ହେଡଲାଇନସ୍:

 ନବରଙ୍ଗପୁର ଓ ରାୟଗଡ଼ା ଜିଲ୍ଲାର କୋଭିଡ୍ ପରିଚାଳନା ସଂପର୍କରେ ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ସମୀକ୍ଷା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପରୀକ୍ଷଣ ଓ ଟିକାକରଣକୁ ସୁବ୍ୟବସ୍ଥିତ ଭାବରେ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର(ଶାସକ ପ୍ରଶାସକ)-ଆଜି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ସଂଜୟ କୁମାର ଦାସବର୍ମା ଲୋକସେବା ଭବନରୁ ଭର୍ଚୁଆଲ୍ ମାଧ୍ୟମରେ ରାୟଗଡ଼ା ଓ ନବରଙ୍ଗପୁରରେ ଜିଲ୍ଲା କୋଭିଡ୍ ପରିଚାଳନା ନେଇ ବିସ୍ତୃତ ସମୀକ୍ଷା କରିବା ସହ ପରୀକ୍ଷଣ, ଟିକାକରଣ, ସ୍ୱତନ୍ତ୍ର ରାସନ୍ ବଣ୍ଟନ, ମନରେଗା କର୍ମନିଯୁକ୍ତି, ରବି ଫସଲ ସଂଗ୍ରହ ଆଦି କାର୍ଯ୍ୟ ସଂପାଦନ ସମୟରେ କୋଭିଡ୍ ନିୟମର ଅନୁପାଳନ କରିବାକୁ ଉଭୟ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଛନ୍ତି |  

ରାୟଗଡ଼ା ଓ ନବରଙ୍ଗପୁର ଜିଲ୍ଲାରେ କୋଭିଡ୍ ମହାମାରୀ ସମୟରେ ସ୍ୱତନ୍ତ୍ର ରାସନ ଯୋଗାଣ ପ୍ରଦାନକୁ ବ୍ୟବସ୍ଥିତ କରିବା ଉପରେ ଶ୍ରୀ ଦାସବର୍ମା ଗୁରୁତ୍ୱ ଦେଇଛନ୍ତିା ଗ୍ରାମାଞ୍ଚଳରେ କର୍ମନିଯୁକ୍ତି ଏବଂ ମନରେଗାରେ ଅଧିକରୁ ଅଧିକ କର୍ମଦିବସ ସୃଷ୍ଟି ଉପରେ ଯୋଜନାବୋର୍ଡ ଉପାଧ୍ୟକ୍ଷ ଗୁରୁତ୍ୱ ଦେଇଥିବାବେଳେ ଉଭୟ ଜିଲ୍ଲାର ଜିଲ୍ଲାପାଳ କେନ୍ଦ୍ର ସରକାରଙ୍କଠାରୁ ଅର୍ଥ ପ୍ରାପ୍ତିରେ ବିଳମ୍ବ ହେଉଥିବାରୁ ମନରେଗା କାର୍ଯ୍ୟକ୍ରମରେ ବର୍ତ୍ତମାନ ଶିଥିଳତା ଦେଖାଦେଇଛି ବୋଲି ପ୍ରକାଶ କରିଥିଲୋ ଶ୍ରୀ ଦାସବର୍ମା କହିଥିଲେ ଯେ ରାୟଗଡ଼ା ଓ ନବରଙ୍ଗପୁର ଜିଲ୍ଲା କେନ୍ଦ୍ର ସରକାରଙ୍କ ଦ୍ୱାରା ଆକାଂକ୍ଷିତ ଜିଲ୍ଲା ଭାବରେ ଗ୍ରହଣ କରାଯାଇଥିବାବେଳେ ଉଭୟ ଜିଲ୍ଲାପାଳ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଯୁକ୍ତ ଅଧିକାରୀମାନଙ୍କୁ ସ୍ୱତନ୍ତ୍ର ଭାବରେ ପତ୍ର ଲେଖି  ସମାଧାନ ନିମନ୍ତେ ଜଣାଇବାକୁ ପରାମର୍ଶ ଦେଇଥିଲୋ ଦୁଇ ଆଦିବାସୀ ବହୁଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ କାର୍ଯ୍ୟଦିବସଗୁଡ଼ିକୁ ଲୋକଙ୍କ ପାଖରେ ପହଞ୍ଚାଇବା ସହିତ ଗ୍ରାମ୍ୟ ଅର୍ଥନୀତିକୁ ସୁଦୃଢ଼ କରିବା ପାଇଁ କେନ୍ଦ୍ର ସରକାର ଖୁବ୍ ଶୀଘ୍ର ଧାର୍ଯ୍ୟ ଲକ୍ଷ୍ୟ ଅନୁସାରେ ମନରେଗା କାର୍ଯ୍ୟକ୍ରମକୁ ସଚଳ କରିବା ପାଇଁ ତୁରନ୍ତ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ଶ୍ରୀ ଦାସବର୍ମା ନିର୍ଦ୍ଦେଶ ଦେଇଛନ୍ତିା ଚଳିତ ବର୍ଷ ରବି ଫସଲ ସଂଗ୍ରହ ମୂଳରୁ ବ୍ୟବସ୍ଥିତ କରିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲାା ଏ ଦୁଇଟି ଜିଲ୍ଲା ଉପାନ୍ତ ଅଞ୍ଚଳ ହୋଇଥିବାରୁ ନବରଙ୍ଗପୁରର ଛତିଶଗଡ଼ ଓ ରାୟଗଡ଼ାର ଆନ୍ଧ୍ରପ୍ରଦେଶ ସୀମାରେ କୋଭିଡ୍ କଟକଣା କଡ଼ାକଡ଼ି ଭାବରେ ଲାଗୁ କରାଯିବାକୁ ଆଜି ବୈଠକରେ ନିଷ୍ପତ୍ତି ନିଆଯାଇଥିଲାା 

