ହେଡଲାଇନସ୍:

 କି ମଜଭୁତିଆ କାମ, ମାନିବାକୁ ପଡିବ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମାତ୍ର ୪ ମାସରେ ଦବିଗଲା ଖଡଙ୍ଗ ନଦୀର ବିଜୁ ସେତୁ ଆପ୍ରୋଚ୍ ରୋଡ୍

କଣ୍ଟାମାଳ, ବୌଦ୍ଧ (ବଂଶିଧର ମାଝୀ) ; ବୌଦ୍ଧ ଓ ବଲାଙ୍ଗିର ଜିଲାକୁ ଯୋଡିଥିବା ସଦ୍ୟ ନିର୍ମିତ ଖଡଙ୍ଗ ନଦୀ ପୋଲ ସଂଲଗ୍ନ ଆପ୍ରୋଚ୍ ରୋଡ୍ ବର୍ଷାରେ ଦବି ଯାଇଛି । ଫଳରେ ଚଳିତ ବର୍ଷା ଋତୁରେ ଏହି ସେତୁ ଉପରେ ଯାତାୟତ କରିବା ନେଇ ଲୋକଙ୍କ ମନରେ ସନ୍ଦେହ  ପ୍ରକାଶ ପାଇଛି । ବୌଦ୍ଧ ଜିଲାର ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପକ୍ଷରୁ ଖୁଣ୍ଟିଗୋରା, ଦେଓଗାଁ, ଯାମୁଟ ରାସ୍ତାର ୭ କିମି ଠାରେ ବିଜୁ ସେତୁ ଯୋଜନାରେ ଖଡଙ୍ଗ ନଦୀ ଉପରେ ୧୫୩.୧୫ ମି. ଦୈର୍ଘ୍ୟ ଓ ୭.୫ ମି. ପ୍ରସ୍ଥ ବିଶିଷ୍ଟ ସେତୁ ନିର୍ମାଣ କରାଯାଇଛି । ୬ କୋଟି ୯୯ ଲକ୍ଷ ୧୪ ହଜାର ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଏହି ସେତୁଟି ଚଳିତ ବର୍ଷ ଫେବୃଆରୀ ମାସରେ କାମ ଶେଷ ହୋଇଛି । ଫଳରେ ବୌଦ୍ଧ, ବଲାଙ୍ଗିର, କଳାହାଣ୍ଡି, ତୁଷୁରା, ଗୁଡଭେଲା ସହିତ  ସଂଯୋଗ ପାଇଁ ଦୂରତା କମି ଯାଇଛି । ସେହିପରି ବ୍ୟବସାୟ ଓ ସ୍ୱାସ୍ଥ୍ୟ ସମସ୍ୟା ପାଇଁ ତୁଷୁରା ଓ ବଲାଙ୍ଗିର ଉପରେ ନିର୍ଭର କରୁଥିବା ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକ ଓ ଫୁଲବାଣୀ ଜିଲା ବାଲିଗୁଡା ବ୍ଲକ ଅଞ୍ଚଳର ପ୍ରାୟତଃ୨୫,୪୦୦ ଲୋକ ଉପକୃତ ହେହା ଲକ୍ଷ୍ୟରେ ଯାତାୟତ ସମସ୍ୟାର ସୁବିଧା ହୋଇଛି । ଦୂର୍ଭାଗ୍ୟର ବିଷୟ ଯେ ପୋଲର ପଶ୍ଚିମ ପାଶ୍ୱରେ ଆପ୍ରୋଚ୍ ରୋଡ ପ୍ରଭାବିତ ହୋଇ ଗତ ତା.୧୪.୬.୧୮ରିଖ ସଂଧ୍ୟାରେ ଦବି ଯାଇଥିଲା । ପରେ ଉକ୍ତ ସ୍ଥାନରେ କିଛି ମୁରୁମ ବିଛା ଯାଇଥିଲା । ଚଳିତ ମୌସୁମୀ ଓ ଲଘୁଚାପ ଜନିତ ବର୍ଷାର ପ୍ରଭାବରେ ସେହି ସ୍ଥାନରେ ପୁନଶ୍ଚ ପିଚୁ ଦବି ଯାଇଛି । ଫଳରେ ବନ୍ୟା ସମୟରେ ଯାତାୟତରେ ବାଧା ସୃଷ୍ଟି ହେବା ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଆଶଙ୍କା ପ୍ରକାଶ ପାଇଛି । ବିଭାଗୀୟ କତ୍ତୃପକ୍ଷ ତୁରନ୍ତ ଏହାର ମରାମତି କରିବା ପାଇଁ ଜନ ସାଧାରଣରେ ଦାବି ହେଇଛି ।

 

0
0
0
s2sdefault