ଯାଜପୁରରେ ଜିଲ୍ଲାର ପ୍ରଥମ ଗୋଲାପୀ ବୁଥ  ; ଏଠି ଦାୟିତ୍ୱରେ ସବୁ ମହିଳା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

03-07-18-pink.jpg - 136.09 kB

ପିଙ୍କ ବୁଥରେ  ନିର୍ବାଚନ ପରିଚାଳନା କରି ନିଜକୁ  ଗର୍ବିତ ମନେକଲେ ପୁଲିଂ ଅଧିକାରୀ  ।

ଯାଜପୁର(ଜୟଶଙ୍କର ଦାଶ): ପିଙ୍କ ବୁଥରେ  ନିର୍ବାଚନ କାର୍ଯ୍ୟ ପରିଚାଳନା କରି ଆମେ ଗର୍ବିତ ।  ଏହା ଆମକୁ ବେଶ ଉତ୍ସାହ ଦେଇଚ୍ଥି ବୋଲି ପ୍ରଥମ ଥର ପାଇଁ ନିର୍ବାଚନରେ ନିୟୋଜିତ ହୋଇଥିବା ମହିଳା ନିର୍ବାଚନ ଅଧିକରାୀ ମାନେ ମତବ୍ୟକ୍ତ କରିଚ୍ଥନ୍ତି ।  ବୁଧବାର ସକାଳ  ୭ ଘଟିକାରୁ ଯାଜପୁର ବ୍ଲକ  ୩୦ ନମ୍ୱର ଜୋନ ଜିଲ୍ଲା ପରିଷଦର ଊପ ନିର୍ବାଚନ ଅନୁଷ୍ଠିତ  ହୋଇଥିଲା ।  ୬ ଗୋଟି ପଞ୍ଚାୟତର ୧୦୧ ଟି ବୁଥ୍ର ୩୧୮୫୬ ଜଣ ଭୋଟରଙ୍କ ପାଇଁ ମତଦାନର ବ୍ୟବସ୍ଥା କରାଯାଇଥିଲା ।  ସେଥିରେ ୧୭୧୧୯ ଜଣ ପୁରୁଷ ଓ ୧୪୭୩୭ ଜଣ ମହିଳା ରହିଥିଲେ ।  ତନ୍ମଧ୍ୟରୁ  ମୋଟ ୨୧୫୩୨ ଜଣ ମତଦାନ କରିଥିଲେ ।  ଶତକଡା ୬୮  ଭାଗ ମତଦାନ ହୋଇଥ୍ରିଲା ।  ସିମିଳିଆ  ପଞ୍ଚାୟତର ୨୪ ଟି ବୁଥ୍ ମଧ୍ୟରୁ ବୁଥ୍ ନଂ  ୨, ୩ ଓ ୪ କୁ ପିଙ୍କ ବୁଥ୍ ଭାବେ ବିବେଚନା କରାଯାଇଥିଲା ।  ଚିତାହଟା ମଧ୍ୟ ଇଂରାଜୀ ବିଦ୍ୟା୍ଳୟ ପରିସରରେ ଥିବା ଏହି ୩ ଗୋଟି ବୁଥରେ ନିର୍ବାଚନ ଅଧିକାରୀ , ସୁରକ୍ଷା ଅଧିକାରୀ ଓ ମାଜିଷ୍ଟ୍ରେଟ  ସମସ୍ତେ ମହିଳା ହିଁ ରହିଥିଲେ ।  ପ୍ରିଜାଇଡିଂ ଅପିଂସର ଭାବେ ସ୍ୱେତାମ୍ୱରୀ ମିଶ୍ର, ମମତା ଭୋଇ ଓ ଝରଣା ପଲେଇ ଥିବାବେଳେ ପାଂଷ୍ଟ ପୁଲିଂ ଭାବେ ମନସ୍ୱିନୀ ଶତପଥୀ, ଶର୍ମିଷ୍ଠା  ପାଣି ଓ କୁନାରାଣୀ ସାହୁ ଏବଂ ସେକେଣ୍ଡ ପୁଲିଂ ଅଧିକାରୀ ଭାବେ ଆରାଧନା ମହାନ୍ତି, ସ୍ୱର୍ଣ୍ଣଲତା ମିଶ୍ର ଓ ପ୍ରଭାତୀ କର ନିର୍ବାଚନ ପରିଚାଳନା କରିଥିଲେ ।  