ସ୍ଥାନୀୟ ଜନସାଧାରଣ ଓ ଲୋକ ପ୍ରତିନିଧିଙ୍କ ମନରେ ତୀବ୍ର ଅସନ୍ତୋଷ
କାଶୀପୁର ରୁ ବୈକୁଣ୍ଠ ଦୁରିଆ : ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଏକ ପଛୁଆ ଅଞ୍ଚଳ ହୋଇ ଥିଲେ ମଧ୍ୟ ସରକାର ଏଥି ପ୍ରତି ଧ୍ୟାନ ଦେଉନଥିବା ଯୋଗୁଁ ସ୍ଥାନୀୟ ଲୋକଙ୍କ ମନରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି | ଏହି କାରଣରୁ ଭୀଷଣ ଭାବେ ଅସନ୍ତୁଷ୍ଟ ସ୍ଥାନୀୟ ଲୋକ ପ୍ରତିନିଧି | ବିକାଶମୂଳକ କାର୍ଯ୍ୟ ଏକପ୍ରକାର ଠପ ହୋଇ ପଡିଥିବା ବେଳେ ଏଠି ନେଇ ସଦର ଟିକିରି ହନୁମାନ ମନ୍ଦିର ଠାରେ କାଶୀପୁର ବ୍ଲକ ବାସିନ୍ଦା ଓ ଲୋକ ପ୍ରତିନିଧି ମାନେ ଏକତ୍ରିତ ହୋଇ ଏ ପ୍ରସଙ୍ଗରେ ଆଲୋଚନା କରିଛନ୍ତି |
ଦୀର୍ଘ ମାସ ହେବ କାଶୀପୁର ବ୍ଲକ କାର୍ଯ୍ୟାଳୟ ରେ ବିଡ଼ିଓ ପଦବୀ ଖାଲି ପଡ଼ିଥିବା ବେଳେ ଏହି କରନା ମହାମାରୀ ସମୟରେ ଏଠାରେ ବିଡ଼ିଓ ନିଯୁକ୍ତି ପାଇଁ ବି ସରକାର ଉଚିତ ମାନେ କରୁନାହାନ୍ତି | ଫଳରେ କାଶୀପୁର ଅଞ୍ଚଳ ର ବିକାଶ ମୂଳକ କାର୍ଯ୍ୟ କ୍ରମ ଉପରେ ବାଧା ସୃଷ୍ଟି ହେଉଥିବା ସ୍ପଷ୍ଟ ଅନୁମେୟ ହେଉଛି | ରାଜ୍ୟ ସରକାରଙ୍କ ଚିଠି ସଂଖ୍ୟା 8007 7.05.2021ତାରିଖ ଦିନ କାଶୀପୁର ବ୍ଲକ ପାଇଁ ଶ୍ରୀ ଜ୍ଞାନ ରଞ୍ଜନ ମାଝୀଙ୍କୁ ନିଯୁକ୍ତି ପାଇଁ ସରକାରୀ ଆଦେଶ ହୋଇଥିଲା | କିନ୍ତୁ ଏକ ମାସରୁ ଉର୍ଦ୍ଧ ହେବ ଶ୍ରୀ ମାଝୀ ଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ରିଲିଭ କରି ନଥିବା ସୂଚନା ମିଳିଛି | ଏହାକୁ ନେଇ କାଶୀପୁର ଅଞ୍ଚଳ ବାସି ଓ କାଶୀପୁର କୁଇ ସମାଜ ମଧରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳୁଛି | ଆଗାମୀ ଦିନରେ ଏହି ସମସ୍ୟା ପ୍ରତି ଜିଲ୍ଲା ପ୍ରଶାସନ କୁ ଅବଗତ କରାଇ କାଶୀପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ କରାଯିବ ବୋଲି ବ୍ଲକ ଅଧକ୍ଷା ଶ୍ରୀମତି ରୁଆଇ ମାଝୀ ଜିଲ୍ଲାପରିଷଦ ସଭ୍ୟ ନୀଳକଣ୍ଠ ଝଡ଼ିଆ, ପାତିଡି ମାଝୀ, ସନ୍ଦୁ ମାଝୀ, ବନମାଳି ମାଝୀ, ଶିବ ମାଝୀ, ଗୋବିନ୍ଦ ମାଝୀ ଓ ଅନ୍ୟାନ୍ୟ ସରପଞ୍ଚ ସମିତି ସଭ୍ୟମାନେ କହିଛନ୍ତି |