ହେଡଲାଇନସ୍:

୨୪୧ ଗୋଟି ଅଭିଯୋଗ  ଶୁଣାଣି,  ୧୦୮ ଗୋଟି ଆବେଦନର ତତକ୍ଷଣାତ ସମାଧାନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ 

02-07-18-JAJPUR-W.jpg - 64.90 kB ଯାଜପୁର/ ଜୟଶଙ୍କର ଦାଶ  :ଗ୍ରୀଷ୍ମ ପ୍ରବାହ ଯୋଗୁ ଜିଲ୍ଲା ସ୍ତରରେ ଅନୁଷ୍ଠିତ ହେଊଥିବା ଅଭିଯୋଗ ଶୁଣାଣି ପ୍ରକୋଷ୍ଠକୁ  ଏପ୍ରିଲ ମାସ ୩୦ ତାରିଖ ଠାରୁ ବନ୍ଦ ରଖାଯାଇଥିଲା ।  ବର୍ତ୍ତମାନ ପାଗର ପରିବର୍ତ୍ତନ ଘଟିବା ଯୋଗୁ ପୁନର୍ବାର ଜୁଲାଇ ୨ ତାରିଖ ଠାରୁ ଅଭିଯୋଗ ଶୁଣାଣି ଆରମ୍ଭ ହୋଇଅଚ୍ଥି ।  ଆଜି ପୂର୍ବାହ୍ନରେ ଜିଲ୍ଲା ଗ୍ରାମ୍ୟ ଊନ୍ନୟନ ସଂସ୍ଥା ସମ୍ମିଳନୀ ଗୃହରେ  ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ଯାଜପୁର  ଜିଲ୍ଲାପାଳ ରଂଜନ କୁମାର ଦାସ ଅଧ୍ୟକ୍ଷତା କରିବା ସହ ଶିବିରକୁ ଆସୁଥିବା ଅଭିଯୋଗକାରୀଙ୍କର ସମସ୍ୟାର ସମାଧାନ ତ୍ୱରାନ୍ୱିତ ପ୍ରକି୍ରୟାରେ କରିବାକୁ ପରାମର୍ଶ ଦେଇଥିଲେ । ପ୍ରଶାସନକୁ ଲୋକାଭିମୁଖୀ କରିବା ସହ  ଆଇନର ପରିସରରେ ସାଧାରଣ ଲୋକଙ୍କର ସମସ୍ୟାର ସମାଧାନ  ସଂପନ୍ନ କରିବା ହେଉଚ୍ଥି  ଏହି ଅଭିଯୋଗ ଶୁଣାଣି ଶିବିରର ଆଭିମୁଖ୍ୟ ।  ତେଣୁ ପ୍ରତ୍ୟେକ ଦାୟିତ୍ୱର ସହ ଏହାକୁ ନିର୍ବାହ କରିବାକୁ ସେ ଆହ୍ୱାନ ଦେଇଥିଲେ ।  ଏହି ଶୁଣାଣିରେ  ମୋଟ ୨୪୧ ଗୋଟି ଅଭିଯୋଗ  ମଧ୍ୟରୁ  ୨୦୪ ଗୋଟି ବ୍ୟକ୍ତିଗତ, ୧୧ ଗୋଟି ସାମୁହିକ, ୧୪ ଗୋଟି ରେଡକ୍ରସ ସହାୟତା  ପାଇଁ ଓ ମୁଖ୍ୟମନ୍ତ୍ରୀଙ୍କ ରିଲିପଂ ପାଣ୍ଠିରୁ ସହାୟତା ପାଇଁ ୧୨ ଗୋଟି  ଆବେଦନ ପତ୍ର ମିଳିଥିଲା ।  ସେଥିରୁ ତତକ୍ଷଣାତ ୧୦୮ ଗୋଟି ଆବେଦନର ସମାଧାନ କରାଯାଇଥିଲା ।  ବିଭିନ୍ନ ଚିକିତ୍ସା  ସୁବିଧା ପାଇଁ ରେଡକ୍ରସରୁ ୪୨ ହଜାର  ଓ ମୁଖ୍ୟମନ୍ତ୍ରୀ ଚିକିତ୍ସା ପାଣ୍ଠିରୁ ୬୬ ହଜାର ଟଙ୍କା ପ୍ରଦାନ  କରାଯାଇଥିଲା ।  ଯେଊଁମାନେ ଆର୍ଥିକ ସହାୟତା ପାଇଁ ଆବେଦନ କରୁଚ୍ଥନ୍ତି ସେମାନେ ତାଙ୍କର ବ୍ୟାଙ୍କ ପାସ୍ ବହିର ଜେରକ୍ସ କପି ସହିତ ଚଳିତ ବର୍ଷର ଆୟ ପ୍ରମାଣପତ୍ର କିମ୍ୱା ବି.ପି.ଏଲ୍. କାର୍ଡର ଜେରକ୍ସ କପି ପ୍ରଦାନ କରିବାକୁ ଅଭିଯୋଗ ପ୍ରକୋଷ୍ଠ ପକ୍ଷରୁ ସୂଚନା ଦିଆଯାଇଚ୍ଥି ।  ।  ଜୁଲାଇ ୬ ତାରିଖରେ କଳିଙ୍ଗ ନଗର ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ସମାଧାନ ଶିବିର, ୯ ତାରିଖରେ ଦାନଗଦୀ ବ୍ଲକର ଖଣ୍ଡୁରାଇ ମଣ୍ଡପ ଠାରେ, ୧୬ ତାରିଖରେ ବିଂଝାରପୁର ବ୍ଲକ କଣ୍ଟିପୁର ଡାକ୍ତରଖାନା ପଡିଆ ଠାରେ, ୨୩ ତାରିଖରେ ରସୁଲପୁର ବ୍ଲକ କୁଆଖିଆ ଥାନା ପରିସର  ଠାରେ ମିଳିତ ଅଭିଯୋଗ  ଶୁଣାଣି,  ୩୦ ତାରିଖରେ ସୁକିନ୍ଦା ବ୍ଲକ  କାର୍ଯ୍ୟାଳ ଠାରେ ମିଳିତ ଅଭିଯୋଗ ଶୁଣାଣୀ  ଓ କୃଷି ସମାଧାନ ଶିବିର  ଅନୁଷ୍ଠିତ  ହେବ ବୋଲି   ଅଭିଯୋଗ ପ୍ରକୋଷ୍ଠ  ସୂତ୍ରରୁ ସୂଚନା ଦିଆଯାଇଚ୍ଥି ।

ଏହି  ଶିବିରରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ   ବ୍ରଜ ଗୋପାଳ ଆଚାର୍ଯ୍ୟ, ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, ଉପଜିଲ୍ଲାପାଳ  ନାରାୟଣ ଚନ୍ଦ୍ର ଧଳ, ଅତିରିକ୍ତ ଏସ୍ ପି ଗଣେଶ୍ୱର ସେଠୀ, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ, CDMO ଡା. ବାରିଶ ଦାସ, ତହସିଲଦାର ଲକ୍ଷ୍ମୀକାନ୍ତ ମିଶ୍ର, ଜିଲ୍ଲା ପଞ୍ଚାୟତ ଅଧିକାରୀ ଅଶୋକ କୁମାର ସେଠୀ, ଏ.ଡି.ଏମ୍.ଓ. ଡା. ଋୁଦ୍ର ପ୍ରତାପ କର, ଡା. କାହ୍ନୁ ଚରଣ ନାୟକ  ଓ  ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ । 

0
0
0
s2sdefault