ହେଡଲାଇନସ୍:

ସରକାରଙ୍କ ପରିଚାଳନାଗତ ତ୍ରୁଟି ଯୋଗୁଁ ଦେଶବାସୀ ଦୟନୀୟ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି-ନିରଞ୍ଜନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଭୁବନେଶ୍ୱର--ଗତ ଦୁଇବର୍ଷ ଧରି ସାରା ପୃଥିବୀରେ ବିଶେଷ କରି ଆମ ଦେଶ ଭାରତରେ କରୋନା ମହାମାରୀ ଯେପରି ଭାବେ ବ୍ୟାପିଛି ଏହିପରି ରୋଗ ପୃଥିବୀ ଇତିହାସରେ କେବେ ଦେଖାଯାଇନଥିଲା।କରୋନା ମହାମାରିରେ ସଂକ୍ରମିତ ହୋଇ ଲକ୍ଷ ଲକ୍ଷ ଲୋକ ମୂର୍ତ୍ୟୁମୁଖରେ ପଡିଚାଲିଛନ୍ତି।ଅର୍ଥନୈତିକ ଦୃଷ୍ଟିରୁ ହୀନସ୍ଥା ହେଉଛନ୍ତି।ବର୍ତ୍ତମାନ ଭାରତବର୍ଷ ସାରାପୃଥିବୀରେ କରୋନା ସଂକ୍ରମିତ ରେ ପ୍ରଥମ ସ୍ଥାନ ଅଧିକାର କରିଛି।ଏହା କେବଳ କେନ୍ଦ୍ର ସରକାରଙ୍କ ପାରଦର୍ଶିତା ର ଅଭାବ,ଦୂରଦୃଷ୍ଟି ର ଅଭାବ ଏବଂ ସାଧାରଣ ଲୋକଙ୍କ ପ୍ରତି ଦରଦର ଅଭାବ ଯୋଗୁଁ ଏପରି ପରିସ୍ଥିତି ଦେଖାଦେଇଛି ବୋଲି ଆଜିର ଏକ ପ୍ରେସବାର୍ତ୍ତାରେ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି।ସେ କହିଛନ୍ତି କେନ୍ଦ୍ରସରକାରଙ୍କ ର ଦୂରଦୃଷ୍ଟି ଅଭାବ ରୁ ଲୋକମାନେ ଟୀକା ପାଉନାହାନ୍ତି।ବିଭିନ୍ନ ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧି କରୋନା ମାହାମାରୀଙ୍କୁ ନେଇ କେନ୍ଦ୍ରସରକାରଙ୍କୁ ଅନେକ ଉପାଦେୟ ପରାମର୍ଶ ଦେଇଥିବା ବେଳେ ଗତ କିଛିଦିନ ତଳେ ସର୍ବପ୍ରଥମେ ଶ୍ରୀ ଗାନ୍ଧୀ  ନିଶୁଳ୍କ ସାର୍ବଜନୀନ ଟୀକା ପ୍ରଦାନ ପାଇଁ ଦାବି କରିବା ଏବଂ  ଭାରତବର୍ଷର ବିଭିନ୍ନ ଅଣବିଜେପି ରାଜ୍ୟସରକାରଙ୍କ ଦାବି ସାଙ୍ଗକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା ଆଦି କୁ ନେଇ ମୋଦି ସରକାର ବାଧ୍ୟ ହୋଇ ସମସ୍ତ ଜନସାଧାରଣଙ୍କୁ ମାଗଣା ଟୀକା ଦିଆଯିବ ବୋଲି ନିଷ୍ପତି ଗ୍ରହଣ କଲେ।କରୋନା ର କ୍ଷତି ଭରଣା ପାଇଁ ଯଦି କେନ୍ଦ୍ରସରକାର ଆଗରୁ ସମସ୍ତଙ୍କୁ ନିଶୁଳ୍କ ଟୀକା ଦିଆଯିବା ନିଷ୍ପତି ନେଇଥାନ୍ତେ ଏବଂ ଟିକାର ବ୍ୟବସ୍ଥା କରିଥାନ୍ତେ ତେବେ ଆଜି ଭାରତବର୍ଷରେ ଲକ୍ଷ ଲକ୍ଷ ଲୋକ ମୃତ୍ୟୁମୁଖରେ ପଡି ମୃତ୍ୟୁ ବରଣ କରିନଥାନ୍ତେ।

