ହେଡଲାଇନସ୍:

ଘରୋଇ ଅର୍ଥଲଗାଣକାରୀ ସଂସ୍ଥାର ଜୁଲୁମ ବନ୍ଦ କରାଯିବା ସହ କିସ୍ତି ଘୁଞ୍ଚାଯାଉ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ବାରିପଦା ଏସଏସଜି ଗ୍ରୁପ ପକ୍ଷରୁ ଜିଲ୍ଲାପାଳଙ୍କ ନିକଟରେ ଦାବି

ବାରିପଦା(ଦିଲ୍ଲୀପ ମହାନ୍ତି )- : ବିଶ୍ୱମହାମାରୀ କରୋନାର ଦ୍ଵିତୀୟ ଲହର ମୟୂରଭଞ୍ଜରେ ଆତଙ୍କ ଖେଳାଇ ଦେଇଛି । ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥା ନିକଟରୁ ଋଣ ନେଇଥିବା ଏସ ଏଏସଜି ଗ୍ରୁପର ଅନେକ ସଦସ୍ୟ ଓ ସେମାନଙ୍କ ପରିବାରର ସଦସ୍ୟମାନେ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏସଏସଜି ଗ୍ରୁପର କାରବାର ପ୍ରଭାବିତ ହୋଇଛି । ଏହିସମୟରେ ଋଣ କିସ୍ତି ଆଦାୟ ପାଇଁ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥା ପକ୍ଷରୁ ଜୁଲୁମ ଆରମ୍ଭ ହୋଇଛି । ଏହାକୁ ତୁରନ୍ତ ବନ୍ଦ କରାଯିବା ସହ ଆଦାୟକୁ ୩ ମାସ ପର୍ଯ୍ୟନ୍ତ ଘୁଞ୍ଚାଇ ଦେବା ନିମନ୍ତେ ଆଜି ବାରିପଦା ଏସଏସଜି ଗ୍ରୁପର ସଦସ୍ୟମାନେ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି ।

0
0
0
s2sdefault