ହେଡଲାଇନସ୍:

ରେଳ ଫାଟକ ପାର ହେବା ସମୟରେ ନିରାପତ୍ତା ନିୟମ ପାଳନ କରନ୍ତୁ: ପୂର୍ବତଟ ରେଳପଥର ମହାପ୍ରବନ୍ଧକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଆନ୍ତର୍ଜାତିକ ଲେଭେଲ କ୍ରସିଂ ସଚେତନତା ଦିବସ 

ଭୁବନେଶ୍ୱର(ଶାସକ ପ୍ରଶାସକ): ସଡ଼କ ବ୍ୟବହାରକାରୀମାନେ ରେଳ ଫାଟକ ପାର ହେଉଥିଲାବେଳେ ନିରାପତ୍ତା ନିୟମକୁ କଡ଼ାକଡ଼ି ଭାବେ ଅନୁପାଳନ କରିବା ଲାଗି ପୂର୍ବ ତଟ ରେଳପଥର ମହାପ୍ରବନ୍ଧକ ବିଦ୍ୟା ଭୂଷଣ ଅନୁରାଧ କରିଛନ୍ତିି । ଅନ୍ତର୍ଜାତିକ ଲେଭଲ କ୍ରସିଂ ସଚେତନତା ଦିବସ-୨୦୨୧ ଅବସରରେ ଶ୍ରୀ ବିଦ୍ୟା ଭୂଷଣ ତାଙ୍କ ବାର୍ତ୍ତାରେ ସମସ୍ତ ଜନ ସାଧାରଣଙ୍କୁ ଅନୁରୋଧ କରି କହିଛନ୍ତି ଯେ ରେଳ ଫାଟକ ନିକଟରେ ରାସ୍ତା ବ୍ୟବହାରକାରୀମାନେ ନିରାପତ୍ତା ନିୟମକୁ ସଠିକ ଭାବେ ପାଳନ କରିବା ବହୁତ ଜରୁରୀ, ଏହା ଦ୍ୱାରା ମାନବ ଜୀବନର ସୁରକ୍ଷା ହୋଇ ପାରିବ । ଭାରତୀୟ ରେଳପଥ ଏହି ଅଭିଯାନରେ ସାମିଲ ହୋଇ ରେଳ ଫାଟକ ନିକଟରେ ନିରପତ୍ତାକୁ ସୁନିଶ୍ଚିତ କରିବାକୁ ସଡ଼କ ବ୍ୟବହାରକାରୀଙ୍କ ସହ ସମସ୍ତ ଜନସାଧାରଣଙ୍କୁ ସଚେନତ କରାଉଛି ବୋଲି ସେ କହିଛନ୍ତି ।

ଲେଭଲ କ୍ରସିଂ ଫାଟକରେ ନିରପତ୍ତାକୁ ସୁନିଶ୍ଚିତ କରିବା ଓ ସଚେତନତା ବୃଦ୍ଧି ଉଦେ୍ଧଶ୍ୟରେ ଅନ୍ତର୍ଜାତୀକ ଲେଭଲ କ୍ରସିଂ ସଚେତନତା ଦିବସ ହେଉଛି ଏକ ବିଶ୍ୱ ବ୍ୟାପୀ ପଦକ୍ଷେପ । ଏଥିପାଇଁ ସଡ଼କ ବ୍ୟବହାରକାରୀମାନଙ୍କୁ ଅନୁରୋଧ କରାଯାଉଛି ଯେ ସେମାନେ ପ୍ରହରୀ ଥିବା ଲେଭଲ କ୍ରସିଂ ଫାଟକ ପାର ହେଉଥିବା ସମୟରେ ସତର୍କତା ଅବଲମ୍ବନ କରନ୍ତୁ । ଫାଟକ ବନ୍ଦ ଥିବା ସମୟରେ ଗାଡ଼ିକୁ ବନ୍ଦ ରଖନ୍ତୁ । କଦାପି ବଳ ପ୍ରୟୋଗ କରି ଫାଟକକୁ ଖୋଲନ୍ତୁ ନାହିଁ । ଟ୍ରେନ ଅତିକ୍ରମ କରିବା ଓ ଫାଟକ ଖୋଲିବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ ଏବଂ ଏହା ପରେ ରାସ୍ତା ଅତିକ୍ରମ କରନ୍ତୁ । ଭାରତୀୟ ରେଳପଥ ଅଧିନିୟମ ୧୯୮୯ର ଧାରା ୧୬୦ ଅଧିନରେ ଉପରୋକ୍ତ ଆଇନ ଉଲଂଘନକାରୀଙ୍କ ପାଇଁ ଦଣ୍ଡବିଧିର ବ୍ୟବସ୍ଥା ରହିଛି ।

0
0
0
s2sdefault