କାଶୀପୁର ରୁ ବୈକୁଣ୍ଠ ଦୁରିଆ : ରାୟଗଡ଼ ଜିଲ୍ଲା କାଶିପୁର ବ୍ଲକ ଅନ୍ତର୍ଗତ ଗୋଡ଼ିବାଲି ପଞ୍ଚାୟତ ଅଧିନସ୍ତ କଦମ୍ ଚୋରା ଗାଁ । ଏଠି ମଣିଷର ସର୍ବନିମ୍ନ ମୌଳିକ ଆବଶ୍ୟକତା ପାଣି ପାଇଁ ଡହଳ ବିକଳ ଲୋକେ | ୧୭ ପରିବାର ବସବାସ କରୁଥିବା ଏଇ ଗାଁରେ ପ୍ରଶାସନ ଅପହଞ୍ଚ । ଲୋକଙ୍କ ଗୁହାରି ବି ପ୍ରଶାସନର କାନ ପରଦାକୁ ଛୁଉଁନି | କର୍ମକୁ ଆଦରି ନିଜ ମୌଳିକ ସୁବିଧା ଅଧିକାର ରୁ ବଞ୍ଚିତ ହୋଇ ରହିବାକୁ ସତେ ଯେମିତି ସେମାନେ ବାଧ୍ୟ।
ଗାଁ ରେ ଅନେକ ସମସ୍ୟା ରହିଛି ଆଜି ଯାଏଁ ସରକାରୀ ଘର ଟିଏ ଗାଁ ରେ କେହି ପାଇ ନାହାନ୍ତି ନାଁ ଗାଁ ରେ ଅଛି ଉପଯୋଗୀ ଶୌଚାଳୟ ସେମିତି ପାନୀୟ ଜଳ ସମସ୍ୟା ତ ଦେଖିଲେ ଦୁଃଖ ଲାଗୁଛି କେମିତି ବଞ୍ଚୁଛନ୍ତି ଏମାନେ। ଗାଁ ପାଖ କିଛି ଦୂରରେ ନଳକୂପ ଟିଏ ଅଛି କିନ୍ତୁ ତାହା ନାମକୁ ମାତ୍ର , ଗୋଳିଆ ପାଣି ଓ ଛୋଟ ଛୋଟ ଲୁହା ଖଣ୍ଡ ବାହାରୁଛି ନଳକୂପରୁ ସେପଟେ ଫୋରେଷ୍ଟ୍ ଡିପାର୍ଟମେଣ୍ଟ ତରଫରୁ ଗାଁ ମୁଣ୍ଡରେ ଝରୁଥିବା ଝରଣା ସ୍ରୋତକୁ ଏକ ପାଇପ୍ ସାହାଯ୍ୟରେ ଆଣି ଏକ କୁଣ୍ଡ କରି ସେଥିରେ ପାଣି ଜମା ହେବା ପରେ ତାକୁ ପାଇପ୍ ସାହାଯ୍ୟରେ ଗାଁ କୁ ପହଞ୍ଚୁଥିଲା ପାଣି ଏବଂ ଲୋକେ ଏହାକୁ ବ୍ୟବହାର କରୁଥିଲେ କିନ୍ତୁ ଅତ୍ୟାଧିକ ମାତ୍ରାରେ ବର୍ଷା ଜଳ ହୋଇଯିବାରୁ ଏଇ ପାଇପ୍ ସବୁ ବାହାରି ପଡ଼ିଲା | ଯାହା ଫଳରେ ଏଇ ପାଣି ବି ଲୋକେ ଆଉ ପାଇ ପାରିଲେ ନାହିଁ |ତାପରେ ବାଧ୍ୟ ହୋଇ ଗାଁ ପାଖ ନାଳ ପାଖରେ ଚୁଁଆ ଟିଏ ଖୋଳି ଏ ପାଣିକୁ ବ୍ୟବହାର କରିଲେ। ପାହାଡ଼ ଚଢ଼ି ପୁଣି ଓହ୍ଲେଇ ପାଣି ଆଣିବା ବହୁତ୍ କଷ୍ଟ ବାଧ୍ୟ ତଥାପି ବଞ୍ଚିବା ପାଇଁ ଲୋକେ ବାଧ୍ୟ ହୋଇ ଏଇ ଚୁଁଆ ପାଣି ପାଇଁ ଆସୁଛନ୍ତି ନେବାକୁ। ବାରମ୍ବାର ସ୍ଥାନୀୟ ସରପଞ୍ଚ ଓ ପ୍ରଶାସନ ଅଧିକାରୀଙ୍କୁ ଅଭିଯୋଗ ଜଣେଇଲା ପରେ ବି କେହି କର୍ଣ୍ଣପାତ କରୁନଥିବା କଥା ଗାଁ ଲୋକ ଜଣେଇ ଛନ୍ତି। ସେମିତି ଭୋଟ ସମୟରେ ନେତା ମନ୍ତ୍ରୀ ମାନଙ୍କର ଦେଖା ମିଳେ | ଆଉ ସବୁ ସୁବିଧା କରିଦେବୁ ବୋଲି ପ୍ରତିଶ୍ରୁତି ମିଳେ | କିନ୍ତୁ ଭୋଟ ପାଇ ଜିତିଯିବା ପରେ ଆଉ ତାଙ୍କର ଦେଖା ମିଳେ ନାହିଁ | ସେଥିପାଇଁ ତାଙ୍କର ମୌଳିକ ସୁବିଧା ଅଧିକାର ନ ମିଳିଲେ ଭୋଟ ବର୍ଜନ କରିବାକୁ ବାଧ୍ୟ ହେବେ ବୋଲି କହିଛନ୍ତି | ଏବେ ଗାଁରେ ଜଳ ସମସ୍ୟା ସମାଧାନ ପାଇଁ ବୋର୍ ବା ସୋଲାର ସାହାଯ୍ୟରେ ପାଣି ଯୋଗେଇ ଦେବାକୁ ପ୍ରଶାସନ ପାଖରେ ନିବେଦନ ମଧ୍ୟ ଜଣେଇଛନ୍ତି ।