ଦୁବାଇ : ଓଡ଼ିଶା ସମାଜ ୟୁନାଇଟେଡ୍ଆରବଏମିରେଟ୍ସ (ଓ.ଏସ୍.ୟୁ.ଏ.ଇ)ର ଏକାଦଶତମ ବାର୍ଷିକୋତ୍ସବ ଏବଂ ଉତ୍କଳ ଦିବସ ଅନ୍ଲାଇନ ମାଧ୍ୟମରେ ପାଳନ କରାଯାଇଛି ମୁଖ୍ୟଅତିଥି ଓଡ଼ିଶା ବିଧାନସଭାର ବାଚ୍ଚସ୍ପତି ଡଃ ସୂର୍ଯ୍ୟନାରାୟଣ ପାତ୍ର ଏହି ଭବ୍ୟସମାରୋହକୁ ପାରମ୍ପରିକ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟନ କରିଥିଲେ। ଭର୍ଚ୍ଚୁଆଲ୍ ସଭାର ପ୍ରାରମ୍ଭରେ କୋଭିଡ୍ ମୃତକଙ୍କ ସ୍ମୃତିରେ ନୀରବ ପ୍ରାର୍ଥନା କରାଯାଇଥିଲା। ଲାଇଭ ଷ୍ଟ୍ରିମିଂ ସମାବେଶରେ ବିଭିନ୍ନ ଦେଶର ଓଡ଼ିଆସମାଜର କର୍ମକର୍ତ୍ତା, ବହୁ ପ୍ରତିଷ୍ଠିତ ପ୍ରବାସୀ ଓଡ଼ିଆ ଏବଂ ଓଡ଼ିଶା ପ୍ରେମୀ ଦେଶବିଦେଶର ବିଶିଷ୍ଟବ୍ୟକ୍ତିମାନେ ଯୋଗ ଦେଇଥିବା ଦେଖାଯାଇଥିଲା।ଭିଡିଓକନ୍ଫରେନ୍ସିଂ ଜରିଆରେ ବୈଠକକୁ ସମ୍ବୋଧନ କରି ଡଃ ସୂର୍ଯ୍ୟନାରାୟଣ ପାତ୍ର କରୋନା ମହାମାରୀ କାଳରେ ଓଡ଼ିଶା ସମାଜ ୟୁ.ଏ.ଇ, ପ୍ରବାସୀ ଶ୍ରମିକ, ଛାତ୍ରଛାତ୍ରୀଏବଂ ଅସହାୟ ଜନସାଧାରଣଙ୍କୁ ଯେଭଳି ଭାବେ ସାହାଯ୍ୟ, ସହଯୋଗ ଓ ସେବା ପ୍ରଦାନ କରିଛି ତାହା ନିଶ୍ଚିତ ଭାବେ ସ୍ୱାଗତ ଯୋଗ୍ୟ ବୋଲି କହିଥିଲେ।ପ୍ରବାସୀ ଓଡ଼ିଆ ମାନେ ମିଳିମିଶି ଏକଜୁଟ୍ ହୋଇ ବର୍ତ୍ତମାନର ମହାବିପତ୍ତି କାଳରେ ମାତୃପ୍ରଦେଶ ଓଡ଼ିଶାକୁ ଅକୁଣ୍ଠରେ ସହାୟତା ପ୍ରଦାନ କରିବାକୁ ଡଃପାତ୍ର ନିବେଦନ କରିଥିଲେ।ଉତ୍ସବ ଉଦ୍ଦେଶ୍ୟରେ ଏକଭିଡିଓବାର୍ତ୍ତା ପ୍ରଦାନ କରି ଗୁରୁଜୀ ଚନ୍ଦ୍ରଭାନୁ ଶତପଥୀ, ପରସ୍ପରକୁ ଭଲପାଇବା ଓ ସାନ୍ତ୍ୱନା ଦେବାକୁ ଶିଖାଉଥିବା ଶକ୍ତିଶାଳୀ ଜଗନ୍ନାଥ ସଂସ୍କୃତିର ପ୍ରାସଙ୍ଗିକତା ଆଜିର ବିପଦ କାଳରେ ଅଧିକ ସମୀଚିନ ହୋଇପଡ଼ିଥିବା ଦର୍ଶାଇଥିଲେ। କରୋନାକୁ ଦୂରକରିବାପାଇଁ ଜନସମାଜ, ଏହାର ଆତ୍ମଶକ୍ତି, ବିଜ୍ଞାନଶକ୍ତି, ରାଜ୍ୟଶକ୍ତିଏବଂ ସର୍ବୋପରି ଆଧ୍ୟାତ୍ମିକଶକ୍ତିକୁ ଜାଗ୍ରତ କରିବାକୁ ଗୁରୁଜୀ ଆଶ୍ରିବଚନ ଶୁଣାଇଥିଲେ।