ହେଡଲାଇନସ୍:

ଶୀତଳଷଷ୍ଠୀ କମିଟିର ମହାନଗର ନିଗମ କାର୍ଯ୍ୟାଳୟ ଘେରାଉ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ସମ୍ବଲପୁର/ରମାକାନ୍ତ ବିଶ୍ୱାଳ :  ସମ୍ବଲପୁର ର ପ୍ରଶିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଆଉ କେଇ ଦିନ ବାକି ଥିବାବେଳେ ମହାନଗର ନିଗମ ଯାତ୍ରା ଆୟୋଜନ ରେ ଅସହଯୋଗ କରୁଥିବା ଅଭିଯୋଗ କରିଛି ଯାତ୍ରା କମିଟି ।ଏନେଇ ନନ୍ଦପଡା ଶୀତଳଷଷ୍ଠୀ ଯାତ୍ରା କମିଟି ପକ୍ଷରୁ ମହାନଗର ନିଗମ  କାର୍ଯ୍ୟାଳୟ ଘେରାଉ କରାଯାଇଥିବା ବେଳେ ମହାନଗର ନିଗମ ଯାତ୍ରା ଆୟୋଜନ ରେ ସବୁପ୍ରକାର ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛି।

ସମ୍ବଲପୁର ସହରର ପ୍ରଶିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ଆଉ କେଇ ଦିନ ହାତଗଣତି  ବାକିରହିଛି । ଏଥିପାଇଁ ସବୁ ଯାତ୍ରା କମିଟି ପକ୍ଷରୁ ପ୍ରସ୍ତୁତି ଯୋରଦାର ଚାଳିଥିବା ବେଳେ ମହାନଗର ନିଗମ ଯାତ୍ରା ଆୟୋଜନ ରେ ସହଯୋଗ କରୁନଥିବା ଅଭିଯୋଗ ହୋଇଛି । ନନ୍ଦପଡା ଶୀତଳଷଷ୍ଠି ଯାତ୍ରା କମିଟି ତରଫରୁ  ସମ୍ବଲପୁର ମହନଗର ନିଗମ ଯାତ୍ରା ହେଉଥିବା ସ୍ଥାନ ସହ ଆଖପାଖ ଅଞ୍ଚଳରେ ସଫେଇ ପ୍ରତି ଧ୍ୟାନ ଦେଉନଥିବା ଅଭିଯୋଗ କରିଛି । କୋଭିଡ ପାଇଁ ଗତ ବର୍ଷ ଠାରୁ ନନ୍ଦପଡା ଶୀତଳଷଷ୍ଠୀ ଯାତ୍ରା ଆୟୋଜନ ସ୍ଥଳରେ ନାଳ ଗୁଡିକ ସଫେଇ କରାଯାଉନାହିଁ ଏଥିପାଇଁ ଯାତ୍ରା ଆୟୋଜନ ରେ ବଡ ସମସ୍ୟା ଦେଖାଦେଇଛି । ଏନେଇ ନନ୍ଦପଡା ଯାତ୍ରା କମିଟି ସିଧାସଳଖ ମହାନଗର ନିଗମ ର ଅପାରଗତା କୁ ଦାୟୀ କରିଛି ।

ଅପରପକ୍ଷରେ ସମ୍ବଲପୁର ମହାନଗର ନିଗମ ର କାର୍ଯ୍ୟକାରୀ  ଅଧିକାରୀ କହିଛନ୍ତି ଯେ ଏନେଇ ପଦକ୍ଷେପ ନିଆଯାଇଛି । ନନ୍ଦପଡା ଶୀତଳଷଷ୍ଠୀ ଯାତ୍ରା କମିଟି ର ମୁଖ୍ୟ ମନ୍ଦିର ନିକଟରେ ନାଳ  ସଫେଇ  କାର୍ଯ୍ୟ ଆରମ୍ଭ ହେବା ସହ ସମ୍ବଲପୁର ସହରର ସମସ୍ତ ଯାତ୍ରା ଆୟୋଜନ ସ୍ଥଳରେ ସ୍ୱତନ୍ତ୍ର ସଫେଇ ଅଭିଯାନ ଆଗକୁ କରାଯିବାର ଵ୍ୟବସ୍ଥା କରାଯାଇଛି ବୋଳି ମହାନଗର ନିଗମ ର କାର୍ଯ୍ୟକାରୀ ଅଧିକାରୀ ଶୁଭଙ୍କର ମହାନ୍ତି କହିଛନ୍ତି । ମହାନଗର ନିଗମ  ସମ୍ବଲପୁର ରେ ଶୀତଳଷଷ୍ଠୀ ଆୟୋଜନ ପୁର୍ବରୁ  ମହାନଗର ନିଗମ  ସାରା ସହର ରେ ମେଗା ସଫେଇ ଆଭିଯାନ କରିବାକୁ ସାଧାରଣ ରେ ଦାବି ହୋଇଛି ।

0
0
0
s2sdefault