ହେଡଲାଇନସ୍:

ଉପାନ୍ତ ଅଂଚଳରେ ବିଜୁ ଜନତା ଦଳର ରକ୍ତ ଦାନ ଶିବିର 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ବର୍ତ୍ତମାନ ପ୍ରବଳ ଖରା ସହିତ କୋରୋନା ମହାମାରୀର ଭୟ ସାଧାରଣ ଜନତାଙ୍କୁ ଅସ୍ତବ୍ୟସ୍ତ କରି ପକାଉଛି । ଅନ୍ୟପଟେ କ୍ରମାଗତ ଭାବରେ ବିଭିନ୍ନ ରକ୍ତ ଭଣ୍ଡାର ଗୁଡିକରେ ରକ୍ତର ଘୋର ଅଭାବ ଦେଖିବାକୁ ମିଳୁଛି । ଓଡ଼ିଶାରେ କରୋନା ମହାମାରୀ ସମୟରେ "ପ୍ରତିଟି ଜୀବନ ଆମ ପାଇଁ ମୂଲ୍ୟବାନ" ବୋଲି ମୁଖ୍ୟମନ୍ତ୍ରୀ ପ୍ରଦାନ କରିଥିବା ଏହି ବାର୍ତ୍ତାକୁ ପାଥେୟ କରି ଓଡିଶା ମୋ ପରିବାର , ଜୀବନବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟର ଅନେକ ସ୍ଥାନରେ ଶିବିର ଆୟୋଜନ କରି ରକ୍ତ ଦାତା ମାନଙ୍କୁ ରକ୍ତଦାନ କରିବା ପାଇଁ ଉତ୍ସାହିତ କରିବା ସହିତ ରକ୍ତଭଣ୍ଡାର ପାଇଁ ରକ୍ତ ସଂଗ୍ରହ କାର୍ଯକ୍ରମ ଜାରି ରଖିଛନ୍ତି । ଏହି କ୍ରମରେ ଆଜି ଉପାନ୍ତ ଝାରବନ୍ଧ ବ୍ଲକ କନ୍ଦାଡଙ୍ଗର ଗ୍ରାମରେ ବିଜୁ ଜନତା ଦଳ ଓ ଓଡିଶା-ମୋ ପରିବାର ଆନୁକୁଲ୍ୟରେ 'ଜୀବନ ବିନ୍ଦୁ' ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବରିହାଙ୍କର ମାର୍ଗଦର୍ଶନ ରେ ଆୟୋଜିତ ଏହି ରକ୍ତଦାନ ଶିବିର କୁ ଓଡ଼ିଶା ମୋ ପରିବାର ଜିଲ୍ଲା ସଂଯୋଜକ ଶ୍ରୀ ଗୌରହରି ମିଶ୍ର , ବିଜୁ ଜନତା ଦଳର ଜିଲ୍ଲା ଉପସଭାପତି ଶ୍ରୀ ଜନାର୍ଦ୍ଦନ ପାଣିଗ୍ରାହୀ , ଯୁବନେତା ଶ୍ରୀ ଭୋଜରାଜ ସିଂ ବରିହା ,ମିଳିତ ଭାବେ ଉଦଘାଟନ କରିଥିଲେ  । ଝାରବନ୍ଧ ବ୍ଲକ ଅଧ୍ୟକ୍ଷ ଶ୍ରୀ ବିଜୟ କେତନ ପ୍ରଧାନ ଙ୍କର ବ୍ୟକ୍ତିଗତ ତତ୍ୱବାଧାନରେ ଅନୁଷ୍ଠିତ ଏହି ସ୍ବେଚ୍ଛାକୃତ ରକ୍ତ ଦାନ ଶିବିରରେ ବିଜୁ ଜନତା ଦଳର ବହୁ କର୍ମୀ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଶିବିରରୁ ସର୍ବମୋଟ ୪୨ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । ଏହି ଘଡିସନ୍ଧି ମୁହୂର୍ତ୍ତରେ ରକ୍ତଦାତା କେବଳ ରକ୍ତ ଦାନ କରୁନାହାନ୍ତି ସେମାନେ ରକ୍ତ ଦାନ କରି ଜୀବନ ଦାନ କରୁଛନ୍ତି, ସମସ୍ତ ରକ୍ତଦାତା ମାନଙ୍କୁ ଅନେକ ଅନେକ ଧନ୍ୟବାଦ  ବୋଲି ମୋ ପରିବାରର ଜିଲ୍ଲା ସଂଯୋଜକ ଶ୍ରୀ ମିଶ୍ର କହିଥିଲେ ।

0
0
0
s2sdefault