାଉ କରାଯାଇ ୫୦୦ ଲିଟର ଗୁଡ଼ ପୋଚ, ୫୦ ଲିଟର ଦେଶୀ ରନ୍ଧା ମଦ ଓ ବିପୁଳ ପରିମାଣର ମଦ ତିଆରି ସରଞ୍ଜାମ ଜବତ କରାଯାଇଛି  ।

 ଚଢ଼ାଉର ଖବର ପାଇ ମଦ ମାଫିଆମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଜବତ ହୋଇଥିବା ଦେଶୀ ରନ୍ଧା ମଦ, ଗୁଡ଼ ପୋଚ ଓ ମଦ ତିଆରି ସରଞ୍ଜାମ ର ଆନୁମାନିକ ମୂଲ୍ୟ  ୦୧ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଉକ୍ତ ଚଢାଉରେ ଏ.ଏସ୍‌.ଆଇ ପ୍ରହଲ୍ଲାଦ ସାମଲ, ଭବେଶ ଦାସ, ଦୀପକ ରାଉତ, ନନ୍ଦୁ ନାୟକ ଓ ସନ୍ତୋଷ ଦାସ, କନେଷ୍ଟବଳ ପ୍ରଦୀପ ମଲ୍ଲିକ, ରମେଶ ଚନ୍ଦ୍ର ନାୟକ, ଅଜିତ କୁମାର ସିଙ୍କୁ, ସତ୍ୟରଞ୍ଜନ ସେଠୀ, ଅନବାଦିତ୍ୟ ବାରିକ,ଖଗେଶ୍ବର ଜେନା, ମିଥୁନ ଜେନା, ରଶ୍ମିରେଖା ଜେନା, ଜେମାମଣି ଜାମୁଡା ପ୍ରଭୃତି ସାମିଲ ଥିଲେ  ।

0
0
0
s2sdefault