ହେଡଲାଇନସ୍:

କ୍ୟୁଏସ୍ ୱାଲର୍ଡ ୟୁନିଭରସିଟି ରାଙ୍କିଙ୍ଗସରେ  ସୋଆ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର, : ସମ୍ମାନଜନକ କ୍ୟୁଏସ୍ ୱାଲର୍ଡ ୟୁନିଭରସିଟି ରାଙ୍କିଙ୍ଗସ୍ ୨୦୨୨ ସଂସ୍କରଣରେ ଓଡ଼ିଶାରୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ସ୍ଥାନ ପାଇବାର ସଫଳତା ଅର୍ଜନ କରିଛି । ମଙ୍ଗଳବାର ପ୍ରକାଶିତ ଏହି ରାଙ୍କିଙ୍ଗସରେ  ସ୍ଥାନ ପାଇଥିବା ଭାରତର ୩୫ଟି ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡ଼ିକ ମଧ୍ୟରେ ଓଡ଼ିଶାରୁ ସୋଆ ଓ ଇଣ୍ଡିଆନ୍ ଇନଷ୍ଟିଟ୍ୟୁଟ  ଅଫ୍ ଟେକନୋଲୋଜି, ଭୁବନେଶ୍ୱର ରହିଛନ୍ତି ।

ଓଡ଼ିଶାରୁ ଏହି ସମ୍ମାନଜନକ ରାଙ୍କିଙ୍ଗ ଅର୍ଜନ କରିଥିବା ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟରେ ୯ ଟି ଆଇଆଇଟି, ଇନଷ୍ଟିଟ୍ୟୁଟ ଅଫ ସାଇନ୍ସ, ବେଙ୍ଗାଲୁରୁ ଏବଂ ଅନ୍ୟାନ୍ୟ ପ୍ରସିଦ୍ଧ ଭାରତୀୟ ବିଶ୍ୱବିଦ୍ୟାଳୟଗୁଡ଼ିକ ରହିଥିବା ବେଳେ ଏହାର ୮୦୧-୧୦୦୦ ବ୍ରାକେଟ୍ ମଧ୍ୟରେ ସୋଆ ସ୍ଥାନ ପାଇଛି ।

ସେହିପରି ସୋଆ ସମେତ ଭାରତର ୩ଟି ଡିମ୍ଡ୍ ଟୁ ବି ୟୁନିଭରସିଟି ଏହି ର୍ୟାଙ୍କିଂରେ ସ୍ଥାନ ପାଇଛନ୍ତି । ସାରା ବିଶ୍ୱର ୯୩ଟିଦେଶର ଅସଂଖ୍ୟ ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡ଼ିର ସଫଳତାକୁ ବିଶ୍ଲେଷଣ କରାଯାଇଥିବା ବେଳେ ୧୩୦୦ଟି ଶିକ୍ଷାନୁଷ୍ଠାନକୁ ସେମାନଙ୍କର ଶୈକ୍ଷିକ ପ୍ରତିଷ୍ଠା, ନିଯୁକ୍ତିଦାତାଙ୍କ ପ୍ରତିଷ୍ଠା, ଫାକଲଟିମାନଙ୍କ ସନ୍ଦର୍ଭ, ଫାକଲଟି ଛାତ୍ର ଅନୁପାତ, ଆନ୍ତର୍ଜାତୀକ ଫାକଲଟି ଓ ଆନ୍ତର୍ଜାତୀକ ଛାତ୍ରଛାତ୍ରୀ ଭଳି ବିଭିନ୍ନ ମାପଦଣ୍ଡକୁ ନେଇ ଏହି ରାଙ୍କିଙ୍ଗ ପ୍ରସ୍ତୁତ କରାଯାଇଛି ।

ଏହି ସଫଳତାରେ ସୋଆ କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର ଖୁସି ପ୍ରକଟ କରି ଏଥିନିମନ୍ତେ ବିଶ୍ୱବିଦ୍ୟାଳୟର ସଭାପତିଙ୍କ ପ୍ରେରଣା, ବିଭିନ୍ନ ଶିକ୍ଷାନୁଷ୍ଠାନନର ଡିନ୍, ଫ୍ୟାକଲଟି ଓ ଅନ୍ୟାନ୍ୟ କର୍ମଚାରୀଙ୍କ ପରିଶ୍ରମ ଓ ଆନ୍ତରିକ ପ୍ରଚେଷ୍ଟା ଅନୁଷ୍ଠାନକୁ ଏହି ସଫଳତା ଆଣି ଦେଇଛି ବୋଲି କହିଛନ୍ତି । ଏହି ରାଙ୍କିଙ୍ଗ ବିଶ୍ୱବିଦ୍ୟାଳୟକୁ ଅଧିକ ଆଗକୁ ଯିବାକୁ ଉତ୍ସାହିତ କରିବ ବୋଲି ସେ କହିଛନ୍ତି ।

ଏହି ଅବସରରେ ମହାମାରୀ ସତ୍ୱେ ଫ୍ୟାକଲଟିମାନଙ୍କର ଶିକ୍ଷାଦାନ ଓ ହସପିଟାଲର ଡାକ୍ତର, ନର୍ସ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ଦ୍ୱାରା କୋଭିଡ ସଂକ୍ରମିତ ହଜାର ହଜାର ଲୋକଙ୍କର ଉତ୍ସର୍ଗୀକୃତ ସେବାକୁ ପ୍ରଫେସର ମହାପାତ୍ର ପ୍ରଶଂସା କରିଥିଲେ ।

0
0
0
s2sdefault