ଟିକାକରଣ ଓ ପରୀକ୍ଷଣକୁ ସୁବ୍ୟବସ୍ଥିତ ଢଙ୍ଗରେ କୋଭିଡ୍ ନିୟମ ଅନୁପାଳନ ସହିତ କାର୍ଯ୍ୟକାରୀ କରିବାକୁ ଶ୍ରୀ ଦାସବର୍ମା ନବରଙ୍ଗପୁର ଓ ରାୟଗଡ଼ାର ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଛନ୍ତିା ଶ୍ରୀ ଦାସବର୍ମା କୋଭିଡ୍ ଡାକ୍ତରଖାନା , କୋଭିଡ୍ ଯତ୍ନ  କେନ୍ଦ୍ର, ଅସ୍ଥାୟୀ ଚିକିତ୍ସା ଶିବିରଗୁଡ଼ିକ ୨୪ ଘଣ୍ଟିଆ ବ୍ୟାକଅପ୍ ସିଷ୍ଟମ ଯେଭଳି ରହିବ, ବିଦ୍ୟୁତ ସରବରାହରେ ସେଥିପ୍ରତି ଦୃଷ୍ଟି ଦେବାକୁ ଉଭୟ ଜିଲ୍ଲାର ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଛନ୍ତିା 

ଏହି ବୈଠକରେ ରାଜ୍ୟ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ଉପସ୍ଥିତ ରହି ଏହି ସମ୍ପ୍ରଦାୟ ମଧ୍ୟରେ ସଂକ୍ରମଣ ବଢ଼ୁଥିବାରୁ ଉଭୟ ଜିଲ୍ଲାରେ ସୂଚନା, ଶିକ୍ଷା ଓ ଯୋଗାଯୋଗ କାର୍ଯ୍ୟକ୍ରମ ଜରିଆରେ ବ୍ୟାପକ ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱ ଦେଇଛନ୍ତିା ଏହାକୁ ଅଧିକ ସୁବ୍ୟବସ୍ଥିତ କରିବା ପାଇଁ ଜନପ୍ରତିନିଧିମାନଙ୍କୁ ସାମିଲ କରିବା ପାଇଁ ଶ୍ରୀ ସାରକା ପରାମର୍ଶ ଦେଇଛନ୍ତିା 

ଆଲୋଚନରେ ଭାଗନେଇ ଝରିଗାଁର ବିଧାୟକ ଶ୍ରୀ ପ୍ରକାଶ ମାଝୀ ରାଇଘର, ପୁଜାରୀପୁଟରେ ସଂକ୍ରମଣ ସଂଖ୍ୟା ବଢ଼ୁଥ#ବାରୁ ଅଧିକ ପରୀକ୍ଷଣ ପାଇଁ ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲୋ 

