ବିଜେଡ଼ି ସଙ୍ଗଠନ ପୁର୍ନଗଠିତ ; ନବ ନିଯୁକ୍ତ କର୍ମକର୍ତ୍ତାମାନଙ୍କୁ ଶୁଭେଚ୍ଛା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା (ଦିଲ୍ଲୀପ ମହାନ୍ତି)- ବିଜୁ ଜନତା ଦଳର ସୁପ୍ରମୋ ନବୀନ ପଟ୍ଟନାୟକ ଆସନ୍ତା ତ୍ରୀସ୍ତରୀୟ ପଞ୍ଚାୟତ ଏବଂ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ଦଳର  ବିଭିନ୍ନ ସଂଗଠନକୁ ସୁଦୃଢ କରିବା ଉଦେ୍ଧଶ୍ୟରେ ମୟୂରଭଞ୍ଜ ବିଜୁ ମହିଳା ଜନତା ଦଳକୁ ସୁସଙ୍ଗଠିତ ଓ ପୁର୍ନଗଠିତ କରାଇଛନ୍ତି  । ଏହି ଅବସରରେ ମୟୂରଭଞ୍ଜ ଜିଲ୍ଲା-୧ରେ ବାରିପଦା ପୌରପରିଷଦର ପୂର୍ବତନ ଉପନଗରପାଳ ଦିପ୍ତିଲତା ମିଶ୍ର ଏବଂ ମୟୂରଭଞ୍ଜ ସଙ୍ଗଠନ ଜିଲ୍ଲା-୨ର ସଭାପତି ଭାବେ ତନୁଜା ମହାନ୍ତଙ୍କୁ ବିଜୁ ମହିଳା ଜନତା ଦଳର ସଭାପତି ଭାବେ ମନୋନୀତ କରିଛନ୍ତି । ସେହିପରି ବିଜେଡ଼ିର ରାଜ୍ୟ କମିଟିରେ ବାରିପଦା ପୌରପରିଷଦର ପୂର୍ବତନ କାଉନସିଲର ସୀମା ଦାସଙ୍କ ଉପରେ ପୁଣି ଥରେ ଦଳର ସୁପ୍ରମୋ ମୁଖ୍ୟମନ୍ତ୍ରୀ ନବୀନ ଆସ୍ଥା ପ୍ରକଟ କରି ତାଙ୍କୁ ରାଜ୍ୟ ସାଧାରଣ ସମ୍ପାଦିକା ଭାବେ ଅବସ୍ଥାପିତ କରାଇଥିବା ବେଳେ ସମ୍ପା ମୁଜୁମଦାର ଓ ସବୀତା ବେହେରାଙ୍କୁ ମଧ୍ୟ ରାଜ୍ୟ ସାଧାରଣ ସମ୍ପାଦିକା ଭାବେ ମନୋନୀତ କରାଯାଇଛି ଏବଂ ଶ୍ରାବଣୀ ଦାସଙ୍କୁ ମଧ୍ୟ ପୁନର୍ବାର ରାଜ୍ୟ ସମ୍ପାଦିକା ଭାବେ ନିଯୁକ୍ତି ଦିଆଯାଇଛି  । ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟା ତଥା ନାରୀନେତ୍ରୀ ଭାରତୀ ହାଁସଦାଃ ଏବଂ ମୋରଡ଼ା ନିର୍ବାଚନ ମଣ୍ଡଳୀର ଶତଦଳ ମହାନ୍ତଙ୍କୁ  ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଓ ସଦସ୍ୟ ଭାବେ, ପୂର୍ବତନ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ବୀଣାପାଣି ସାହୁଙ୍କୁ ବାଲେଶ୍ୱର ଜୋନର ସଭାପତି ଭାବେ ନିଯୁକ୍ତି ଦିଆଯାଇଛି । ବିଜେଡ଼ି ଦଳର ସଙ୍ଗଠନର ପୁର୍ନଗଠନ ପ୍ରକ୍ରିୟାରେ ବାରିପଦା ପୌରପରିଷଦରୁ ମହିଳା ନେତ୍ରୀମାନଙ୍କୁ ଅଧିକ ଗୁରୁତ୍ୱ ଦିଆଯାଇଥିବାର