ଶ୍ରୀ ଶ୍ରୀ ବାବା ଆଖଣ୍ଡଳେଶ୍ୱର ମହାଦେବଙ୍କ ଶ୍ରାବଣୀ ଉତ୍ସବ ନିମନ୍ତେ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

03-07-18-aaradi.jpg - 102.22 kB

ଭଦ୍ରକ( ସତ୍ୟଭୂଷଣ ସ୍ୱାମୀ): ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ବାବାଆଖଣ୍ଡଳେଶ୍ୱର ମହାଦେବଙ୍କ ପାଖରେ ଚଳିତ ବର୍ଷ ଶ୍ରାବଣୀ ଉସôବ ନିମନ୍ତେ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଜିଲ୍ଳାପାଳଙ୍କ ସଦ୍ଭାବନା ସଭାଗୃହ ପରିସରରେ ଅନୁଷ୍ଠିତ  ହୋଇଯାଇଛି । ଜିଲ୍ଳାପାଳ ଜ୍ଞାନ ଦାସଙ୍କ ପୌରହିତ୍ୟରେ ଏହି ପ୍ରସ୍ତୁତି ବୈଠକରେ ଆରଡ଼ି ଟ୍ରଷ୍ଟିର ଅଧ୍ୟକ୍ଷ ତଥା ଉପଜିଲ୍ଲାପାଳ ସୁଚାର ବଳ , ଚାନ୍ଦବାଲି ବିଧାୟକଙ୍କ ପ୍ରତିନିଧି ଅଶୋକ ବଳ, ଧାମନଗରର ଏସଡିପିଓ  ମନୋରଞ୍ଜନ ସାମଲଙ୍କ ସମେତ ଜିଲ୍ଳାସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ ଓ ଆରଡ଼ି ମନ୍ଦିରର ସେବାୟତମାନେ ବୈଠକରେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଚଳିତ ବର୍ଷ ବାବାମଣୀଙ୍କର ଶ୍ରାବଣୀ ଉସôବ କିପରି ଶାନ୍ତି ଶୃଙ୍ଖଳା ସହ ପାଳିତ ହେବ ଏଥିପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ ଜିଲ୍ଳାପାଳ । ନିର୍ଦ୍ଧାରିତ ସମୟ ଅନୁଯାୟୀ ଜୁଲାଇ ମାସର ୨୩ ଓ ୩୦ ଓ ଅଗଷ୍ଟ ମାସର ୬ ଓ ୧୩ ତାରିଖରେ ସୋମବାରରେ ଶ୍ରାବଣୀ ଉସôବର  ପଡ଼ୁଅଛି । ଏହି ଚାରି ସୋମବାର ଶ୍ରାବଶୀ ଉସôବର ପୂର୍ବଦିନ ଅର୍ଥାତ୍ ଜୁଲାଇ ମାସର ୨୨ ଓ ୨୯ ତାରିଖ ଏବଂ ଅଗଷ୍ଟ ମାସର ୫ ଓ ୧୨ ତାରିଖର ପୂର୍ବଦିନ ରବିବାରରେ ପ୍ରସ୍ତୁତି କାର୍ଯ୍ୟକ୍ରମ ଶେଷ ହେବ । ସଡ଼କ ଓ ଜଳ ପଥରେ ଆସୁଥିବା ଭକ୍ତମାନଙ୍କ ଯାତାୟାତ ବ୍ୟବସ୍ଥା ଉପରେ ଆଲୋଚନା କରାଯାଇଥିଲା । ଯାତ୍ରୀବାହୀ ଗାଡ଼ି ଓ ଘାଟ ଡ଼ଙ୍ଗାମାନଙ୍କରେ ଅଧିକ ଯାତ୍ରୀ ପରିବହନ ନକରିବା ପାଇଁ ନିୟନ୍ତ୍ରିତ ବ୍ୟବସ୍ଥା ଉପରେ କଟକଣା କରାଯାଇଛି ।  