ରିଜର୍ଭ ଅଧିକାରୀ ଭାବେ ସବିତା ନାୟକ, ଲୋପାମୁଦ୍ରା  ପଣ୍ଡା, ରୁକ୍ମଣୀ ନାଥ ସହଯୋଗ କରିଥିଲେ ।  ଜିଲ୍ଲାପାଳ  ରଂଜନ କୁମାର ଦାସ, ପ୍ରକଳ୍ପ ନିର୍ଦ୍ଦେଶକ  ବ୍ରଜଗୋପାଳ ଆଚାର୍ଯ୍ୟ, ଅତିରିକ୍ତ ଜିଲ୍ଲାପାଳ  ମିହିର ପ୍ରସାଦ ମହାନ୍ତି, ଊପ ଜିଲ୍ଲାପାଳ  ନାରାୟଣ ଚନ୍ଦ୍ର ଧଳ, ତହସିଲଦାର ଲକ୍ଷ୍ମୀକାନ୍ତ ମିଶ୍ର, ବି.ଡି.ଓ. ସୈାରଭ ଚକ୍ରବର୍ତ୍ତୀ ପ୍ରମୁଖ ପିଙ୍କ ବୁଥ୍ ସହ ଅନ୍ୟାନ୍ୟ ବୁଥ୍ ପରିଦର୍ଶନ କରି ନିର୍ବାଚନ ପରିଚାଳନାର ତଦାରଖ କରିଥିଲେ ।  ବୁଥ୍ ନମ୍ୱର ୨ ରେ ମୋଟ ୨୮୧ ଭୋଟରଙ୍କ ମଧ୍ୟରୁ ୧୭୪ ମତଦାନ କରିଥିଲେ ।  ସେଥିରେ ପୁରୁଷ ୮୨ ଜଣ ଓ ମହିଳା ୯୨ ଜଣ ଭୋଟର ଥିଲେ ।  ସେହିପରି ୩ ନମ୍ୱର ବୁଥରେ ମୋଟ ୪୧୩ ଜଣ ଭୋଟରଙ୍କ ମଧ୍ୟରୁ ୨୫୩ ଭୋଟ ଦେଇଥିଲେ ।  ସେଥିରେ ପୁରୁଷ ୧୨୩ ଓ ମହିଳା ୧୩୦ ଭୋଟର ।  ୪ ନମ୍ୱର ବୁଥରେ ମୋଟ ୩୫୫ ଭୋଟରଙ୍କ ମଧ୍ୟରୁ ୧୯୨ ଜଣ ଭୋଟ ଦେଇଥିବା ବେଳେ ୯୯ ପୁରୁଷ ଓ ୯୩ ମହିଳା ମତଦାନ କରିଥିଲେ ।   ମହିଳା ମାନଙ୍କ ମନରେ ନିର୍ବାଚନ ପରିଚାଳନା ନେଇ ଯେଊଁ ଭୟ ରହିଥାଏ ତାହା ଆଜି ମହିଳା ମାନଙ୍କ ଦ୍ୱାରା  ଏହି  ନିର୍ବାଚନ ପରିଚାଳନାରୁ ଦୂର ହୋଇଯିବ ବୋଲି ଜିଲ୍ଲାପାଳ  ଶ୍ରୀ ଦାସ କହିବା ସହ ପିଙ୍କ ବୁଥ୍ ମାଧ୍ୟମରେ ନିର୍ବାଚନ ପରିଚାଳନା କରି ଯାଜପୁର   ଜିଲ୍ଲା ପ୍ରଥମ ଜିଲ୍ଲା  ଭାବେ ମହିଳା ମାନଙ୍କ ମନୋବଳ ବୃଦ୍ଧି ଘଟଣା ଏକ ଐତିହାସିକ  ଘଟଣା ହୋଇ ରହିବ ବୋଲି କହିଥିଲେ ।  ପ୍ରାଥମିକ ଭାବେ ଏହି ପିଙ୍କ ବୁଥ୍ କରିବାର ପରିକଳ୍ପନା କରିଥିବା ଊପଜିଲ୍ଲାପାଳ  ନାରାୟଣ ଚନ୍ଦ୍ର ଧଳ ମହିଳା ସଶକ୍ତିକରଣ ସହ ମହିଳା ମତଦାନ ହାର ବୃଦ୍ଧି ପାଇଁ ଏହା ଏକ ଊତ୍ତମ ପଦକ୍ଷେପ ହୋଇପାରିଚ୍ଥି ବୋଲି ମତ ଦେଇଥିଲେ ।  