ହେଡଲାଇନସ୍:

ପୁଣି ଅଧ କୋଟିର ବ୍ରାଉନସୁଗାର ଜବତ୍ , ଗାଡ଼ି ସହ ୧ ଗିରଫ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭଦ୍ରକ ବ୍ଲକ୍ (ସୀତାକାନ୍ତ ପାଢ଼ୀ): ଭଦ୍ରକରେ ବାରମ୍ବାର ବ୍ରାଉନସୁଗର ଧରା ହେଉଥିଲେ ମଧ୍ୟ ଏଥିରେ ସାମିଲ ଥିବା ମାଫିଆଙ୍କୁ ଧରିବାରେ ପୁଲିସ ବିଫଳ ହେଉଛି । ଗତ ଦୁଇଦିନ ପୁର୍ବେ ଭଦ୍ରକ ମଟେଲ ଛକ ଠାରେ 2 ନିଶାଡୀଙ୍କୁ ବ୍ରାଉନସୁଗର ସହିତ ପୁଲିସ ଧରିବା ପରେ କୋର୍ଟ ଚାଲାଣ କରିଥିଲା। ପୁଣି ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ଦ୍ଵାରା ୫୧୦ ଗ୍ରାମ ବ୍ରାଉନ ସୁଗାର ଜବଦ କରିବା ସହିତ ମୋଟର ସାଇକେଲ ସମେତ ୧ ଜଣକୁ ଗିରଫ କରିଛି । କୋଭିଡ କଟକଣାକୁ ନେଇ ପୋଲିସ ରାସ୍ତାରେ ଚେକିଂ କରୁଥିବା ସମୟରେ ଚରମ୍ପା ୧୬ ନମ୍ୱର୍ ଜାତୀୟ ରାଜପଥ  ନିକଟରେ ଗୋଟିଏ ବାଇକରେ ୧ ଅଭିଯୁକ୍ତ ବ୍ରାଉନସୁଗାର ନେଇ ଯାଉଥିବବେଳେ, ପୋଲିସ ହାତରେ ଧରାପଡ଼ିଥିଲେ l ୧ ଅଭିଯୁକ୍ତଙ୍କ ନିକଟ ରୁ ୫୧୦ ଗ୍ରାମ ବ୍ରାଉନସୁଗାର ଜବଦ ହୋଇଥିବା ପୋଲିସ ସୂଚନା ଦେଇଛି l ଜବତ  ବ୍ରାଉନସୁଗାର ର ଅନୁମାନିକ ମୂଲ୍ୟ ଅର୍ଦ୍ଧକୋଟି ଟଙ୍କା  ବୋଲି ପୁଲିସ କହିଛି। ଗିରଫ ଅଭିଯୁକ୍ତ ୧ଜଣ ହେଲେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଚରମ୍ପା ଏରେଇ ଅଞ୍ଚଳର sk.rabul। ଚଢ଼ାଉ ବେଳେ ସେମାନଙ୍କ ପାଖରୁ ଏକ ବାଇକ , ମୋବାଇଲ ଫୋନ ମଧ୍ୟ ଜବତ ହୋଇଛି । କେଶ ନମ୍ୱର୍ 271/21 ରେ NDPS act ଦ୍ଵାରା ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଏସପି ସୂଚନା ଦେଇଛନ୍ତି ।

0
0
0
s2sdefault