ହେଡଲାଇନସ୍:

ପଶ୍ଚିମ ଓଡ଼ିଶା ଜିଲ୍ଲାମାନଙ୍କରେ କୋଭିଡ୍ ପରିଚାଳନା ପାଇଁ ସ୍ୱତନ୍ତ୍ର ଅନୁଦାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ଜରୁରୀକାଳୀନ ଭିତ୍ତିରେ ବିନିଯୋଗ ଯୋଜନା ପ୍ରସ୍ତୁତ କରିବାକୁ ପରିଷଦ ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀଙ୍କ ନିର୍ଦ୍ଦେଶ

  • ଆଇସିୟୁ, ଅକ୍ସିଜେନ ବେଡ୍ ଏବଂ ଗୁରୁତ୍ୱପୂର୍ଣ୍ଣ ଯନ୍ତ୍ରପାତି ଯୋଗାଣ ଉପରେ ଶ୍ରୀ ତ୍ରିପାଠୀଙ୍କ ଗୁରୁତ୍ୱ

ଭୁବନେଶ୍ୱର :ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦର୍ଶୀ ନେତୃତ୍ୱରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅନ୍ତର୍ଭୁକ୍ତ ଜିଲ୍ଲାମାନଙ୍କରେ ଚାଲିଥିବା କୋଭିଡ୍ ପରିଚାଳନା କାର୍ଯ୍ୟକୁ ଅଧିକ ଶାଣିତ ଓ ଦୃଢ଼ୀଭୂତ କରିବା ନିମନ୍ତେ ଡବ୍ଲଓଡିସି ତରଫରୁ ସ୍ୱତନ୍ତ୍ର ଅନୁଦାନ ଦିଆଯିବା 

ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ଆଜି ଏକ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଜିଲ୍ଲାଓ୍ୱାରୀ ସ୍ଥିତି ସମୀକ୍ଷା କରିବା ସମୟରେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଓ ଡବ୍ଲଓଡିସି ଅଧ୍ୟକ୍ଷ ଶ୍ରୀ ଅସିତ ତ୍ରିପାଠୀ ଏହା କହିଛନ୍ତିା ଶ୍ରୀ ତ୍ରିପାଠୀ କହିଥିଲେ ଯେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ କରାଯାଉଥିବା କୋଭିଡ୍ ପରିଚାଳନାକୁ ଅଧିକ ଦୃଢ଼ୀଭୂତ କରିବା ପାଇଁ ଡବ୍ଲଓଡିସି ଆର୍ଥିକ  ଅନୁଦାନ ଯୋଗାଇବା ଡବ୍ଲଓଡିସି ଅନ୍ତର୍ଭୁକ୍ତ ୧୦ଟି ଜିଲ୍ଲା ମଧ୍ୟରୁ ୭ଟି ଜିଲ୍ଲା ପାଇଁ ପ୍ରତ୍ୟେକ ୩ କୋଟି ଟଙ୍କା ଦିଆଯିବା ଲୋକସଂଖ୍ୟା ଏବଂ ଆକାର ଦୃଷ୍ଟିରୁ ବୌଦ୍ଧ, ଦେବଗଡ଼ ଓ ସୋନପୁର ଜିଲ୍ଲାକୁ ୧ କୋଟି ଲେଖାଏଁ ଟଙ୍କା ଯୋଗାଇ ଦିଆଯିବା ଏହି ଅର୍ଥର ବିନିଯୋଗ ନିମନ୍ତେ ଜରୁରୀକାଳୀନ ଭିତ୍ତିରେ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବା ପାଇଁ ଶ୍ରୀ ତ୍ରିପାଠୀ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଥିଲୋ 

ଡବ୍ଲଓଡିସି ତରଫରୁ ଦିଆଯାଉଥିବା ଏହି ଅର୍ଥ ଜିଲ୍ଲାମାନେ ନିଜ ନିଜର ଆବଶ୍ୟକତା ଅନୁସାରେ କେବଳ କୋଭିଡ ପରିଚାଳନା ପାଇଁ ବିନିଯୋଗ କରିବୋ ତେବେ, ମୁଖ୍ୟତଃ ଏହି ଅର୍ଥ ଜିଲ୍ଲାରେ ଅଧିକ ଆଇସିୟୁ ଏବଂ ଅକ୍ସିଜେନ ବେଡ ସ୍ଥାପନ କରିବାନ୍ତ କୋଭିଡ୍ ପରୀକ୍ଷା ନିମନ୍ତେ ଅଟୋଆନାଲାଇଜର, ସିଆର୍ସି, ସିପିସି ଆଦି ଗୁରୁତ୍ୱପୂର୍ଣ୍ଣ ଯନ୍ତ୍ରପାତି ଯୋଗାଣନ୍ତ ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ର ଓ ଆଶାକର୍ମୀମାନଙ୍କୁ ଅକ୍ସିମିଟର ଯୋଗାଣ ଏବଂ, ଉପଖଣ୍ଡ ଚିକିତ୍ସାଳୟ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଆଦିରେ ଜେନେରେଟର ବ୍ୟବସ୍ଥା ନିମନ୍ତେ ଉପଯୋଗ କରାଯାଇ ପାରିବ ବୋଲି ଶ୍ରୀ ତ୍ରିପାଠୀ କହିଥିଲୋ ଏହା ଛଡ଼ା, କୋଭିଡ୍ ପରିଚାଳନା କ୍ଷେତ୍ରରେ ଜିଲ୍ଲାମାନଙ୍କରେ ରହିଥିବା ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପୂରଣ ନିମନ୍ତେ ମଧ୍ୟ ଏହି ଅର୍ଥ ରାଶି ବିନିଯୋଗ କରାଯାଇପାରିବା 

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ସମେତ ଡବ୍ଲଓଡିସି ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ବରିଷ୍ଠ ଅଧିକାରୀମାନେ ଶ୍ରୀ ତ୍ରିପାଠୀଙ୍କ ସହ ଏହି ଭିଡ଼ିଓ କନ୍ଫରେନ୍ସିଂରେ ଯୋଗଦେଇଥିଲୋ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅନ୍ତର୍ଭୁକ୍ତ ଜିଲ୍ଲାମାନଙ୍କର ଜିଲ୍ଲାପାଳ ଓ ସଂପୃକ୍ତ ବରିଷ୍ଠ ଅଧିକାରୀମାନେ ଜିଲ୍ଲାର ସଦ୍ୟତନ ସ୍ଥିତି ବିଷୟ ଅବଗତ କରାଇଥିଲୋ 

 

0
0
0
s2sdefault