ହେଡଲାଇନସ୍:

୨୪୦ ଲିଟର ଦେଶୀ ରନ୍ଧା ମଦ ସହିତ  ସ୍କୁଟି ଓ ଅଟୋ ରିକ୍ସା ଜବତ : ୩ ଗିରଫ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭଦ୍ରକ ବ୍ଲକ୍(ସୀତାକାନ୍ତ ପାଢ଼ୀ): ଜିଲ୍ଲାପାଳ ଡ. ଜ୍ଞାନ ଦାସଙ୍କ ନିର୍ଦ୍ଦେଶକ୍ରମେ ଓ  ଉପ-ଜିଲ୍ଲାପାଳ ଶ୍ରୀ ପିତାମ୍ବର ସାମଲଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଭଦ୍ରକ ଭାମ୍ୟମାଣ ସ୍କ୍ୱାଡ ଭାରପ୍ରାପ୍ତ ଅଧିକାରୀ ଶ୍ରୀ ବ୍ରଜମୋହନ ମଲିକ ଓ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ଵାରା  ନାୟକାଣି ଡିହି ଥାନା ଅନ୍ତର୍ଗତ ବିଦେଈ ପୁର ଛକ ନିକଟରେ ଓ ଭଦ୍ରକ ଗ୍ରାମାଂଚଳ ଥାନା ଅନ୍ତର୍ଗତ କୁଆପଦା ଅଞ୍ଚଳରେ ଚଢାଉ କରାଯାଇ  ୨୪୦ ଲିଟର ଦେଶୀ ରନ୍ଧା ମଦ ,  ୧ ସ୍କୁଟି ସହ ଏକ ଅଟରିକ୍ସା ଜବତ କରିବା ସହିତ, ଏଥିରେ ସଂପୃକ୍ତ ମୋଟ ୩ ଜଣଙ୍କୁ ଗିରଫ କରାଯାଇଥିବା ବେଳେ    ଜବତ ମଦ ର ଆନୁମାନିକ ମୂଲ୍ୟ  ୩ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛନ୍ତି । ଉକ୍ତ ଚଢାଉରେ ଏ.ଏସ୍‌.ଆଇ ଭବେଶ ଦାସ,ପ୍ରହଲ୍ଲାଦ ସାମଲ ଓ  କନେଷ୍ଟବଳ ପ୍ରଦୀପ ମଲ୍ଲିକ,ସତ୍ୟରଞ୍ଜନ ସେଠୀ ଉପସ୍ଥିତି ଥିଲେ। ଏନେଇ ଅବକାରୀ ବିଭାଗ ପକ୍ଷରୁ ୩ଟି ପୃଥକ ପୃଥକ ମାମଲା ରୁଜ୍ଜୁ କରାଯାଇଛି।

0
0
0
s2sdefault