ଭୁବନେଶ୍ୱର/ ଚକ୍ରଧର ମାଝୀ : ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ‘ଉଡ଼ ଫାୟାର’ ପକ୍ଷରୁ ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି । ଏକ ନିଆରା ଢଙ୍ଗରେ ‘ଉଡ଼ ଫାୟାର’ ବିଶ୍ୱ ପରିବେଶ ସପ୍ତାହ ପାଳନ କରୁଛି । ଖାଦ୍ୟ ଅଡର଼୍ର ଦେଲେ ଖାଦ୍ୟ ସହ ଗଛର ମଞ୍ଜି ମାଗଣାରେ ଦିଆଯାଉଛି । ଯାହାଫଳରେ ପରିବେଶର ସୁରକ୍ଷା ହୋଇପାରିବ ବୋଲି ଆଶା ରଖିଛନ୍ତି ସଂସ୍ଥାର ମୁଖ୍ୟ ସନ୍ତୋଷ ଚୌଧୁରୀ ।
ଶ୍ରୀ ଚୌଧୁରୀ କହିଛନ୍ତିଯେ, ଗ୍ରାହକ ଉଡ଼ଫାୟାରର ଖାଦ୍ୟ ପାଇଁ ଅଡର଼୍ର ଦେଲେ ଅଡର଼୍ର ବକ୍ସରେ ଖାଦ୍ୟ ସହ ଏକ ପେନ ମିଳିବ । ଯାହାକି କାଗଜରେ ପ୍ରସ୍ତୁତ ହୋଇଛି । ଯେଉଁଥିରେ କିଛ ମଞ୍ଜି ଦିଆଯାଉଛି । ଖାଦ୍ୟ ପାତ୍ରରେ ଏହି ମଞ୍ଜି ବୁଣି ଘରର ବାଲକୋନୀ କିମ୍ବା ଘର ଭିତରେ ଛୋଟଛୋଟ ଗଛ ଲଗାଯାଇପାରିବ । ଜୁନ ୨ରୁ ଜୁନ ୫ ପର୍ଯ୍ୟନ୍ତ ଉଡ଼ଫାୟାର ଖାଦ୍ୟ ସହ ମଞ୍ଜି ବିତରଣ କରିବ । ଏହା ପରିବେଶ ସୁରକ୍ଷାରେ ବେଶ ସହାୟକ ହୋଇପାରିବ । ୭୩୨୬୦୨୩୮୮୮ ହ୍ୱାଟସଆପ ମାଧ୍ୟମରେ ବି ଅଡର଼୍ର କରାଯାଇପାରିବ ବୋଲି ସେ ପ୍ରକାଶ କରିଛନ୍ତି ।