ଇଣ୍ଟରନେଟ୍ଅଧିବେଶନରେ ଉଦ୍ବୋଧନ ଦେଇ ରାଜ୍ୟ ଉଚ୍ଚଶିକ୍ଷା ଓ କୃଷିମନ୍ତ୍ରୀ ଡଃ ଅରୁଣ ସାହୁ ବିଦେଶରେ ଜୀବନଯାପନ କରୁଥିବା ଓଡ଼ିଶାର କୃତିସନ୍ତାନ ଓ ସନ୍ତତି ମାନେ ନିଜରମା’ମାଟି ପ୍ରତି ପ୍ରଦର୍ଶନ କରୁଥିବା ଅହେତୁକ ମୋହ, ଅନାବିଳ ମମତା, ଅନନ୍ୟ ଶ୍ରଦ୍ଧା, ଅଜସ୍ର ସମ୍ମାନ ଏବଂ ଅତୁଟ ସ୍ନେହ, ତାଙ୍କୁ ଅଭିଭୂତ କରିଥିବା ଦର୍ଶାଇଥିଲେ।ସମ୍ବଳ ଓ ସମାର୍ଥ୍ୟରେ ପରିପୃଷ୍ଟ ଏହି ପ୍ରବାସୀ ଓଡ଼ିଆ ମାନେ ନିଜର ଜନ୍ମପ୍ରଦେଶର ଋଣସୁଝିବାପାଇଁ କିଛିକରି ଦେଖାଇବା ସକାଶେ ଇଚ୍ଛାଶକ୍ତି ଓ ନେଇଥିବା ପଣର ଡଃ ସାହୁ ଭୂରୀ ଭୂରୀ ପ୍ରଶଂସା କରିଥିଲେ। ସମ୍ମାନିତ ବକ୍ତା କେରଳରଡି.ଜି. ପୁଲିସ ଲୋକନାଥ ବେହେରା, ପ୍ରବାସୀ ଓଡ଼ିଆମାନେ ପ୍ରବାସୀ କେରଳୀମାନଙ୍କର କେରଳପ୍ରତିଥିବା ବ୍ୟାପକ ଅବଦାନ ସମ୍ପର୍କରେ ଅନୁଶୀଳନ ଓ ଏହାକୁ ଅନୁସରଣ କରିବାକୁ ପରାମର୍ଶ ଦେଇଥିଲେ । ଓଡ଼ିଶା ଆଦୌ ଅନଗ୍ରସର ନୁହଁ ବୋଲି ଦର୍ଶାଇ ଶ୍ରୀ ବେହେରା, ଓଡ଼ିଶାର ଗାଁ ଗହଳରେ ସ୍କୁଲ, କଲେଜ, ପାଠାଗାର ଓ ବ୍ଲଡ୍ବ୍ୟାଙ୍କ ଆଦି ସ୍ଥାପନ ପାଇଁ ପ୍ରବାସୀ କେରଳୀଙ୍କ ଭଳିପ୍ରବାସୀ ଓଡ଼ିଆମାନେ ସହଯୋଗ କଲେ ଆମ ରାଜ୍ୟର ଭାଗ୍ୟ ବଦଳିଯିବା ଅବଶ୍ୟମ୍ଭାବୀ ବୋଲି ଶ୍ରୀ ବେହେରା ଦମ୍ଭପ୍ରକାଶ କରିଥିଲେ।ଏହି ଅବସରରେ ଓ.ଏସ୍.ୟୁ.ଏ.