ବାରିପଦା(ଦିଲ୍ଲୀପ ମହାନ୍ତି)- କୋଭିଡ ୧୯କୁ ନେଇ ଲକଡାଉନ କାରଣରୁ ଆଜକୁ ତିନି ମାସରୁ ଅଧିକ ହେବ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଚଳାଚଳ ବନ୍ଦ ରହିଛି । ଫଳରେ ଯାତ୍ରୀ ପରିବହନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଠପ ହୋଇଯାଇଛି ଥିବାରୁ ପରିବହନ କର୍ମଚାରୀମାନେ ବିଭିନ୍ନ ଦୁଃଖ ଦୁର୍ଦ୍ଦଶା ମଧ୍ୟଦେଇ ଗତିକରୁଛନ୍ତି । ପରିବାରର ଭରଣ ପୋଷଣ ଭାର ଉଠାଇବା ଅସମ୍ଭବ ହୋଇପଡିଛି । ଏହି ସମୟରେ ସେମାନଙ୍କୁ କୌଣସି ସରକାରୀ ସହାୟତା ମିଳି ପାରିନଥିବାରୁ ଆର୍ଥିକ ଅବସ୍ଥା ବିଗିଡିବାରେ ଲାଗିଛି ।
ଏଣୁ, ବସ କର୍ମଚାରୀମାନଙ୍କୁ ଆର୍ଥିକ ସହାୟତା ସାଙ୍ଗକୁ ମାଗଣାରେ ରେଶନ ସାମଗ୍ରୀ ଯୋଗାଇ ଦେବା ନିମନ୍ତେ ମୟୂରଭଞ୍ଜ ବସ ମାଲିକ ସଂଘ ପକ୍ଷରୁ ଆଜି ଏକ ପ୍ରତିନିଧି ଦଳ ଜିଲ୍ଲାପାଳ ବିନୀତ ଭରଦ୍ବାଜ ଓ ବାରିପଦା ବିଧାୟକ ପ୍ରକାଶ ସୋରେନଙ୍କୁ ଭେଟି ସରକାର ଓ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି ।ଏଥିସହିତ ଜିଲ୍ଲାପାଳ ସକରାତ୍ମକ ପଦକ୍ଷେପ ଗ୍ରହଣ କରିବା ସହ ସମସ୍ତ ବସ୍ କର୍ମଚାରୀଙ୍କୁ ୫000 ଟଙ୍କା ସହାୟତା ଓ ରେଶନ ସାମଗ୍ରୀ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ସୁପାରିଶ କରାଇବାକୁ ଦାବି କରିଛନ୍ତି ।