ହେଡଲାଇନସ୍:

ମୋ ବୁଥ- କରୋନା ମୁକ୍ତ’ ଅଭିଯାନର ମଙ୍ଗ ଧରିବାକୁ ଯୁବବର୍ଗଙ୍କୁ ଅନୁରୋଧ କଲେ ଯୁବମୋର୍ଚ୍ଚା ରାଜ୍ୟ ସଭାପତି 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର, : କରୋନା ମହାମାରୀ ସମୟରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଟ୍ରେସିଂ,ଟେଷ୍ଟିଂ ଓ ଟ୍ରିଟମେଂଟ୍କୁ ଗୁରୁତ୍ୱ ଦେଇ ଆସୁଛନ୍ତି । ଗତକାଲି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ତଥା ଇସ୍ପାତ ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଏହା ଉପରେ ଗୁରୁତ୍ୱାରୋପ କରି ଦଳ, ମତ ନିର୍ବିଶେଷରେ ଓଡ଼ିଶାର ସମସ୍ତ ଭାଇ ଭଉଣୀ ଓ ଗୁରୁଜନମାନଙ୍କୁ ଟେଷ୍ଟିଂ ଅଭିଯାନରେ ସାମିଲ ହୋଇ ଏହାକୁ ଜନଆନେ୍ଦାଳନରେ ପରିଣତ କରିବା ପାଇଁ ଏକ ଭିଡ଼ିଓ ବାର୍ତା ମାଧ୍ୟମରେ ଅନୁରୋଧ କରିଥିଲେ । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ପ୍ରେରିତ ହୋଇ ଭାରତୀୟ ଜନତା ଯୁବମୋର୍ଚ୍ଚାର ରାଜ୍ୟ ସଭାପତି ଶ୍ରୀ ଇରାସିସ ଆଚାର୍ଯ୍ୟ ଓଡ଼ିଶାର ଯୁବବର୍ଗଙ୍କୁ ଏହି ଅଭିଯାନର ମଙ୍ଗ ଧରି ପ୍ରମୁଖ ଭୂମିକା ଗ୍ରହଣ କରିବା ସହ ‘ମୋ ବୁଥ - କରୋନା ମୁକ୍ତ’ କରିବାକୁ ଆହ୍ୱାନ ଦେଇଛନ୍ତି ।

କରୋନା ମହାମାରୀର ଦ୍ୱିତୀୟ ଲହରରେ ଓଡ଼ିଶାର ଜନଜୀବନ ବ୍ୟତିବ୍ୟସ୍ତ ହୋଇ ପଡ଼ିଛନ୍ତି । ସଂକ୍ରମଣର ଶୃଙ୍ଖଳକୁ ଭାଙ୍ଗିବା ପାଇଁ ଟ୍ରେସିଂ,ଟେଷ୍ଟିଂ ଓ ଟ୍ରିଟମେଂଟର ସର୍ବାଧିକ ଆବଶ୍ୟକତା ରହିଛି । କିନ୍ତୁ ଦୁର୍ଭାଗ୍ୟର ବିଷୟ ଓଡ଼ିଶା ସରକାର ଏଥିରେ ପଛୁଆ ଅଛନ୍ତି  । ଆଜି ସର୍ବଭାରତୀୟ ସ୍ତରରେ ପରିସଂଖ୍ୟାନ ଅନୁଯାୟୀ, ମଇ ମାସରେ ଅଦ୍ୟାବଧି ମିଳିଥିବା ତଥ୍ୟ ଅନୁସାରେ ଭାରତରେ ପ୍ରତି ୧ ଲକ୍ଷରେ ହାରାହାରି ୧୪୬ ଲୋକଙ୍କୁ ଟେଷ୍ଟିଂ କରାଯାଉଛି । ଏହି ପରିପ୍ରେକ୍ଷୀରେ ଓଡ଼ିଶାରେ ଜନସଂଖ୍ୟା ୪.୫ କୋଟିରୁ ଉର୍ଦ୍ଧ୍ୱ ଥିଲେ ମଧ୍ୟ ଗତ ୧୭ ଦିନ ମଧ୍ୟରେ ହାରାହାରି ପ୍ରତ୍ୟେକ ୧ ଲକ୍ଷ ଜନସଂଖ୍ୟାରେ ୧୨୦ ଲୋକଙ୍କୁ ପରୀକ୍ଷା କରାଯାଉଛି । ଠିକ୍ ସେହି ସମୟରେ କେରଳରେ ହାରାହାରି ୩୯୦ ଲୋକଙ୍କ ପରୀକ୍ଷା ହେଉଥିବା ବେଳେ ଦିଲ୍ଲୀରେ ପ୍ରତି ୧ ଲକ୍ଷ ଜନସଂଖ୍ୟାରେ ୪୧୭ ଜଣଙ୍କୁ ପରୀକ୍ଷା କରାଯାଉଛି । ସେହିଭଳି ଓଡ଼ିଶାର ପଡୋଶୀ ରାଜ୍ୟମାନଙ୍କରେ ଓଡ଼ିଶାଠାରୁ ମଧ୍ୟ ମାତ୍ରାଧିକ ଟେଷ୍ଟିଂ ହୋଇଛି ।

