ହେଡଲାଇନସ୍:

ପାଟ୍ରୋଲିଂ ବେଳେ ଷ୍ଟ୍ରିଟ ଲାଇଟ ଚୋରଙ୍କୁ ଧରିଲା ପୋଲିସ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ତିନି ଜଣ ଚୋର ଗିରଫ, ମୋଟର ସାଇକେଲ ଓ ଷ୍ଟ୍ରିଟ ଲାଇଟ ଜବତ

ବେତନଟୀ(ଶାସକ ପ୍ରଶାସକ)  : ରାତ୍ରୀ ପାଟ୍ରୋଲିଂ ସମୟରେ ବୈଶିଙ୍ଗା ଥାନା ପୋଲିସ ନଡପୁର ଜଙ୍ଗଲରେ ତିନି ଜଣ ଯୁବକ ଏକ ଚୋରି ଷ୍ଟ୍ରିଟ ଲାଇଟକୁ ନେଇ ଯାଉ ଥିବାର ଦେଖି ଥିଲେ । ହେଲେ ପୋଲିସ ଗାଡିକୁ ଦେଖି ଏହି ଯୁବକ ମାନେ ପୋଲିସ ଗାଡିକୁ ଦେଖି ଲୁଚି ଯାଇ ଥିଲେ । ପୋଲିସ ଘେରି ଏହି ଯୁବକ ମାନଙ୍କୁ ଧରିବା ପରେ ଏହି ଯୁବକ ମାନେ ନଡପୁରର ଚନ୍ଦନ ସାହୁ ଓରଫ ମୁନ୍ନା, ଶ୍ରୀଧର ସାହୁ ଓରଫ ରାଜୁ ଓ ବାବୁଆ ରାଉତ ବୋଲି ଜଣା ପଡି ଥିଲା । ଏହି ଯୁବକ ମାନେ ଏକ ହିରୋ ମୋଟର ସାଇକେଲ ଜରିଆରେ ନଡପୁର ଉଚ୍ଚ ବିଦ୍ୟାଳୟ ସମ୍ମୁଖରୁ ଚୋରି ହୋଇ ଥିବା ଷ୍ଟ୍ରିଟ ଲାଇଟଟିକୁ ନେଇ ବିକ୍ରି କରିବାକୁ ଯାଉ ଥିଲେ । ଯୁବକ ମାନଙ୍କୁ ମୋଟର ସାଇକେଲ ସହିତ ବୈଶିଙ୍ଗା ଥାନାକୁ ନିଆ ଯାଇ ଗିରଫ କରା ଯାଇଛି । ଚୋରି ହୋଇ ଥିବା ଷ୍ଟ୍ରିଟ ଲାଇଟ ମୋଟର ସାଇକେଲକୁ ଜବତ କରା ଯାଇଛି । ନଡପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ଏତଲା କ୍ରମେ ବୈଶିଙ୍ଗାରେ ଏକ ମାମଲା ରୁଜୁ ହୋଇ ଏଏସଆଇ ହରେନ୍ଦ୍ରନାଥ ନାଗରୀ ଘଟଣାର ତଦନ୍ତ କରୁଛନ୍ତି । ଚୋର ମାନଙ୍କୁ ଗିରଫ କରା ଯାଇଛି ।

 

0
0
0
s2sdefault