ବରଗଡ :- ସବୁବେଳେ ସମାଜ ସେବାର ସେବା କରିବା ପାଇଁ ଆଗଭର ହୋଇ ବାହାରୁଥିବା ବରଗଡ଼ ଜିଲ୍ଲା ନିଷ୍ଠା ପରିବାର ତରଫ ରୁ ଆଜି ଝାରଖଣ୍ଡ ର ଜଣେ ବ୍ୟକ୍ତିଙ୍କ ଶବଦାହ କରାଯାଇଛି। ମେ ୧୦ ତାରିଖରେ ଅତି ଦୟନିୟ ଅବସ୍ଥାରେ ବରଗଡ ରେଲୱେ ଷ୍ଟେସନ ପଡାରୁ ଉଦ୍ଧାର ହୋଇଥିଲେ ଜଣେ ବ୍ୟକ୍ତି ବୟସ ପାଖାପାଖି ୫୦ବର୍ଷ ହେବ । ତାଙ୍କ ର କେହି ବରଗଡ ରେ ନାହାନ୍ତି। ନିଷ୍ଠା ପରିବାର ତାଙ୍କ ର ସେବା ଯତ୍ନ କରୁଥିଲା । ଗତକାଲି ତା:-୧୭୵୦୫୵୨୦୨୧ରିଖ ଦିନ ତାଙ୍କର ମୃତ୍ୟୁ ହୋଇଗଲା। ସେହି ପଡା ର ଶୁଶିଲ ସାହୁ ଙ୍କ ଠୁ ଜଣା ପଡିଲା ଯେ ମୃତକଙ୍କର ନାମ ପ୍ରମୋଦ ମାଝୀ ଓ ତାଙ୍କ ଗାଁ ନାଁ ଭୁଲି,ଦେବଜୋର, ନାଲା, ଝାରଖଣ୍ଡ ବୋଲି । ଏକଥା ଜଣା ପଡିବା ପରେ ନିଷ୍ଠା ପରିବାର ତରଫରୁ ତାଙ୍କ ପୁତୁରା ଅଂଜନ ମାଝୀ ଙ୍କ ସହ ଯୋଗାଯୋଗ କରାଯାଇଥିଲା । କାକା ଙ୍କର ମୃତ୍ୟୁ ଖବରପାଇ ଅତ୍ୟନ୍ତ ଦୁଃଖିତ ହେବା ସହ ତାଙ୍କ ର ଆଉ କେହି ନଥିବା କହିଥିଲେ ଅଞ୍ଜନ । ଲକଡାଉନ ପାଇଁ ଆସିବା ସମ୍ଭବପର ହେଉନାହିଁ ବୋଲି କହିଥିଲେ ଅଞ୍ଜନ। ଏବଂ ତାଙ୍କ ଶବଦାହ କରିବା ପାଇଁ ନିଷ୍ଠା ପରିବାର କୁ ଅନୁରୋଧ କରିଥିଲେ ତା ସହ ଏକ NOC ମଧ୍ୟ ପଠାଇଛନ୍ତି ଓ ନିଷ୍ଠା ପରିବାର ର ଏଭଳି ମହତ କାମ ପାଇଁ ବହୁତ ବହୁତ ଧନ୍ୟବାଦ ଜଣାଇଛନ୍ତି । ଏ ନେଇ ସବିଶେଷ ବିବରଣି ଓ କାଗଜପତ୍ର ଭଟଲି ପୋଲିସ କୁ ଦେଇ ଆଜି ନିଷ୍ଠା ପରିବାର ତାଙ୍କ ର ଶବଦାହ କଲା । ଏହି ଶବଦାହ ରେ ନିଷ୍ଠାର ଉପଦେଷ୍ଟା ବିଦ୍ୟାଧର ଭୋଇ, ରାଜେଶ ପ୍ରଧାନ, ଉପସ୍ଥିତ ଥିଲେ ।
ରାଜ୍ୟ
ଝାରଖଣ୍ଡର ଜଣେ ବ୍ୟକ୍ତିଙ୍କ ଶବ ସତ୍କାର କଲା ନିଷ୍ଠା ପରିବାର
- Hits: 2669