ଜଳପଥରେ ବ୍ୟବହୃତ ହେଉଥିବା ଡ଼ଙ୍ଗାଗୁଡ଼ିକର ଲାଇସେନ୍ସ ସମେତ ଲାଇଫ  ଜାକେଟ୍, ସେପ୍ଟି ଓ ବିମାଭୃକ୍ତ ହୋଇନଥିଲେ  ସେହି ଡ଼ଙ୍ଗାଗୁଡ଼ିକ ଯାତ୍ରୀ ପରିବହନରେ ବ୍ୟବହୃତ କରିପାରିବେ ନାହିଁ ବୋଲି ଆଲୋଚନା କରାଯାଇଥିଲ| । ଆରଡ଼ିକୁ ସଂଯୋଗ କରୁଥିବା ରାସ୍ତାଗୁଡ଼ିକର ମରାମତି, ଭକ୍ତମାନଙ୍କର ପାନୀୟଜଳର ବ୍ୟବସ୍ଥା, ନିରବଛିନ୍ନ ବିଦ୍ୟୁତବ୍ୟବସ୍ଥା, ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା, ମାଦକ ଦ୍ରବ୍ୟ ଓ ନିଶା ନିବାରଣ ଉପରେ କଟକଣା ଜାରି କରାଯାଇଛି  ।ସେହିପରି ଆଇନ୍ ଶୃଙ୍ଖଳା ବ୍ୟବସ୍ଥା କଡ଼ାକଡ଼ି ଭାବରେ ପାଳନ କରିବା ସହ ଭଦ୍ରକ ଆରଡି ରାସ୍ତାରେ ପାଟ୍ରୋଲିଂ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିଦେ୍ର୍ଧଶ ଦିଆଯାଇଛି । ସେହିପରି ଅଗ୍ନିସେବା ବିଭାଗ ପକ୍ଷରୁ ନଦୀଘାଟ ନିକଟରେ ପୂର୍ବପ୍ରସ୍ତୁତି ରହିବା ସହ ମନ୍ଦିର ପରିସରରେ ଭକ୍ତମାନଙ୍କ ଶୃଙ୍ଖଳା ରକ୍ଷା ପାଇଁ ପୋଲିସ୍ ବ୍ୟବସ୍ଥା କରାଯିବା ଉପରେ ଆଲୋଚନା ହୋଇଥିଲା । ବାବାଆଖଣ୍ଡଳେଶ୍ୱରକୁ ଆସୁଥିବା ଭକ୍ତମାନେ ଯେପରି ଶୃଙ୍ଖଳାର ସହିତ ଜଳାଭିଷେକ  କରିବା ସହିତ ପ୍ରଭୁଙ୍କୁଦର୍ଶନ ସୁରୁଖୁରୁରେ କରିପାରିବେ ସେଥିପ୍ରତି ଦୃଷ୍ଟିଦେବାକୁ ବିଭାଗୀୟ ଅଧିକାରୀଙ୍କୁ ନିଦେ୍ର୍ଧଶ ଦିଆଯାଇଛି । ଏହି ବୈଠକରେ ସେବାୟତ ମାନଙ୍କ ପକ୍ଷରୁ ଇଂ ସରୋଜ ପାଢୀ, ଆରଡ଼ି ସରପଂଚ ଅରବିନ୍ଦ ପାଢୀ, ବାବାଜି ପାଢୀ, ବିଜୟ ଦାସ, ଗୋପାଳ କୃଷ୍ଣ ପାଢୀ, ବଙ୍କିମ୍ ପାଢୀ, ଆରଡିଫାଣ୍ଡି ଅଧିକାରୀ ବ୍ରଜ କିଶୋର ଦାସ ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ଟ୍ରଷ୍ଟ ବୋଡର଼୍ର କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଦ୍ୟାଧର ପଲେଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।  

0
0
0
s2sdefault