ହେଡଲାଇନସ୍:

ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ 2013 ଟନ ରୁ ଅଧିକ ତରଳ ମେଡିକାଲ ଅକ୍ସିଜେନ ରୋରୋ ସେବା ମାଧ୍ୟମରେ ପରିବହନ କରାଯାଇଅଛି  |   

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର (ଶାସକ ପ୍ରଶାସକ)  : କୋଭିଡ଼୧୯ ସଂକ୍ରମଣ ଯୋଗୁଁ ସଙ୍କଟାପନ୍ନ ପରିସ୍ଥିତିରେ ପୂର୍ବ ତଟ ରେଳପଥ ରୋଗୀ ମାନଙ୍କ ଜୀବନ ରକ୍ଷା ପାଇଁ ଏକ ପ୍ରମୁଖ ଭୂମିକା ଗ୍ରହଣ କରି ତରଳ ମେଡିକାଲ ଅମ୍ଳଜାନ (LMO) ପରିବହନ କରିବା କ୍ଷେତ୍ରରେ ଏକ ଅଗ୍ରଣୀ ରେଳପଥ ହୋଇ ପାରିଛି | ଭାରତୀୟ ରେଳବାଇ ଦ୍ୱାରା ପ୍ରଥମ ଅମ୍ଳଜାନ ଏକ୍ସପ୍ରେସ ଚଳାଚଳ ଠାରୁ ତଥା 22 ଏପ୍ରିଲ, 2021 ରୁ ଆଜି ପର୍ଯ୍ୟନ୍ତ ପ୍ରାୟ 27 ଦିନରେ ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ବିଭିନ୍ନ ଷ୍ଟିଲ୍ ପ୍ଲାଣ୍ଟରୁ ପ୍ରାୟ 2013.24 ଟନ୍ ତରଳ ମେଡିକାଲ ଅକ୍ସିଜେନ ଦେଶର ବିଭିନ୍ନ ରାଜ୍ୟକୁ ପରିବହନ କରାଯାଇଅଛି  |  

ପୂର୍ବତଟ ରେଳପଥ ଦ୍ୱାରା 451.93 ଟନ୍ ତରଳ ମେଡିକାଲ ଅକ୍ସିଜେନ ମହାରାଷ୍ଟ୍ରକୁ, 750.61 ଟନ୍ ଦିଲ୍ଲୀ ଏବଂ ହରିୟାଣାକୁ, 117.9 ଟନ୍ କେରଳକୁ, 451.78 ଟନ୍ ତେଲେଙ୍ଗାନାକୁ, 120 ଟନ୍ ତାମିଲନାଡୁକୁ ଏବଂ 120.98 ଟନ୍ କର୍ଣ୍ଣାଟକକୁ ପରିବହନ କରାଯାଇଅଛି | ଅନୁଗୁଳ ସ୍ଥିତ ଟାଟା ଭୂଷଣ ଲିମିଟେଡ ଓ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ ଏବଂ କଳିଙ୍ଗ ନଗର ସ୍ଥିତ ଟାଟା ଷ୍ଟିଲ ଲିମିଟେଡ ଭଳି ଇସ୍ପାତ କାରଖାନା ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ଅମ୍ଳଜାନ ବୋଝେଇ ଓ ପରିବହନ କ୍ଷେତ୍ରରେ ପ୍ରମୁଖ ଅବଦାନ ରଖିଛନ୍ତି | ବର୍ତ୍ତମାନ ପର୍ଯ୍ୟନ୍ତ, 124 ଟ୍ୟାଙ୍କରରେ ଲୋଡ୍ ହୋଇଥିବା 31 ଟି ଅକ୍ସିଜେନ ଏକ୍ସପ୍ରେସ ଟ୍ରେନ୍ ଏହି ମହାମାରୀରେ ରୋଗୀଙ୍କ ଜୀବନ ବଞ୍ଚାଇବା ପାଇଁ ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ବିଭିନ୍ନ ରାଜ୍ୟକୁ ତରଳ ମେଡିକାଲ ଅକ୍ସିଜେନ ଯୋଗାଇବାରେ ବ୍ୟବହାର କରାଯାଇଅଛି | 

ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ଅକ୍ସିଜେନ ଏକ୍ସପ୍ରେସ ସ୍ପେଶାଲ ଟ୍ରେନର ସୁରକ୍ଷିତ ଚଳାଚଳ ଏବଂ ଏହି ଟ୍ରେନଗୁଡ଼ିକୁ ଶୀଘ୍ର ଗନ୍ତବ୍ୟ ସ୍ଥାନ ଗୁଡିକରେ ପହଞ୍ଚାଇବା ପାଇଁ ସମସ୍ତ ସତର୍କତା ଅବଲମ୍ବନ କରାଯିବା ସହିତ ଏହି ଅଞ୍ଚଳକୁ ଗ୍ରୀନ କରିଡର ଘୋଷଣା କରାଯାଇଅଛି | ଏହା ବ୍ୟତୀତ, ପୂର୍ବତଟ ରେଳପଥ ପରିସୀମା ମଧ୍ୟଦେଇ ଦେଶର ବିଭିନ୍ନ ଷ୍ଟିଲ୍ ପ୍ଲାଣ୍ଟଗୁଡିକରୁ ଗନ୍ତବ୍ୟ ସ୍ଥାନକୁ ପରିବହନ କରାଯାଉଥିବା ଅମ୍ଳଜାନ ସ୍ୱତନ୍ତ୍ର ଟ୍ରେନ୍ ଗୁଡିକର ମଧ୍ୟ ନିରାପଦ ଚଳାଚଳକୁ ମଧ୍ୟ ପ୍ରାଧାନ୍ୟ ଦିଆଯାଇଛି |

0
0
0
s2sdefault