ହେଡଲାଇନସ୍:

ଭୂମିହୀନ ମହିଳାଙ୍କୁ ମିଳୁନି ନ୍ୟାୟ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭଦ୍ରକ ବ୍ଲକ୍(ସୀତାକାନ୍ତ ପାଢ଼ୀ) : ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗଣିଜାଙ୍ଗ ହାସିନପୁର ଗ୍ରାମରେ ଜମିବାଡ଼ି ବିବାଦକୁ କେନ୍ଦ୍ରକରି ଭୂମିହୀନ ମହିଳାଙ୍କୁ ଅସାମାଜିକ ବ୍ୟକ୍ତିଙ୍କ ଦ୍ୱାରା ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି | ସୂଚନାଅନୁଯାୟୀ  ହାସିନପୁର ଗ୍ରାମର ଭୂମିହୀନ ମହିଳା ସ୍ୱର୍ଣପ୍ରଭା ସାହୁ ଦୀର୍ଘ ବର୍ଷ ଧରି ସେହି ଗାଁର ଏକ ଅନାବାଦୀ ଜାଗାରେ ଘର କରି ରହି ଆସୁଥିଲେ| ହେଲେ ଗତ କିଛି ଦିନ ଧରି ସ୍ଥାନୀୟ ଗାଁର କେତେକ ଗୁଣ୍ଡା ଶ୍ରେଣୀର ଲୋକ ମାନେ ସ୍ୱର୍ଣ୍ଣପ୍ରଭାଙ୍କ ସହିତ ଗଣ୍ଡଗୋଳ କରିବା ସହ ତାଙ୍କ ଉପରେ  ଆକ୍ରମଣ କରିଛନ୍ତି | ସେହିପରି ସ୍ୱର୍ଣ୍ଣପ୍ରଭାଙ୍କ ବାପା ମା ଙ୍କୁ ମଧ୍ୟ ଆକ୍ରମଣ କରିଛନ୍ତି | ସ୍ୱର୍ଣ୍ଣପ୍ରଭାଙ୍କ ପରିବାର ଲୋକେ ବିରୋଧ କରିବାରୁ ଦୁର୍ବୁତ୍ତମାନେ ସେମାନଙ୍କ ଘର ଆଉ ବାଡ଼ କୁ ଭାଙ୍ଗି ଦେଇଥିବାର ଥାନାରେ ଅଭିଯୋଗ କରିଛନ୍ତି ସ୍ୱର୍ଣ୍ଣପ୍ରଭା ଙ୍କ ପରିବାର ଲୋକେ |  ହେଲେ ଏହି ଦୁର୍ବୁତ୍ତ ମାନେ ବାରମ୍ବାର ଆକ୍ରମଣ କରୁଥିବା ସହିତ ଗାଁ ନଛାଡିଲେ ଜୀବନରୁ ମାରି ଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି |  ସ୍ୱର୍ଣ୍ଣପ୍ରଭା ନ୍ୟାୟ ପାଇଁ ଗ୍ରାମାଞ୍ଚଳ ଥାନାକୁ ବାରମ୍ବାର ଦୌଡୁ ଥିବା ବେଳେ ଏଯାଏଁ ପୋଲିସ ସେମାନଙ୍କ କଥା ବୁଝୁ ନଥିବାର ଅଭିଯୋଗ କରିଛନ୍ତି ତାଙ୍କ ପରିବାର ଲୋକେ |  ସ୍ୱର୍ଣ୍ଣପ୍ରଭା ଓ ତାଙ୍କ ପରିବାର ଏବେ ଭୟଭୀତ ହୋଇ ରହୁଥିବା ବେଳେ ସେମାନେ ପ୍ରଶାସନ ଓ ପୋଲିସ ଠାରୁ ନ୍ୟାୟ ଅପେକ୍ଷାରେ ଅଛନ୍ତି |

0
0
0
s2sdefault