ହେଡଲାଇନସ୍:

ବାରିପଦାରେ ବିଜେଡିର ସାଂଗଠନିକ ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି)- ବିଜୁ ଜନତା ଦଳ ତରଫରୁ ବାରିପଦା ନିର୍ବାଚନ ମଣ୍ଡଳୀର ବାରିପଦା ମ୍ୟୁନିସିପାଲିଟିସ୍ତରୀୟ ସାଂଗଠନିକ ବୈଠକ ଆଜି ସ୍ଥାନୀୟ ସ୍ୱସ୍ତିକ କଲ୍ୟାଣ ମଣ୍ଡପଠାରେ ବାରିପଦା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ପୂର୍ବତନ ଉପ-ବାଚସ୍ପତି ସାନନ୍ଦ ମାର୍ଣ୍ଡିଙ୍କ ସଭାପତିତ୍ୱରେ ଏବଂ ପୂର୍ବତନ ନଗରପାଳ କୃଷ୍ଣାନନ୍ଦ ମହାନ୍ତିଙ୍କ ଆବାହକତ୍ୱରେ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମୟୂରଭଞ୍ଜ ଜିଲ୍ଳା ବିଜେଡି ସହ-ପର୍ଯ୍ୟବେକ୍ଷକ ଜନ୍ମେଜୟ ଲେଙ୍କା ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ରାଜ୍ୟସଭା ସାଂସଦ ମମତା ମହାନ୍ତ, ମୋରଡା ନିର୍ବାଚନ ମଣ୍ଡଳୀର ବିଧାୟକ ରାଜକିଶୋର ଦାସ, ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ଦେବାଶିଷ ମାରାଣ୍ଡି, କୃଷି ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତି, ରାଜ୍ୟ ସମ୍ପାଦକ କୃଷ୍ଣଚନ୍ଦ୍ର ଦାସ ପ୍ରମୁଖ ଯୋଗଦାନ କରି ତୃଣମୂଳ ସ୍ତରରୁ ସଂଗଠନକୁ ମଜବୁତ କରିବା ପାଇଁ ପରାମର୍ଶ ଦେଇଥିଲେ । ମୁଖ୍ୟ ଅତିଥି ତଥା ଜିଲ୍ଲା ସହ-ପର୍ଯ୍ୟବେକ୍ଷକ ଜନ୍ମେଜୟ ଲେଙ୍କା ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ଲୋକମାନଙ୍କ ନିକଟରେ ପହଁଞ୍ଚାଇ ତାହାର ସୁଫଳ ଯେପରି ସାଧାରଣ ଜନତା ପାଇପାରିବେ ସେଥିପ୍ରତି ଆବଶ୍ୟକ ଧ୍ୟାନ ଦେବା ପାଇଁ ପରାମର୍ଶ ଦେବା ସହିତ ସଂଗଠନକୁ ଅଧିକ ମଜବୁତ କରିବା ପାଇଁ ଆଗାମୀ ଦିନରେ ବିଭିନ୍ନ ୱାର୍ଡସ୍ତରୀୟ ବୈଠକ କରାଯିବା ସହିତ ସାଧାରଣ କର୍ମୀଙ୍କ ମତାମତକୁ ଗୁରୁତ୍ୱ ଦିଆଯିବା ଏବଂ ଲୋକଙ୍କ ସୁଖଦୁଃଖରେ ସାମିଲ ହେବା ପାଇଁ ଦଳ କାର୍ଯ୍ୟ କରିବ ବୋଲି ଗୁରୁତ୍ୱଆରୋପ କରିଥିଲେ । ସଭାରେ ଗତ କିଛି ଦିନ ତଳେ "ୟଶ' ବାତ୍ୟାରେ ପ୍ରଭାବିତ ବାରିପଦା ପୌରାଞ୍ଚଳର ଗରୀବ ଜନସାଧାରଣଙ୍କୁ ଦଳ ତରଫରୁ ରିଲିଫ ଏବଂ ପାଲ ବଣ୍ଟନ କାର୍ଯ୍ୟରେ ସାହାଯ୍ୟ କରିଥିବା କାରଣରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରାଯିବା ସହିତ "ୟଶ' ବାତ୍ୟାରେ ସମୟରେ ସମଗ୍ର ମୟୂରଭଞ୍ଜ ଜିଲ୍ଲାକୁ ରାଜ୍ୟ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ତୋଫାନୀ ଗସ୍ତ କରିବା ସହିତ ଜନସାଧାରଣଙ୍କ ସାହାଯ୍ୟ କରିବା ପାଇଁ କର୍ମୀମାନଙ୍କୁ ଉତ୍ସାହିତ କରିବା ଓ ସମସ୍ତ ସହଯୋଗର ହାତ ବଢାଇଥିବାରୁ ସଭାରେ ସର୍ବ ସମ୍ମତିକ୍ରମେ ତାଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା ।

