ହେଡଲାଇନସ୍:

ଟ୍ରାଫିକ ନିୟମ ଉଲଂଘନ ଓ ସୁରକ୍ଷା କର୍ମୀଙ୍କୁ ଆକ୍ରମଣ ଅଭିଯୋଗରେ ଦୁଇ ଗିରଫ : କାର ଜବତ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବଡ଼ବିଲ (ଶାସକ ପ୍ରଶାସକ) -ବଡ଼ବିଲ ମେନ ରୋଡ ଅନ୍ତର୍ଗତ ବାଟା ଛକ ଠାରେ ଦୁଇ ଜଣ ଯୁବକ ଟ୍ରାଫିକ ନିୟମକୁ ଉଲଘଂନ କରି କାର ଚଳାଇବା ଓ ସୁରକ୍ଷା କର୍ମୀ ଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି l ପ୍ରାପ୍ତ ଖବର ରୁ ଜଣା ପଡିଛି ଯେ ବଡ଼ବିଲ ବାଟା ଛକ ଠାରେ ପ୍ରଭାକର ସାହୁ ନାମକ ଘରୋଇ ସୁରକ୍ଷା କର୍ମୀ ନିୟୋଜିତ ଥିଲେ। ଏହି ସମୟରେ ବଡ଼ବିଲ ଵର୍କତ ନଗର ଅଞ୍ଚଳର ସାକିବ ଅକ୍ତର ଓ ଅରମାନ ଖାନ ଓଆର୧୪ଜି ୩୭୨୩ ନମ୍ବର ବିଶିଷ୍ଟ କାରକୁ ନୋ-ଏଣ୍ଟ୍ରି ଟ୍ରାଫିକ ନିୟମକୁ ଅମାନ୍ୟ କରି ମେନ ରୋଡରେ ଯିବାକୁ ଜିଦ୍ କରିଥିଲେ। ସୁରକ୍ଷା କର୍ମୀ ତାଙ୍କୁ ଯିବାକୁ ବାରଣ କରିବାରୁ ଦୁଇଜଣ ଯୁବକ ମିଶି ସୁରକ୍ଷା କର୍ମୀଙ୍କୁ ଆକ୍ରମଣ କରିଥିବାର ଅଭିଯୋଗ ହୋଇଛି। ଏହି ସମୟରେ ସେରେଣ୍ଡା ଅଞ୍ଚଳର ଶ୍ରୀନିବାସ ଜେନା ନାମକ ଜଣେ ବ୍ୟକ୍ତି ସୁରକ୍ଷାକର୍ମୀ ଜଣଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିବାରୁ ଦୁଇ ଯୁବକ  ତାଙ୍କୁ ମଧ୍ୟ ଆକ୍ରମଣ କରିବା ସହିତ ତାଙ୍କ ଠାରୁ ୪ ହଜାର ୭୦୦ ଟଙ୍କା ଓ ମୋବାଇଲ ମଧ୍ଯ ଛଡ଼ାଇ ନେଇଥିବା ଶ୍ରୀ ଜେନା ଅଭିଯୋଗ କରିଛନ୍ତି l ବଡ଼ବିଲ ପୋଲିସ ଏହି ଘଟଣା ରେ ସମ୍ପୃକ୍ତ ଯୁବକ ଦୁଇ ଜଣଙ୍କୁ ଗିରଫ କରିବା ସହ କାରକୁ ଜବତ କରିଥିବା ବଡ଼ବିଲ ଥାନାଧିକାରୀ ସୁଶାନ୍ତ କୁମାର ଦାଶ ସୂଚନା ଦେଇଛନ୍ତି।

ବଡ଼ବିଲ ଥାନା କେସ ନଂ 73/21ଧାରା 341, 323, 294, 307, 394 ଆଇପିସିରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି।

0
0
0
s2sdefault