ଲୋକଙ୍କୁ ବାଣ୍ଟିଲେ ଖାଦ୍ୟ , ମାକ୍ସ, ଔଷଧ ଓ ଅକ୍ସୀଜେନ ସିଲିଣ୍ଡର
ବରଗଡ :- ସଂପ୍ରତି ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ପାଇକମାଳ ବ୍ଳକ ରେ ଯାଉଥିବା ବୁକୁରାମୁଣ୍ଡା ଗ୍ରାମପଞ୍ଚାୟତ ରେ ମହାମାରୀ କରୋନା କାୟା ବିସ୍ତାର କରିଛି । ବୁକୁରାମୁଣ୍ଡା ପଞ୍ଚାୟତ ର ଲହଙ୍ଗୀର ଗ୍ରାମ କରୋନା ର ସଂକ୍ରମଣ ରେ ଲାଲ ସଂକେତ ରେ ଥିବା ବିଭିନ୍ନ ଗଣମାଧ୍ୟମରୁ ଜାଣିବା ପରେ ପଦ୍ମପୁର ଟାଲ ଗ୍ରାମ ର ଉଦାର ମନୋଭାବ ପରୋପକାରୀ ବ୍ୟକ୍ତି ବିଶେଷ ତଥା ଓଡ଼ିଶା ପ୍ରଶାସନିକ ଅଧିକାରୀ ଭାବେ ବର୍ତ୍ତମାନ ଡେଲାଙ୍ଗ ରେ ତହସିଲଦାର ଭାବେ କାର୍ଯ୍ୟ ନିର୍ବାହ କରୁଛନ୍ତି ସେ, ପଦ୍ମପୁର ଅଞ୍ଚଳ ର କେତେକ ସ୍ବେଚ୍ଛାସେବୀ ଯୁବକ ମାନଙ୍କ ମାଧ୍ୟମରେ ନିଜେ ପଠାଇଥିବା ରାସନ୍ ସାମଗ୍ରୀ, ଅକ୍ସିଜେନ ସିଲିଣ୍ଡର, ଓୈାଷଧ ମାକ୍ସ ,ଅକ୍ସିମିଟର ଇତ୍ୟାଦି ପଠାଇ ଲହଙ୍ଗୀର ଗ୍ରାମ ର ଅସହାୟ ଲୋକଙ୍କୁ ସହାୟତା ର ହାତ ବଢାଇଛନ୍ତି lଏପରିପ୍ରେକ୍ଷୀରେ ବୁକୁରାମୁଣ୍ଡା ଗ୍ରାମପଞ୍ଚାୟତ ର ସରପଞ୍ଚ ଶ୍ରୀଯୁକ୍ତ ଅଭିମନ୍ୟୁ ବରିହା ଙ୍କ ହସ୍ତରେ ଲହଙ୍ଗୀର ଗ୍ରାମ ପାଇଁ ଏକ ଅକ୍ସିଜେନ ସିଲିଣ୍ଡର,ଅକ୍ସିମିଟର ପ୍ରଦାନ କରିଥିବା ବେଳେ, ନିଃସହାୟ ଙ୍କୁ ଚିହ୍ନଟ କରି ସମୁଦାୟ ୩୦ ଟି ପରିବାର ଙ୍କୁ ରାସନ୍ ସାମଗ୍ରୀ ବଣ୍ଟନ କରାଯାଇଥିଲା lଏ ଅବସରରେ ସ୍ୱେଚ୍ଛାସେବୀ ଟାଇଲ ଚନ୍ଦ୍ର ଭୋଇ,ଧିରେନ ବିଶ୍ୱାଳ,ଜ୍ୟୋତିକାନ୍ତ ସାହୁ,ମୁକେଶ ବେରିଆ, ସୁଶାନ୍ତ ପ୍ରଧାନ, ଗୁଣନିଧି ଅମରୀ, ବରିଷ୍ଠ ଶିକ୍ଷକ ଚିତାନନ୍ଦ ସାହୁ, ଶିକ୍ଷକ ଘନଶ୍ୟାମ ପ୍ରଧାନ, ଶିକ୍ଷକ ନରୋତ୍ତମ ପ୍ରଧାନ, ଅଙ୍ଗନବାଡ଼ି କର୍ମୀ ଶ୍ରୀମତୀ ଅଁଏଲାବତୀ ପ୍ରଧାନ ସମସ୍ତ କାର୍ଯ୍ୟକ୍ରମ ସୁରୁଖୁରୁରେ ରେ ସମାପନ ପର୍ଯ୍ୟନ୍ତ ସାହାଯ୍ୟ କରିଥିଲେ lଶେଷ ରେ କରୋନା ରୋଗୀ ମାନଙ୍କ ପାଇଁ ଆଗକୁ ଆଖି ଆଗରେ ରଖି ୫୦୦ ଜଣ ଙ୍କ ପାଇଁ ଔଷଧ ମହଜୁଦ ରହିଲା ବୋଲି ବିଭିନ୍ନ ପ୍ରକାରର ଔଷଧ ଅଙ୍ଗନବାଡ଼ି କର୍ମୀ ଙ୍କ ହସ୍ତରେ ପ୍ରଦାନ କରାଯାଇଥିଲା lଗାଁ କୁ କରୋନା ଠାରୁ ଜିରୋ ମୁକ୍ତ ଅଞ୍ଚଳ କରିବା ନେଇ ଶ୍ରୀମାନ ବଢ଼େଇ ପଠାଇଥିବା ସେନିଟ୍ରାଇଜର୍ ଲିକ୍ୟୁଡ୍ ଲହଙ୍ଗୀର ଗ୍ରାମ କେତେକ ସ୍ବେଚ୍ଛାସେବୀ ଯୁବକ ମାନେ ମେସିନ ସାହାଯ୍ୟରେ ଗାଁ ରେ ସ୍ପ୍ରେ କରିଥିଲେ lଲୋକଙ୍କୁ ସଚେତନ ରହିବାକୁ ଆସିଥିବା ସ୍ୱେଚ୍ଛାସେବୀ ବଂଧୁ ମାନେ ପରାମର୍ଶ ପ୍ରଦାନ କରିଥିଲେ lଏ ଭଳି ସମୟ ରେ ଲହଙ୍ଗୀର ଗ୍ରାମକୁ ସହଯୋଗ କରିଥିବାରୁ ଶ୍ରୀଯୁକ୍ତ ମହେନ୍ଦ୍ର ବଢ଼େଇ ଙ୍କୁ ଧନ୍ୟବାଦ ଜଣାଇବା ସହ ପ୍ରଶଂସା କରିଛନ୍ତି l
ଶ୍ରୀ ବଢ଼େଇ ଙ୍କର ଦ୍ୱାରା ପାଠ ଯାଇଥିବା ରିଲିଫ ସାମଗ୍ରୀ ଧରି ଅନ୍ୟଏକ ଦଳ ପାଇକମାଲ ନିକଟସ୍ଥ ପୁରେନା ଗ୍ରାମରେ ରହୁଥିବା ଅନେକ ଲୋକଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ସହିତ ମାକ୍ସ ବଣ୍ଟନ କରିଥିଲେ । ଆସନ୍ତା କାଲି ବରତୁଣ୍ଡା ଗ୍ରାମ ପଞ୍ଚାୟତ ର ସବୁ ଗ୍ରାମ ତଥା ଜାମସେଠ ଗ୍ରାମ ପଞ୍ଚାୟତ ର ଗ୍ରାମ ଗୁଡିକରେ ରହୁଥିବା ଆବଶ୍ୟକ କରୁଥିବା ଲୋକଙ୍କର ନିକଟକୁ ରିଲିଫ ସାମଗ୍ରୀ , ମାକ୍ସ ତଥା ଔଷଧ ପହଞ୍ଚାଇ ଦିଆଯିବାର କାର୍ଯକ୍ରମ ରହିଛି । ବର୍ତମାନ ଦେଶ ଏକ ଘଡିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଛି । ଏହି ସମୟରେ ଲୋକଙ୍କୁ ପାରୁ ପର୍ଯନ୍ତ ସାହାଯ୍ୟ ସହଯୋଗ କରିବା ସମସ୍ତଙ୍କର ଦାଇତ୍ୱ ଓ କର୍ତବ୍ୟ ମଧ୍ୟ । ଏହି ସମୟରେ ସମସ୍ତେ ଏକ ହେଲେ ଓ ସରକାରଙ୍କ ସମସ୍ତ ନିୟମବଳୀକୁ ପାଳନ କଲେ ଯାଇ ଆମେ ଏହି ମହାମାରୀ କବଳରୁ ରକ୍ଷା ପାଇ ପରିବା ବୋଲି ଶ୍ରୀ ବଢ଼େଇ କହିଛନ୍ତି । ଶ୍ରୀ ବଢ଼େଇ ଙ୍କର ନିର୍ଦେଶ କ୍ରମେ ଟାଲ ପଞ୍ଚାୟତ ସଞ୍ଜୟ , ଉଦୟ , ଧୀରେନ, ନିରଞ୍ଜନ, ଅଶ୍ୱିନୀ , ସୁରେଶ, ଲକ୍ଷ୍ମଣ, ଡମରୁ, ବୃନ୍ଦାବନ , ବିତୁ, ମୁକେଶ ପ୍ରମୁଖ ରିଲିଫ ବଣ୍ଟନ କରିଥିବା ବେଳେ , ଲହଙ୍ଗେର ଗ୍ରାମର ଯୁବକ ମାନେ ତଥା ପୁରେନା ଠାରେ ସ୍ଥାନୀୟ ଜିଲ୍ଲା ପାରିଷଦ ସଭ୍ୟ ଶ୍ରୀ ବିଶ୍ୱନାଥ ସେଠ , ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ଗିରିଶ ଡ଼ନସନା , ଗଣେଶ ପ୍ରଧାନ , ଲାଲା ସାହୁ ଓ ଅଞ୍ଚଳର ଅନେକ ଯୁବକ ସହଯୋଗ କରିଥିଲେ ।