ଭୁବନେଶ୍ୱର; ଚଳିତ ବର୍ଷ ସହରାଞ୍ଚଳ ବନୀକରଣ କାର୍ଯ୍ୟକ୍ରମ ମାଧ୍ୟମରେ ବ୍ୟାପକ ସବୁଜ ବଳୟ ସୃଷ୍ଟି କରାଯିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତିା ଏହି ପରିପ୍ରେକ୍ଷୀରେ ଆଜି ସଚିବାଳୟଠାରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛିା
ମନ୍ତ୍ରୀ ଶ୍ରୀ ରାଉତରାୟ ବନୀକରଣ କାର୍ଯ୍ୟକ୍ରମ ଯେପରି ସୁଚାରୁରୂପେ ଠିକ୍ ସମୟରେ କାର୍ଯ୍ୟନ୍ୱୟନ ହେବ ସେ ସମ୍ବନ୍ଧରେ ବୈଠକରେ ଉପସ୍ଥିତ ଥିବା ବିଭାଗୀୟ କ୍ଷେତ୍ର ଅଧ#କାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲୋ ଏହି ବନୀକରଣ କାର୍ଯ୍ୟ ହେବା ଦ୍ୱାରା ଅପର୍ଯ୍ୟାପ୍ତ ଅମ୍ଳଜାନ ସୃଷ୍ଟି ହେବ ଯାହା ସହରାଞ୍ଚଳର ପୁସ୍ଫୁସ୍ ଭଳି କାର୍ଯ୍ୟ କରିବ ବୋଲି ମନ୍ତ୍ରୀ ମତପ୍ରକାଶ କରିଥିଲୋ ସୂଚନାଯୋଗ୍ୟ ଯେ ସମଗ୍ର ରାଜ୍ୟର ମହାନଗର ନିଗମ, ମୁନିସିପାଲିଟି ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ସହରାଞ୍ଚଳରେ ୧୧ଲକ୍ଷ ୧୫ ହଜାର ୯୦୦ ଚାରା ରୋପଣ କରାଯିବା ଭୁବନେଶ୍ୱର ଏବଂ କଟକ ସହରାଞ୍ଚଳ ଓ ଏହାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଏହି କାର୍ଯ୍ୟ ଚଳିତବର୍ଷ କରାଯିବା ଭୁବନେଶ୍ୱର ସହର ଜଙ୍ଗଲ ଡିଭିଜନ୍ ଦ୍ୱାରା ୧ ଲକ୍ଷ ୬୦ ହଜାର ୫୦୦ ଚାରା ରୋପଣ କରାଯିବା ସହିତ କଟକରେ ଏକ ଲକ୍ଷ ୬୮ ହଜାର ୧୦୦ ଚାରା ରୋପଣ କରାଯିବା ଏତଦ୍ବ୍ୟତୀତ ଚନ୍ଦକା ଜଙ୍ଗଲ ଡିଭିଜନର ଭୁବନେଶ୍ୱର ଏବଂ କଟକ ଅଞ୍ଚଳରେ ମଧ୍ୟ ବନୀକରଣ କାର୍ଯ୍ୟକ୍ରମ କରାଯିବା ଚନ୍ଦକା ଡିଭିଜନ୍ ଅନ୍ତର୍ଗତ ଭୁବନେଶ୍ୱରରେ ୭୨ ହଜାର ୫୦୦ ଚାରା ରୋପଣ କରାଯିବା ବେଳେ କଟକରେ ୩୦ ହଜାର ୫୦୦ଚାରା ରୋପଣ କରାଯିବା ଅନ୍ୟ ଏକ ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଶ୍ରୀ ରାଉତରାୟ ବିଜୁ ଯୁବବାହିନୀ ତରଫରୁ ହାତକୁ ନିଆଯାଇଥିବା ସେ୍ୱଚ୍ଛାକୃତ ବନୀକରଣ କାର୍ଯ୍ୟକ୍ରମକୁ ଜଙ୍ଗଲ ବିଭାଗ ପକ୍ଷରୁ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି କହିଥିଲୋ ବିଜୁ ଯୁବ ବହିନୀ ବନୀକରଣ ସହିତ ଚାରାଗୁଡ଼ିକର ରକ୍ଷଣାବେକ୍ଷଣ କରି ଏକ ସାମାଜିକ ଦାୟିତ୍ୱ ନିର୍ବାହ କରିବ ବୋଲି ବିଜୁ ଯୁବବାହିନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରକାଶ କରିଥିଲେ |
ଏହି ଉଚ୍ଚସ୍ତରୀୟ ବୈଠକରେ ଜଙ୍ଗଲ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ପ୍ରମୁଖ ମୁଖ୍ୟ ବନସଂରକ୍ଷକ ଦେବବ୍ରତ ସ୍ୱାଇଁ, ଓଡ଼ିଶା ଜଙ୍ଗଲ ବିକାଶ ନିଗମର ପରିଚାଳନା ନିର୍ଦ୍ଦେଶକ ଜୀତେନ୍ଦ୍ର କୁମାର, ଅତିରିକ୍ତ ପ୍ରମୁଖ ମୁଖ୍ୟ ବନସଂରକ୍ଷକ ଏ.କେ. ପାଠକ୍, ବିଜୁ ଯୁବବାହିନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଚଞ୍ଚଲ ରାଣା, କ୍ରୀଡ଼ା ଓ ଯୁବବ୍ୟପାର ବିଭାଗର ଅତିରିକ୍ତ ଶାସନ ସଚିବ ଶୁଭକାନ୍ତ ମିଶ୍ର ଏବଂ ବରିଷ୍ଠ ଜଙ୍ଗଲ ବିଭାଗ ଅଧିକାରୀମାନେ ଉପସ୍ଥିତ ଥିଲୋ