ଅନ୍ୟମାନଙ୍କ ମଧ୍ୟରେ ମିଶନ ଶକ୍ତିର ଅନ୍ୟତମ ନାରୀନେତ୍ରୀ ବିଷ୍ଣୁପ୍ରିୟା ଦାସ, ରାଜ୍ୟ ବିଜୁ ଜନତା ଦଳର ଉପ-ସଭାପତି ଛବି ମାହାଲି, ପୂର୍ବତନ ଉପ-ନଗରପାଳ ଜିତେନ୍ଦ୍ର ମହାନ୍ତି, ଦୁର୍ଗାମଣି ଆଚାର୍ଯ୍ୟ, ଦିପ୍ତିଲତା ମିଶ୍ର, ବରିଷ୍ଠ  କାଉନସିଲର କୃଷ୍ଣଚନ୍ଦ୍ର ଦାସ, ପ୍ରଶାନ୍ତ ପଟ୍ଟନାୟକ, ଦର୍ପନାରାୟଣ ପାଲ, ନିରୋଜ ସାହୁ, ପ୍ରଭାତ ମହାନ୍ତି, ଅନନ୍ତ ଦାସ, ସରୋଜ ମହାପାତ୍ର, ଶାନ୍ତନୁ ଦାସ, ବିଶିକେଶନ ପଟ୍ଟନାୟକ, ଜିଲ୍ଲା ଯୁବ ଜନତା ସଭାପତି ଅରୁଣ ବରାଡ, ରାଜ୍ୟ ଯୁବ ଜନତା ସମ୍ପାଦକ ରାଜୀବ ଜେନା, ଜିଲ୍ଲା ଛାତ୍ର ସଭାପତି ସୁନୀଲ ନାୟକ, ରାଜ୍ୟ ଛାତ୍ର ସମ୍ପାଦକ ଅଭୟ ସିଂ, ମହିଳା ଜନତା ଦଳର ସଭାନେତ୍ରୀ ବୀଣାପାଣି ସାହୁ, ପୂର୍ବତନ କାଉନସିଲର ମହେଶ ଭଂଜଦେଓ, ସଂଘମିତ୍ରା ପାତ୍ର, ସୁମିତ୍ରା ପାତ୍ର, ଦେବାଶିଷ ଦାସ, ଶୋଭାକର ପଟ୍ଟାୟତ, ସ୍ୱରୂପ ପଟ୍ଟନାୟକ, କୁମାର ମୁଖୀ, ସୀମା ଦାସ, ଶ୍ରାବଣୀ ଦାସ, ତ୍ରିଲୋକେଶ ପଣ୍ଡା, ସଂଜିତା ବିଶ୍ୱାଳ, ଦେବାଶିଷ ପାତ୍ର, ଜିଲ୍ଲା ସମ୍ପାଦକ ପ୍ରଭାତି ନାୟକ, ସନ୍ଦୀପ ବେହେରା, ପ୍ରଭାତି ପୃଷ୍ଟି, ଦେବୀଦତ୍ତ ଦାଶ, ସରୋଜ ଶତପଥୀ, କାମିନୀକାନ୍ତ ପରିଡା, ସମ୍ପା ମଜୁମଦାର ତଥା ବାରିପଦା ପୌରାଞ୍ଚଳର ୨୮ ଗୋଟି ୱାର୍ଡର ୱାର୍ଡ ସଭାପତିମାନେ ଉପସ୍ଥିତ ଥିଲେ ।

0
0
0
s2sdefault