କର୍ମୀଙ୍କ ମନୋବଳ ବଢାଇବାକୁ ବିଜେପି ସଭାପତିଙ୍କ ଭିତ୍ତିହୀନ ବିବୃତ୍ତି: ବିଜେଡି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : "ଶ୍ରୀ ସମୀର ମହାନ୍ତି ହେଉଛନ୍ତି ବିଜେପି ଦଳର ରାଜ୍ୟ ସଭାପତି । ତାଙ୍କର କର୍ତ୍ତବ୍ୟ ହେଉଛି ରାଜ୍ୟରେ ହତାଶ ହୋଇପଡିଥିବା ବିଜେପିର କର୍ମୀମାନଙ୍କ ମନୋବଳ ବଢାଇବା, ଯେଉଁଥିପାଇଁ ସେ ଆଜି ପୁଣି ଏକ ସାମ୍ବାଦିକ ସମ୍ମିଳନୀରେ ଏକାଧିକ ଭିତ୍ତିହୀନ ଏବଂ ମନଗଢା ବିବୃତ୍ତିମାନ ଦେବାକୁ ଚେଷ୍ଟା କରିଛନ୍ତି । ପଶ୍ଚିମବଙ୍ଗରେ ପରାଜୟ ଏବଂ କର୍ଣ୍ଣାଟକ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଏବଂ ଅନ୍ୟାନ୍ୟ ରାଜ୍ୟରେ ସାଂଗଠନିକ ସମସ୍ୟା ସୃଷ୍ଟି ହେବା ପରେ ଓଡିଶାର ବିଜେପି କ୍ୟାଡରମାନେ ଆତ୍ମବିଶ୍ୱାସ ହରାଉଥିବାରୁ ସେମାନଙ୍କୁ ସଞ୍ଜିବନୀ ଦେବାକୁ ଯାଇ ଶ୍ରୀ ମହାନ୍ତି ଏଭଳି ଅଭିଯୋଗ କରୁଛନ୍ତି"  ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି । 

ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ବିଜେଡି ମୁଖପାତ୍ର କହିଛନ୍ତି ଯେ ଆଜି ବିଜେପି ସାମ୍ବାଦିକ ସମ୍ମିଳନୀରୁ ଜଣାପଡୁଛି ଯେ ଓଡିଶା ବିଜେପି ସଭାପତି ଶ୍ରୀ ମହାନ୍ତି ଗତ ଏକ ବର୍ଷ ମଧ୍ୟରେ ଉତ୍ତରପ୍ରଦେଶ, ହରିୟାଣା ଏବଂ ପଞ୍ଜାବରେ ଚାଲିଥିବା କୃଷକ ଆନ୍ଦୋଳନ ବିଷୟରେ ଉଲ୍ଲେଖ କରିବାକୁ ଅତି ସହଜରେ ଭୁଲି ଯାଇଛନ୍ତି ।

ଏଥିରୁ ଜଣାପଡୁଛି ଯେ ରାଜ୍ୟ ବିଜେପି ସଭାପତି ତାଙ୍କ ଦଳର ନିର୍ବାଚନୀ ଇସ୍ତାହାରକୁ ବି ଭୁଲି ଯାଇଛନ୍ତି ଯେଉଁଥିରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‍ଏସ୍‍ପି) ୧.୫ ଗୁଣ ବୃଦ୍ଧି କରିବା ଏବଂ ଦୀର୍ଘ ଦିନ ଧରି ବିଚାରାଧୀନ ଥିବା ସ୍ୱାମୀନାଥନ କମିଶନ ରିପୋର୍ଟ ସୁପାରିଶକୁ କାର୍ଯ୍ୟକାରୀ କରିବାକୁ ପ୍ରତିଶ୍ରୁତି ଦିଆଯାଇଥିଲା । ଯଦିଓ ରାଜ୍ୟ ବିଜେପି ସଭାପତି ଏହାକୁ ଭୁଲି ଯାଇଛନ୍ତି, କିନ୍ତୁ ଓଡିଶାର ଲୋକମାନେ ଏହାକୁ ଭୁଲି ନଥିବା ବିଜେଡି ମୁଖପାତ୍ର କହିଛନ୍ତି ।

ଧାନ କିଣା ବାବଦରେ କେନ୍ଦ୍ର ସରକାରଙ୍କ ଉପରେ ବାକିଆ ପଡିଥିବା ୬୬୨୦କୋଟି ଟଙ୍କାର ସବସିଡ୍‍ ଅର୍ଥ ଯାହାକି ବର୍ତ୍ତମାନ ସୁଦ୍ଧା ରାଜ୍ୟକୁ ମିଳିନାହିଁ ସେହି ପ୍ରସଙ୍ଗକୁ ଶ୍ରୀ ମହାନ୍ତି ଜାଣିଶୁଣି ଅଣଦେଖା କରିଛନ୍ତି । ଏହାଛଡା ଓଡିଶାର ପ୍ରାୟ ୧୦ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳକୁ ବି କେନ୍ଦ୍ର ସରକାର ଉଠାଉ ନାହାନ୍ତି । 

ଗ୍ରାମୀଣ ଗୃହ ନିର୍ମାଣ ପ୍ରସଙ୍ଗରେ ବୋଧହୁଏ ସେ ଜାଣି ନାହାଁନ୍ତି ଯେ ଗ୍ରାମାଞ୍ଚଳ ଗୃହ ନିର୍ମାଣରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ କେନ୍ଦ୍ର ସରକାର ଓଡିଶାକୁ ପୁରସ୍କୃତ କରିଛନ୍ତି । ବିଜେପି ବାରମ୍ବାର ଏଭଳି ଭିତ୍ତିହୀନ ଏବଂ ମିଥ୍ୟା ବିବୃତ୍ତି ଦେଇ ଓଡିଶାର ଲୋକଙ୍କୁ ବିଭ୍ରାନ୍ତ କରିବାରେ ସମର୍ଥ ହେବ ନାହିଁ ବୋଲି ବିଜେଡି ମୁଖପାତ୍ର ଶ୍ରୀ ମହାନ୍ତି କହିଛନ୍ତି । 

 

0
0
0
s2sdefault