ତହଁକ କୁଟୁମ୍ ପକ୍ଷରୁ ସାରସ୍ୱତ ସମାରୋହ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

03-07-18-balangir.jpg - 37.38 kB

ବଲାଙ୍ଗିରରୁ ନିରୋଜ  ମିଶ୍ର - ସ୍ଥାନୀୟ "କୋଶଳ ପ୍ରବାହ' କାର୍ଯ୍ୟାଳୟ ପରିସରରେ ତହଁକ୍ କୁଟୁମ୍ ପକ୍ଷରୁ ଏକ ସାରସ୍ୱତ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ତହଁକ ପ୍ରକାଶନୀ ପକ୍ଷରୁ ପ୍ରକାଶିତ କବି ବ୍ରଜମୋହନ ମେହେରଙ୍କ କୋଶଲୀ କାବ୍ୟ ପୁସ୍ତକ "କବି ଆର୍ କବିତା' ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । "କୋଶଳ ପ୍ରବାହ'ର ସଂପାଦକ ତଥା କବି ଆନଂଦ ଚଂଦ୍ର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସାରସ୍ୱତ ସମାରୋହରେ ମୁଖ୍ୟ ଅତିଥି ଭାବେ କୋଶଲୀ ଭାଷା ଓ ସଂସ୍କୃତି ଗବେଷକ ନିମାଇଁ ଚରଣ ପାଣିଗ୍ରାହୀ ଏବଂ ମୁଖ୍ୟବକ୍ତା ଭାବରେ ବିଶିଷ୍ଟ ବ୍ୟଙ୍ଗ କବି ରସରାଜ ଅଚ୍ୟୁତ  ପୁରୋହିତ ଯୋଗଦାନ କରିଥିଲେ । ସାମୁହିକ ସହଯୋଗ ଓ ଭାଷା ପ୍ରତି ସମର୍ପିତ ଭାବ କୋଶଲୀ ଭାଷାର ସମୃଦ୍ଧି ଦିଗରେ ବିଶେଷ ସହାୟକ ହେବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । କବି  କୃଷ୍ଣଚନ୍ଦ୍ର ମହାକୁର, ଶରତ କୁମାର ମିଶ୍ର, ଅର୍ଜୁନ କୁମାର ସାହୁ, ଘନଶ୍ୟାମ ମେହେର, ଗୋପୀନାଥ ଦଣ୍ଡସେନା ଆଦି ପ୍ରକାଶନ ଦିଗର ବିଭିନ୍ନ ବିଷୟକୁ ନେଇ ଆଲୋଚନା କରିଥିଲେ । ଆଲୋଚନା ପରେ ଏକ କୋଶଲୀ କବିତା ଆସରର ମଧ୍ୟ ଆୟୋଜନ ହୋଇଥିଲା । କବିମାନେ ସ୍ୱରଚିତ କବିତା ପଢ଼ିବା ସହ କବିତାର ବିଭିନ୍ନ ଦିଗ ସଂପର୍କରେ ସ୍ୱକୀୟ ମତ ପ୍ରକାଶ କରିଥିଲେ । ଶେଷରେ ତହଁକର ସଂପାଦକ ରାଜେଶ ଦଣ୍ଡସେନା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । 

0
0
0
s2sdefault