     ସେହିପରି ନିଜର କ୍ଷତି ଭରଣା ପାଇଁ ଦେଶର ୮୦ କୋଟି ଲୋକଙ୍କୁ ଚାଉଳ ଦେବେ ବୋଲି କେନ୍ଦ୍ର ସରକାର ଯେଉଁ ଡିଣ୍ଡିମ ପିଟୁଛନ୍ତି ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଶ୍ରୀ ପଟ୍ଟନାୟକ। ସେ କହିଛନ୍ତି ଗରିବ ଲୋକ ତ ଆଗରୁ ୧ ଟଙ୍କାରେ ଚାଉଳ ପାଉଛନ୍ତି।ତେବେ ଏବେ କଣ ସେହି ୧ ଟଙ୍କା ଛାଡ଼ କରିବା ପାଇଁ କେନ୍ଦ୍ରସରକାର ନିଷ୍ପତି ନେଇଛନ୍ତି ଯଦି ହଁ ତେବେ ଏହା ବଡ଼ ଦୁଖଦାୟକ କଥା ବୋଲି ଶ୍ରୀ ପଟ୍ଟନାୟକ କ୍ଷୋଭ ର ସହ କହିଛନ୍ତି।କରୋନା ମହାମାରିରେ ଆକ୍ରାନ୍ତ ହୋଇ ଲକ୍ଷ ଲକ୍ଷ ଲୋକ ଚାକିରୀ ହରେଇ ବସିଛନ୍ତି ସେହିପରି ଲକ୍ଷ ଲକ୍ଷ ଛୋଟ ବେପାରିଠୁଁ ଆରମ୍ଭ କରି ଗରିବ ଲୋକ ପର୍ଯ୍ୟନ୍ତ ଏବଂ ମଧ୍ୟବିତ୍ତ ଓ ନିମ୍ନମଧ୍ୟବିତ୍ତ ଲୋକ ଏବେ ଅର୍ଥନୈତିକ ସଙ୍କଟ ଦେଇ ଗତିକରୁଛନ୍ତି।ସେମାନଙ୍କ ପାଇଁ କିଛି ଆଜି ସାହା ଭରଷା ନାହିଁ କି କିଛି ଯୋଜନା ନାହିଁ।ବର୍ତ୍ତମାନ ସାଧାରଣ ଲୋକଟିଏ ଜୀବିକା ହରେଇ ଜୀବନ ବଞ୍ଚେଇବା ପାଇଁ ସଂଘର୍ଷ କରୁଥିବା ବେଳେ କେନ୍ଦ୍ରସରକାର,ରାଜ୍ୟସରକାର ଡିଜେଲ, ପେଟ୍ରୋଲ ଏବଂ ରନ୍ଧନ ଗ୍ୟାସ ର ଅହେତୁକ ଦର ବୃଦ୍ଧି କରିଚାଲିଛନ୍ତି ଏପରିକି କେତେକ ସ୍ଥାନରେ ପେଟ୍ରୋଲ,ଡିଜେଲ ଲିଟର ପିଛା ୧୦୦ ଟଙ୍କାରୁ ଉର୍ଦ୍ଧ୍ବ ହେଲାଣି। ଯାହା ଫଳରେ କି ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ପାଉଛି।ଲୋକମାନେ ହନ୍ତସନ୍ତ ହେଉଛନ୍ତି।ଏହା ବର୍ତ୍ତମାନ  ସାଧାରଣ ଲୋକଙ୍କ ଉପରେ ବୋଝ ଉପରେ ଲଳିତା ବିଡା ସଦୃଶ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ଗରିବ ଜନସାଧାରଣ ଙ୍କ ସହ କଂଗ୍ରେସ ଦଳ ସଦାସର୍ବଦା ରହିଛି ଆଗକୁ ମଧ୍ୟ ରହିବ।ସେଥିପାଇଁ ପେଟ୍ରୋଲ, ଡିଜେଲ,ରନ୍ଧନ ଗ୍ୟାସ ଏବଂ ଅତ୍ୟାବଶ୍ୟକ ସାମଗ୍ରୀର ର ଅହେତୁକ ଦରବୃଦ୍ଧି ପ୍ରତ୍ୟାହାର ଦାବିରେ ରାଜ୍ୟର ସମସ୍ତ ପେଟ୍ରୋଲ  ଟାଙ୍କି ଆଗରେ ଆସନ୍ତା ୧୧ ତାରିଖ ଦିନ ସକାଳ ୭ ଠାରୁ ୧୧ ଘଣ୍ଟା ପର୍ଯ୍ୟନ୍ତ ୪ ଘଣ୍ଟିଆ ଧାରଣା ସହ ବିକ୍ଷୋଭ କରିବ ବୋଲି ପିସିସି ନିଷ୍ପତି ଗ୍ରହଣ କରିଛି।ଏହି ପରିପେକ୍ଷିରେ ଶ୍ରୀ ପଟ୍ଟନାୟକ ସରକାରଙ୍କ ସମସ୍ତ କରୋନା ନୀତିନିୟମ ମାନି ପେଟ୍ରୋଲ ଟାଙ୍କି ଆଗରେ ବିକ୍ଷୋଭ ପଦର୍ଶନ କରିବାକୁ ସମସ୍ତ ଜିଲ୍ଲା ,ସମସ୍ତ ବ୍ଲକ ଓ ନଗର କଂଗ୍ରେସ କମିଟି ର ନେତୃବୃନ୍ଦଙ୍କୁ ନିବେଦନ କରିଛନ୍ତି ଏବଂ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଜନସାଧାରଣଙ୍କ ସାହାଯ୍ୟ ଓ ସମର୍ଥନ ଲୋଡିଛନ୍ତି। କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଯଦି ପ୍ରକୁତରେ ଜନସାଧାରଣଙ୍କ ପ୍ରତି ଆନ୍ତରିକତା ଓ ଦରଦ ଅଛି ତେବେ ଏକ୍ସସାଇଜି ଡିଉଟି ଓ ଭ୍ୟାଟ କମେଇ ଲୋକଙ୍କୁ କମ ଦରରେ ପେଟ୍ରୋଲ,ଡିଜେଲ ଓ ରନ୍ଧନ ଗ୍ୟାସ ଯୋଗେଇବେ ବୋଲି ଆଶା ଓ ବିଶ୍ୱାସ ରଖିଛନ୍ତି ଶ୍ରୀ ପଟ୍ଟନାୟକ।

0
0
0
s2sdefault