ନବରଙ୍ଗପୁର ଜିଲ୍ଲାରେ ବର୍ତ୍ତମାନ ୧୦୦ଟି ଅମ୍ଳଜାନ ସଂଯୁକ୍ତ ଶଯ୍ୟା, ୪ଟି ଭେଣ୍ଟିଲେଟରଯୁକ୍ତ ଓ ୧୨ଟି ଆଇସିୟୁ ଶଯ୍ୟା ସହିତ ମୋଟ ୧୮୪ଟି ଶଯ୍ୟାରେ ରୋଗୀମାନଙ୍କୁ ଚିକିତ୍ସା ଯୋଗାଇ ଦିଆଯାଉଛିା ଦ୍ୱିତୀୟ ଲହରରେ ୯୧.୫୯୫ କୋଭିଡ୍ ପରୀକ୍ଷା କରାଯାଇ ୯୮୮୨ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛିା ଜିଲ୍ଲାରେ ୬ଟି କୋଭିଡ୍ ଯତ୍ନ  କେନ୍ଦ୍ର କାର୍ଯ୍ୟ କରୁଛିା ପ୍ରତି ବ୍ଳକରେ  ୩ଟି ତ୍ୱରିତ ପ୍ରତିକ୍ରିୟା ଦଳ ନିୟୋଜିତ ଅଛନ୍ତିା ସଂକ୍ରମଣ ରୋକିବା ପାଇଁ ଏଏନ୍ଏମ୍, ଆଶାକର୍ମୀ ଓ ଶିକ୍ଷକମାନେ ଘରକୁ ଘର ଯାଇ ସର୍ଭେ କରୁଛନ୍ତି ଏବଂ ରୋଗୀମାନଙ୍କ ପାଇଁ ଆବଶ୍ୟକ ଚିକିତ୍ସା ବ୍ୟବସ୍ଥା କରାଯାଉଛି ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲୋ ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୯୪୧୭ ଜଣ ସମ୍ମୁଖ ଯୋଦ୍ଧାଙ୍କ ସମେତ ୧ ଲକ୍ଷ ୫୦୦୦ ଲୋକଙ୍କୁ ଟିକା ପ୍ରଦାନ କରାଯାଇଛିା 

ସେହିପରି ରାୟଗଡ଼ା ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୨,୧୪,୬୩୮ ପରୀକ୍ଷଣ କରାଯାଇ ୧୩୦୦୦ କୋଭିଡ୍ ସଂକ୍ରମିତ ରୋଗୀ ଚିହ୍ନଟ ହୋଇଛନ୍ତିା କୋଭିଡ୍ ସଂକ୍ରମିତଙ୍କ ଚିକିତ୍ସା ପାଇଁ ଜିଲ୍ଲାରେ ଗୋଟିଏ କୋଭିଡ୍ ଯତ୍ନ  ଡାକ୍ତରଖାନା କାର୍ଯ୍ୟ କରୁଛି, ଯେଉଁଥିରେ ୧୧୦ଟି ଶଯ୍ୟା, ୧୧୦ଟି ଅମ୍ଳଜାନ ସଂଯୁକ୍ତ ଶଯ୍ୟା, ୧୦ଟି ଆଇସିୟୁ ଶଯ୍ୟା, ୫ଟି ଭେଣ୍ଟିଲେଟର ଓ ୫ଟି ଏଚ୍ୟୁଡ଼ି ଶଯ୍ୟା ରହିଛିା ଜିଲ୍ଲାରେ ୪ଟି କୋଭିଡ୍ ଯତ୍ନ  କେନ୍ଦ୍ରରେ ୬୧୦ଟି ଶଯ୍ୟା ରହିଛିା ବର୍ତ୍ତମାନ ସୁଦ୍ଧା ଜିଲ୍ଲାର ୧ ଲକ୍ଷ ୮୦୦୦ ଜଣଙ୍କୁ ଟିକା ପ୍ରଦାନ କରାଯାଇଛିା ସେମାନଙ୍କ ମଧ୍ୟରେ ୭୪୪୩ ଜଣ ଆଗଧାଡ଼ିର କୋଭିଡ୍ ଯୋଦ୍ଧା ରହିଛନ୍ତିା

ଉଭୟ ଜିଲ୍ଲାରେ ପରୀକ୍ଷଣ, ଚିକିତ୍ସା ଏବଂ ଗ୍ରାମାଞ୍ଚଳରେ ବଢ଼ୁଥିବା ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ବୈଠକରେ ଗୁରୁତ୍ୱ ପ୍ରଦାନ କରାଯାଇଛିା ରାୟଗଡ଼ା ଓ ନବରଙ୍ଗପୁର ଜିଲ୍ଲାରେ ଆଦିମ ଜନଜାତି ସଂପ୍ରଦାୟଙ୍କୁ ଅଧିକରୁ ଅଧିକ କୋଭିଡ୍ ପରୀକ୍ଷଣ ପାଇଁ ବୈଠକରେ ଶ୍ରୀ ଦାସବର୍ମା ପରାମର୍ଶ ଦେଇଛନ୍ତିା 

ଏହି ବୈଠକରେ ସଂପୃକ୍ତ ଜିଲ୍ଲାର ମୁଖ୍ୟ ଚିକିତ୍ସାଧିକାରୀ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ, ମୁଖ୍ୟ ଯୋଗାଣ ଅଧିକାରୀଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଯୋଗଦେଇ ଆଲୋନାରେ ଅଂଶଗ୍ରହଣ କରିଥିଲୋ 

 

 

 

 

 

0
0
0
s2sdefault