ହେଡଲାଇନସ୍:

ବନ୍ଧୁ ସାମାଜିକ ଅନୁଷ୍ଠାନ ପକ୍ଷରୁ ମାସ୍କ ଓ ସାନିଟାଇଜର ବଣ୍ଟନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ଵର(ଶାସକ ପ୍ରଶାସକ) : ଭୁବନେଶ୍ଵର ଉପକଣ୍ଠ ବାଲିଅନ୍ତା ବ୍ଲକ ଅନ୍ତର୍ଗତ ସାମାଜିକ ଅନୁଷ୍ଠାନ 'ବନ୍ଧୁ' (ବୋନାଫାଏଡ ଆସୋସିଏସନ ଫର ଡେଭେଲପମେଣ୍ଟ ଫର ନେଚର, ହେଲଥ କେୟାର ଆଣ୍ଡ ଅଣ୍ଡରପ୍ରିଭିଲେଜ୍ଡ) ତରଫରୁ ସ୍ଥାନୀୟ ମହାମାୟା ଯୁବ ପରିଷଦ ହିରାପୁର ଠାରେ ନିକଟସ୍ଥ ଗ୍ରାମବାସୀମାନଙ୍କୁ ମାସ୍କ ଓ ସାନିଟାଇଜର ବଣ୍ଟନ କରାଯାଇଛି । ଅନୁଷ୍ଟାନ ତରଫରୁ କୋଭିଡ କଟକଣା ଅନୁପାଳନ ସହ ୨୦୦ଜଣଙ୍କୁ  କୋଭିଡ-୧୯  ସୁରକ୍ଷା ଉପକରଣ ପ୍ରଦାନ କରାଯାଇ ଏହାର ବ୍ୟବହାର ସଂପର୍କରେ ଲୋକମାନଙ୍କୁ ସଚେତନ କରାଯାଇଥିଲା ।  ସ୍ଥାନୀୟ ଅଂଚଳବାସୀ ଅନୁଷ୍ଠାନର ଏଭଳି କାର୍ୟ୍ୟକୁ ପ୍ରଶଂସା କରିଛନ୍ତି । ବନ୍ଧୁ ଅନୁଷ୍ଠାନର ସଭାପତି ଶ୍ରୀକାନ୍ତ ଦାଶ, ସଂପାଦକ ଫଗୁ ସାମଲ, କୋଷାଧ୍ୟକ୍ଷ ସରୋଜ କୁମାର ସାହୁ, ଉପସଭାପତି ସୁଚିସ୍ମିତା ମହାନ୍ତି, ଉପଦେଷ୍ଟା ଅନ୍ନପୂର୍ଣ୍ଣା ପାତ୍ରଙ୍କ ସହ  ଅନ୍ୟ ସମସ୍ତ ସଭ୍ୟସଭ୍ୟା ଏହି କାର୍ୟ୍ୟକ୍ରମରେ ଯୋଗ ଦେଇଥିଲେ ।  ଉମାଦେଇ ବ୍ରହ୍ମପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ସୁକାନ୍ତ କୁମାର ସାହୁ , ସମାଜସେବୀ ସଞ୍ଜୟ କୁମାର ସାହୁ ଓ ମନୋଜ କୁମାର ନାୟକ ଏବଂ ମହାମାୟା ଯୁବ ପରିଷଦର ସଦସ୍ୟମାନେ ଉପସ୍ଥିତ ରହି ବନ୍ଧୁ ଅନୁଷ୍ଠାନର କର୍ମକର୍ତ୍ତାଙ୍କୁ ଉତ୍ସାହିତ କରିଥିଲେ । 

 ପ୍ରକାଶ ଥାଉକି, ଯେ ଏହି ଅନୁଷ୍ଠାନ ତରଫରୁ ପରିବେଶ ସୁରକ୍ଷା କାର୍ୟ୍ୟକ୍ରମ ସ୍ଵରୂପ ଗତ ବର୍ଷ  ସତ୍ୟଭାମାପୁର ଉଚ୍ଚ ବିଦ୍ୟାଳୟ ଏବଂ ଉନ୍ନୀତ ପ୍ରାଥମିକ ବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରକାର ବୃକ୍ଷ ଚାରା ରୋପଣ କରାଯାଇ ଗ୍ରୀଷ୍ମ ଋତୁରେ ସେଗୁଡିକର ଉପଯୁକ୍ତ ଯତ୍ନ  ନିଆଯିବା ଫଳରେ ଗତ ୟାସ ବାତ୍ୟା ଜନିତ ବର୍ଷା ଓ  ଚଳିତ ମୌସୁମୀ  ବର୍ଷା ଫଳରେ ସେଗୁଡିକ ବଢି  ବିଦ୍ୟାଳୟରେ ସବୁଜିମା ସୃଷ୍ଟି  ହୋଇଛି । 

0
0
0
s2sdefault