ହେଡଲାଇନସ୍:

କୋଭିଡ଼ ପରିଚାଳନା ପାଇଁ ବିଏମସିକୁ ଆଉ କୋଡ଼ିଏ କୋଟି ଟଙ୍କା ମଂଜୁର  କଲେ ମୁଖ୍ୟମନ୍ତ୍ରୀ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର(ଶାସକ ପ୍ରଶାସକ) : ଭୁବନେଶ୍ୱରରେ କୋଭିଡ଼ ମହାମାରୀର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ,ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠିରୁ ଆଉ କୋଡ଼ିଏ କୋଟି ଟଙ୍କା ମଂଜୁର କରିଛନ୍ତି । ସୂଚନାଯୋଗ୍ୟ ଯେ ପୂର୍ବରୁ ଏଥିପାଇଁ ଭୁବନେଶ୍ୱର ମହାନଗର ନିଗମ କୁ 77କୋଟି ଟଙ୍କା ଦିଆଯାଇଛି ।

ଭୁବନେଶ୍ୱରରେ ରାଜ୍ୟର ସର୍ବାଧିକ କୋଭିଡ଼ ହସ୍ପିଟାଲ ରହିଛି ଏବଂ ଚିକିତ୍ସିତ ରୋଗୀଙ୍କ ସଖ୍ୟା  ମଧ୍ୟ ଏଠାରେ ସର୍ବାଧିକ । ଚିକିତ୍ସା ପାଇଁ ରାଜ୍ୟର ବିଭିନ୍ନ ଅଞ୍ଚଳରୁ କୋଭିଡ଼ ରୋଗୀ ଭୁବନେଶ୍ୱରକୁ ଆସି ଥାନ୍ତି । ତେଣୁ ଭୁବନେଶ୍ୱରର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ଅର୍ଥ ମଂଜୁର କରାଯାଇଛି ।

0
0
0
s2sdefault