ଏହି ବୁଥ ରେ  ମତଦାନ କରିଥିବା ପ୍ରତ୍ୟେକ ମହିଳା ଭୋଟର ମାନଙ୍କୁ ଗୋଲାପ ପୁଂଲ ଦେଇ ସ୍ୱାଗତ କରାଯାଇଥିଲା । ତିନୋଟି ଯାକ ବୁଥକୁ ଗୋଲାପି ବେଲୁନ, କପଡା ଇତ୍ୟାଦିରେ ସଂପୂର୍ଣ୍ଣ ଗୋଲାପି ରଙ୍ଗରେ ସଜା ଯାଇଥିଲା ।  ପ୍ରିଜାଇଡିଂ ଅଧିକାରୀ ସ୍ୱେତାମ୍ୱରୀ ମିଶ୍ରଙ୍କ ମତରେ ମହିଳା ମାନେ ଯେ ସବୁ କିଚ୍ଥି କରିପାରିବେ ତାହା ଆଜି ଆମେ ପ୍ରମାଣିତ କରିଚ୍ଥୁ । ଆମେ ପ୍ରାଥମିକ ଭାବେ ସାମାନ୍ୟ ନର୍ଭସ ଥିଲେ ମଧ୍ୟ ପରେ ସମସ୍ତ ପ୍ରଶାସନିକ ଅଧିକାରୀଙ୍କ ଆମ ପ୍ରତି ଭରଷା  ଆମକୁ ଉତ୍ସାହିତ କରିଥିଲା ।  ମମତା ଭୋଇଙ୍କ ମତରେ ଆମେ ଆଜି ଅନ୍ୟ ମାନଙ୍କ ପାଇଁ ଊଦାହରଣ ସୃଷ୍ଟି କରିଚ୍ଥୁ ।  ଝରଣା ପଲେଇ ଗର୍ବର ସହ କହନ୍ତି ଆମେ ଆଜି ଗର୍ବିତ ଓ ବହୁତ ଖୁସି ଯେ, ଆମେ ସମ୍ମିଳିତ ଭାବେ ନିର୍ବାଚନକୁ ପରିଚାଳନା କରିଚ୍ଥୁ ।  ଆଗାମୀ ଦିନରେ ଅନ୍ୟମାନେ ଆମଠାରୁ ଉତ୍ସାହିତ  ଓ ପ୍ରେରଣା ପାଇବେ ।  ସବିତା ନାୟକଙ୍କ ମତରେ ଆମେ ସପଂଳ ଭାବେ ନିର୍ବାଚନ ପରିଚାଳନା କରି ଇତିହାସରେ ସ୍ଥାନୀତ ହେଲୁ ।  ପ୍ରଶାସନ ଓ ସମସ୍ତ ଭୋଟର ମାନଙ୍କୁ ଧନ୍ୟବାଦ ।  ଆମେ ସମସ୍ତେ ଖୁସି ଓ ପ୍ରଶାସନ ଆମ ଊପରେ ଯେଊଁ ଦାୟିତ୍ୱ ଦେଇଥିଲା ଆମେ ସୁନ୍ଦର ଓ ସୁଚାରୁ ରୂପେ ସଂପନ୍ନ କରିଥିବାରୁ ବହୁତ ଖୁସି ବୋଲି ସମସ୍ତ ମହିଳା ନିର୍ବାଚନ ଅଧିକାରୀ ମତ ଦେଇଥିଲେ ।  ଏହା ପରୀକ୍ଷା ମୂଳକ ଭାବେ କରାଯାଇଥିଲା ।  ଆଗାମୀ ନିର୍ବାଚନ ମାନଙ୍କରେ ମହିଳା କର୍ମଚାରୀ ମାନଙ୍କୁ ମଧ୍ୟ ଅଧିକ ସଂଖ୍ୟାରେ ନିର୍ବାଚନ ଦାୟିତ୍ୱ ଦିଆଯାଇପାରିବ ବୋଲି ଜିଲ୍ଲାପାଳ  ଶ୍ରୀ ଦାସ   କହିଚ୍ଥନ୍ତି ।

 

0
0
0
s2sdefault