ପରିଲକ୍ଷିତ ହୋଇଛି । ଏହାକୁ ନେଇ ମୟୂରଭଞ୍ଜ ଜିଲ୍ଲା ବିଜୁ ଜନତା ଦଳର କର୍ମୀମାନଙ୍କ ମଧ୍ୟରେ ନୂଆ ଉତ୍ସାହ ପରିଲକ୍ଷିତ ହୋଇଛି । ଏଥି ନିମନ୍ତେ ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି, ରାଜ୍ୟସଭା ସାଂସଦ ମମତା ମହାନ୍ତ, ମୋରଡ଼ା ବିଧାୟକ ରାଜକିଶୋର ଦାସ, କରଞ୍ଜିଆ ବିଧାୟକ ବାସନ୍ତୀ ହେମ୍ବ୍ରମ, ପୂର୍ବତନ ଉପ-ବାଚସ୍ପତି ସାନନ୍ଦ ମାର୍ଣ୍ଡି, ପୂର୍ବତନ ରାଜ୍ୟସଭା ସାଂସଦ ବୀରଭଦ୍ର ସିଂ, ପୂର୍ବତନ ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମ, ଓଡ଼ିଶା କୃଷି ଶିଳ୍ପ ନିଗମର ଅଧ୍ୟକ୍ଷ ଦେବାଶିଷ ମହାନ୍ତି, ଡା.ଦେବାଶିଷ ମାର୍ଣ୍ଡି, ପୂର୍ବତନ ବିଧାୟକ ଶ୍ରୀନାଥ ସୋରେନ, ଗଣେଶ୍ୱର ପାତ୍ର, ଭାଦବ ହାଁସଦାଃ, ରାଜ୍ୟ ଖୋଦି ଓ ଗ୍ରାମ୍ୟ ଉଦ୍ୟୋଗ ବୋର୍ଡର ସଦସ୍ୟ ସରୋଜ କୁମାର ବୋଷ, ଯୁବ ସଭାପତି ଅରୁଣ ବରାଡ, ଛାତ୍ର ସଭାପତି ସୁନୀଲ ନାୟକ, ଜୋନାଲ ଛାତ୍ର ସଭାପତି ଅବଦୁଲ ହବିବ୍, ଜିଲ୍ଲା ପରିଷଦ ସଦସ୍ୟା ସୁକୁମାରୀ ବାସ୍କେ, ବାରିପଦା ବ୍ଲକ ଅଧ୍ୟକ୍ଷା ପାର୍ବତୀ ହେମ୍ବ୍ରମ, ପୂର୍ବତନ ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ରାଜ ଶିବନାରାୟଣ କିସ୍କୁ, ବବିତା ଦାସ, ପୂର୍ବତନ ଉପ-ନଗରପାଳ ଦୁର୍ଗାମଣୀ ଆଚାର୍ଯ୍ୟ ଜିତେନ୍ଦ୍ର ମହାନ୍ତି, ସୁବ୍ରମନ୍ୟମ ମହାନ୍ତି, କୃଷ୍ଣଚନ୍ଦ୍ର ଦାସ, ପ୍ରଭାତ ନାଏକ, ପୂର୍ବତନ କାଉନସିଲର ସରୋଜ ମହାପାତ୍ର, ନିରୋଜ ସାହୁ, ପ୍ରଭାତ ମହାନ୍ତି, ଅନନ୍ତ ଦାସ, ବିଦ୍ୟୁତ ପ୍ରଭା ବେହେରା, ଦ୍ରୌପଦୀ ସାହୁ, ପ୍ରଭାତି ପୃଷ୍ଟି ପୁୁରୁଷୋତ୍ତମ ଘୋଷ, ପୁର୍ଣ୍ଣାନନ୍ଦ ପରିଡା, ଶୈଳେନ୍ଦ୍ର ପାତ୍ର, ଛତିଶ ମହାକୁଡ ପ୍ରମୁଖ  ମୁଖ୍ୟମନ୍ତ୍ରୀ ଏବଂ ମୟୂରଭଞ୍ଜ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସଙ୍କୁ କୃତଜ୍ଞତା ଜଣାଇବା ସହିତ ନବ ମନୋନୀତ ଦଳୀୟ କର୍ମକର୍ତ୍ତାମାନଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ।

 

0
0
0
s2sdefault