ଏହି ଘଡ଼ିସନ୍ଧି ସମୟରେ ଶ୍ରୀ ଆଚାର୍ଯ୍ୟ ଗତକାଲି ଯୁବମୋର୍ଚ୍ଚାର ସଦସ୍ୟମାନଙ୍କୁ ‘ଡୋର୍ ଟୁ ଡୋର’ ସର୍ଭେ କରିବାକୁ ପରାମର୍ଶ ଦେଇଥିଲେ  । ରାଜ୍ୟରେ ନିମ୍ନ ଧରଣର ଭିତିଭୂମି କାରଣରୁ ସ୍ୱାସ୍ଥ୍ୟସେବାଠାରୁ କୋଷ ଦୂରରେ ଥିବା ସାଧାରଣ ଜନତାଙ୍କ ନିକଟକୁ ଯାଇ ଯୁବମୋର୍ଚ୍ଚା କାର୍ଯ୍ୟକର୍ତାମାନେ ସାବଧାନ ଓ ସତର୍କତାର ସହ ଇନଫ୍ରାରେଡ଼ ଥର୍ମୋମିଟର ଏବଂ ଅକ୍ସିଜେନମିଟର ନେଇ ଶରୀରର ତାପମାତ୍ରା ଓ ଅମ୍ଲଜାନ ସ୍ତର ମାପିଥିଲେ  । ଓଡ଼ିଶାର ୩୬ଟି ସାଂଗଠନିକ ଜିଲ୍ଲାରୁ ୨୬ଟି ସାଂଗଠନିକ ଜିଲ୍ଲାରେ ଗତକାଲି ଏହି ଡୋର୍ ଟୁ ଡୋର ସର୍ଭେ ଆରମ୍ଭ ହୋଇ ଯାଇଥିଲା ବେଳେ ଆଜି ମଧ୍ୟ ଅନେକ ସାଂଗଠନିକ ଜିଲ୍ଲାରେ ଏହି ପ୍ରକ୍ରିୟାର ଆରମ୍ଭ ହୋଇଛି । ଭଦ୍ରକ, ବାଲେଶ୍ୱର, ମୟୂରଭଂଜ, ରାଇରଙ୍ଗପୁର, ଝାରସୁଗୁଡ଼ା, ବରଗଡ଼, ବୌଦ୍ଧ, ଘୁମୁସର, ପାନପୋଷ, ବଣାଇ, ସମ୍ବଲପୁର, ପୁରୀ, ନୂଆପଡ଼ା, ନବରଙ୍ଗପୁର, କୋରାପୁଟ, କେଉଁଝର, କଳାହାଣ୍ଡି, ଯାଜପୁର, ଗଂଜାମ, ଗଜପତି, ଢେ଼ଙ୍କାନାଳ, ଦେଓଗଡ଼, କଟକ ନଗର, ବଲାଙ୍ଗୀର, ଭୁବନେଶ୍ୱର, ଅନୁଗୁଳ ପ୍ରଭୃତି ସାଂଗଠନିକ ଜିଲ୍ଲାମାନଙ୍କରେ ଏହି ପ୍ରଚେଷ୍ଟା ସାଧରଣ ଜନତାଙ୍କ ଦ୍ୱାରା ଆଦୃତ ହୋଇଛି ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି ।

ଆଗାମୀ ଦିନରେ ଏହାକୁ ବୁଥସ୍ତରରେ ପହଂଚାଇବାକୁ ଯୋଜନା ନିର୍ଦ୍ଧାରିତ ହୋଇଛି ବୋଲି ଶ୍ରୀ ଆଚାର୍ଯ୍ୟ ପ୍ରକାଶ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଧମେନ୍ଦ୍ର ପ୍ରଧାନଙ୍କ ଆହ୍ୱାନରେ ଓଡ଼ିଶା ଯୁବମୋର୍ଚ୍ଚା କାର୍ଯ୍ୟକର୍ତାମାନେ କରୋନା ବିରୁଦ୍ଧ ଏହି ଯୁଦ୍ଧହୁଙ୍କାରର ମଙ୍ଗ ଧରିବ ବୋଲି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ଆଚାର୍ଯ୍ୟ ଦୃଢ ଆଶା ପୋଷଣ କରିଛନ୍ତି  ।

 

0
0
0
s2sdefault