ଭୁବନେଶ୍ୱର: ଶିକ୍ଷାବିତ୍ ଓ ସମାଜସେବୀ ତଥା କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ନେତୃତ୍ୱରେ ୨୦୧୩ ମସିହାରୁ ଚାଲୁ ରହିଥିବା କିଟ୍ ଓ କିସ୍ ପ୍ରାୟୋଜିତ ‘ଆର୍ଟ ଅଫ୍ ଗିଭିଂ’ କାର୍ଯ୍ୟକ୍ରମକୁ ମିଳିଛି ଆନ୍ତର୍ଜାତିକ ସ୍ୱୀକୃତି । ଆମେରିକାର ଟେଲରିଜ୍ ନେଟ୍ୱାର୍କ ଓ ମାକ୍ଜନତ୍ ଫାଉଣ୍ଡେସନ୍ ଦ୍ୱାରା ପ୍ରତିବର୍ଷ ମାନବିକତା ଓ ସମାଜ କଲ୍ୟାଣମୂଳକ କାର୍ଯ୍ୟ କରୁଥିବା ବିଶ୍ୱର ବିଭିନ୍ନ ବିଶ୍ୱବିଦ୍ୟାଳୟର କାର୍ଯ୍ୟକ୍ରମକୁ ମୂଲ୍ୟାୟନ କରି ଏହି ପୁରସ୍କାର ପ୍ରଦାନ କରାଯାଇଥାଏ । ୨୦୨୧ରେ ୧୫ଟି ଦେଶରୁ ୨୮ଟି କାର୍ଯ୍ୟକ୍ରମ ମଧ୍ୟରୁ ୮ଟି ଦେଶର ୧୦ଟି ବିଶ୍ୱବିଦ୍ୟାଳୟକୁ ଏହି ମାକ୍ଜନତ୍ ଫାଉଣ୍ଡେସନ୍ ପକ୍ଷରୁ ମନୋନୀତ କରାଯାଇଛି । ସେଥି ମଧ୍ୟରୁ ଭାରତର ‘ଆର୍ଟ୍ ଅଫ୍ ଗିଭିଂ’ ସମଗ୍ର ବିଶ୍ୱରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି । ଏହି ପୁରସ୍କାର ପାଇଁ ଦକ୍ଷିଣ ଆଫ୍ରିକାର ରୋଡେସ୍ ବିଶ୍ୱବିଦ୍ୟାଳୟ ପ୍ରଥମ ସ୍ଥାନରେ ରହିଥିବା ବେଳେ ଇଂଲଣ୍ଡର ୟୁନିଭର୍ସିଟି ଅଫ୍ ମାଞ୍ଚେଷ୍ଟର ତୃତୀୟ ସ୍ଥାନରେ ରହିଛି । ପୁରସ୍କାର ବାବଦକୁ ୫ହଜାର ଆମେରିକାନ୍ ଡଲାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି । ଶ୍ରୀ ସାମନ୍ତଙ୍କ ଅନୁରୋଧ କ୍ରମେ ମାକ୍ଜନତ୍ ଫାଉଣ୍ଡେସନ୍ ପକ୍ଷରୁ ଏହି ରାଶି କିସ୍ ଫାଉଣ୍ଡେସନ୍କୁ ପ୍ରେରଣ କରାଯାଇଛି । ଶ୍ରୀ ସାମନ୍ତଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ‘ଆର୍ଟ ଅଫ୍ ଗିଭିଂ’ କାର୍ଯ୍ୟକ୍ରମ ୨୦୧୩ ମସିହାରୁ ସମାଜର ବିଭିନ୍ନ କଲ୍ୟାଣମୂଳକ, ଗଠନମୂଳକ ଓ ସଂସ୍କାର ମୂଳକ କାର୍ଯ୍ୟ କରିଆସୁଛି । ଏହି ପରିପ୍ରେକ୍ଷୀରେ ଶ୍ରୀ ସାମନ୍ତ ଖୁସି ବ୍ୟକ୍ତ କରି କହିଛନ୍ତି, ‘ଆର୍ଟ ଅଫ୍ ଗିଭିଂ’କୁ ଆନ୍ତର୍ଜାତିକ ସ୍ୱୀକୃତି ମିଳିବା ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ । ସୂଚନାଯୋଗ୍ୟ, ‘ଆର୍ଟ ଅଫ୍ ଗିଭିଂ’ ଜରିଆରେ କିଟ୍, କିସ୍ ଓ କିସ୍ ଫାଉଣ୍ଡେସନ୍ ଦ୍ବାରା ବର୍ଷ ତମାମ ବ୍ୟାପକ ଜନହିତକର କାର୍ଯ୍ୟ ମଧ୍ୟ ହାତକୁ ନିଆଯାଇଥାଏ ।
ରାଜ୍ୟ
ଆର୍ଟ ଅଫ୍ ଗିଭିଂକୁ ଆନ୍ତର୍ଜାତିକ ପୁରସ୍କାର
- Hits: 327