ବରଗଡ଼: ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଜୋଖିପାଲି ଗ୍ରାମକୁ ବୁଧବାର ଦିନ ସକାଳେ ବିଶୋଧନ କରାଯାଇଛି | ଗାଁରେ କିଛି ଜଣ ବ୍ୟକ୍ତି କରୋନା ରୋଗରେ ଆକ୍ରାନ୍ତ ଥିବାରୁ ଗାଁର ସୁରକ୍ଷା ଦୃଷ୍ଟିରୁ ଗାଁର କିଛି ସଚେତନ ନାଗରିକ ବିଜେପୁର ବିଧାୟିକା ଶ୍ରୀମତୀ ରୀତା ସାହୁଙ୍କୁ ଅନୁରୋଧ କରିଥିଲେ | ଯାହାଙ୍କ ଅନୁରୋଧ ରଖି ଶ୍ରୀମତି ସାହୁ ତ୍ୱରିତ ପଦକ୍ଷେପ ଗ୍ରହଣ କରିବା ସଙ୍ଗେ ଓଡ଼ିଶା ଅଗ୍ନିଶମ ବିଭାଗ ଗାଡ଼ିକୁ ପଠେଇ ଗାଁର ଗଳିକନ୍ଦିରେ ସାନିଟାଇଜର ସ୍ପ୍ରେ କରିଥିଲେ | ବିଧାୟିକାଙ୍କ ଏହି ପ୍ରୟାସକୁ ସ୍ଥାନୀୟ ଲୋକମାନେ ଉଚ୍ଚ ପ୍ରଶଂସା କରିଥିଲେ |
ରାଜ୍ୟ
ବିଧାୟିକାଙ୍କ ସହାୟତାରେ ଜୋଖିପାଲି ଗ୍ରାମ ହେଲା ବିଶୋଧନ
- Hits: 666