ଇତରଫରୁ ପ୍ରଥମ ଓଡ଼ିଆ ମହିଳା ପାଇଲଟ୍ ମଧୁସ୍ମିତା ପଟ୍ଟନାୟକଙ୍କୁ କୋଭିଡ୍ କାଳରେ ପ୍ରବାସୀ ଓଡ଼ିଆ ଶ୍ରମିକମାନଙ୍କୁ ନେଇ ଦୁବାଇ ରୁଭୁବନେଶ୍ୱର ବିମାନଚାଳନା କରି ପ୍ରଦର୍ଶନ କରିଥିବା ଅଦମ୍ୟ ସାହସିକତା ଓ ଉଲ୍ଲେଖନୀୟ ସମାଜସେବା ପାଇଁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ତାଙ୍କର ଭାଷଣରେ କ୍ୟାପ୍ଟେନ୍ ପଟ୍ଟନାୟକ, କୋଭିଡ୍ କାଳରେ ନିଜର ନୈତିକ ମନୋବଳକୁ ଉଚ୍ଚା ରଖି ପରସ୍ପରକୁ ସହଯୋଗ କରିବା ପାଇଁ ହୃଦୟ ଓ ମନକୁ ଉନ୍ମୁକ୍ତ କରିବାକୁ ଆହ୍ୱାନ ଜଣାଇଥିଲେ।
ସମ୍ମାନିତ ଅତିଥି ରାଜ୍ୟର ପୂର୍ବତନ ମନ୍ତ୍ରୀ ପ୍ରସାଦ ହରିଚନ୍ଦନ ଓ.ଏସ୍.ୟୁ.ଏ.ଇ ପକ୍ଷରୁ ରାଜ୍ୟର୧୦ଟି ଗ୍ରାମକୁ ପୋଷ୍ୟ ଭାବରେ ଗ୍ରହଣ କରି ସେଠାରେ ସ୍ୱାସ୍ଥ୍ୟ ପରୀକ୍ଷା ଓଚିକିତ୍ସା ସୁବିଧା ଉପଲବ୍ଧ କରାଇବାକୁ ପରାମର୍ଶ ଦେଇଥିଲେ।ଏହା ସାଙ୍ଗକୁ ସମାଜ ପକ୍ଷରୁ ନିଶୁଳ୍କ ମେଣ୍ଟାଲ ହେଲ୍ଥ ସର୍ଭିସ କାଉନ୍ସେଲିଂ ଆରମ୍ଭ କରାଯିବାକୁ ସେ ମତ ପ୍ରକାଶ କରିଥିଲେ। ୨୮ ଏପ୍ରିଲ ତାରିଖ ମଧୁବାବୁଙ୍କର ଜନ୍ମଦିନକୁ ପ୍ରବାସୀ ଓଡ଼ିଆ ଦିବସ ଭାବେ ପାଳନ କରାଯିବାକୁ ଶ୍ରୀହରିଚନ୍ଦନ ଆଗ୍ରହ ପ୍ରକାଶ କରିଥିଲେ।ଅନ୍ୟତମ ଅତିଥି ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ଦ୍ଦେଶକ ନୀଳମାଧବ ପଣ୍ଡା, ହୀନମନ୍ୟତାକୁ ଦୂରେଇ ଦେଇ ଆମର ଉପଲବ୍ଧୀ ପାଇଁ ଆମକୁ ଗର୍ବ ଅନୁଭବ କରିବା ଉଚିତ ବୋଲି କହିଥିଲେ।ଲଗାତର ପ୍ରାକୃତିକ ବିପତ୍ତି ପାଇଁ ପରିଚିତ ଓ ନିନ୍ଦିତ ଓଡ଼ିଶାଏବେଏହି ବିପତ୍ତିର ସଫଳ ନିୟନ୍ତ୍ରଣ ପାଇଁ ବିଶ୍ୱଭରି ପ୍ରଶଂସାର ପାତ୍ର ହୋଇଥିବା ଶ୍ରୀପଣ୍ଡା ସୂଚାଇ ଥିଲେ। ସମ୍ମାନିତ ବକ୍ତା ଭାରତୀୟ ଜନତାପାର୍ଟିର ଜାତୀୟମୁଖପାତ୍ର ଡଃ ସମ୍ବିତ ପାତ୍ର, ସାମ୍ପ୍ରତିକ ଦୁର୍ବିସହ କରୋନା ସଂକଟକାଳରେ ପ୍ରବାସୀ ଓଡ଼ିଆ ମାନେ ଆମ ପାଇଁ ପ୍ରାର୍ଥନା ଏବଂ ଆମକୁ ଆଶୀର୍ବାଦ କରିବାକୁ ନିବେଦନ କରିଥିଲେ। ବିଶ୍ୱ ଓଡ଼ିଶା ସମାଜର ଅଧ୍ୟକ୍ଷ କିଶୋର ଦ୍ୱିବେଦୀ, ପ୍ରଳୟଙ୍କରୀ ମହାମାରୀକୁ ତିଳେମାତ୍ର ଭ୍ରୁକ୍ଷେପ ନ କରି ସମଗ୍ର ପୃଥିବୀର ଓଡ଼ିଆ ସମ୍ପ୍ରଦାୟକୁ ପରସ୍ପରର ଦୁଃଖସୁଖରେ ଭାଗୀଦାର ହେବାପାଇଁ ଗୋଟିଏ ଡିଜିଟାଲ ମଞ୍ଚରେ ଏକଜୁଟ କରି ପାରିଥିବାରୁ ଓ.ଏସ୍.ୟୁ.ଏ.ଇକୁ ସାଧୁବାଦ ଜଣାଇଥିଲେ।ଓ.ଏସ୍.ୟୁ.ଏ.ଇର ସଭାପତି ଅମୀୟ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରି ମୁଖ୍ୟଅତିଥି ଡଃ ପାତ୍ରଙ୍କ ଜରିଆରେ ଓଡ଼ିଶା ସମାଜ ୟୁ.ଏ.ଇକୋଭିଡ୍ମୁକାବିଲାପାଇଁ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କର ରିଲିଫ ପାଣ୍ଠିକୁ ୨ଲକ୍ଷ ଟଙ୍କାର ରାଶି ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲେ।ଓ.ଏସ୍.ୟୁ.ଏ.ଇର ସାଧାରଣ ସମ୍ପାଦକ ପ୍ରିତୀଶ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।ସାଂସ୍କୃତିକ କାର୍ଯ୍ୟକ୍ରମର ପ୍ରାରମ୍ଭରେ ନିଜର ବକ୍ତବ୍ୟ ପ୍ରଦାନ କରି ପ୍ରଖ୍ୟାତ ଅଭିନେତ୍ରୀ ଅନୁ ଚୌଧୁରୀ ବିଦେଶଭୂମିରେ ମା’ଓମାଟିର ଟେକ ରଖିବାକୁ ଓ ଓଡ଼ିଶାର ପରିଚୟକୁ ପରିବର୍ଦ୍ଧନ କରିବାକୁ ଓଡ଼ିଶା ସମାଜର ସଦସ୍ୟମାନଙ୍କୁ ନିବେଦନ ଜଣାଇଥିଲେ।ହାସ୍ୟ ସମ୍ରାଟ ଜ୍ଞାନ ହୋତା ତାଙ୍କର ଅନର୍ଗଳ ତୀର୍ଜକ ବାକ୍ୟବାଣରେ ଦର୍ଶକମାନଙ୍କର ଭରପୂର ମନୋରଞ୍ଜନ କରିଥିଲେ। ଶାଶ୍ୱତ ଯୋଶୀ ଓ ସାଥୀ କଳାକାର ମାନେ ନୃତ୍ୟ ମାଧ୍ୟମରେ ବନ୍ଦେ ଉତ୍କଳ ଜନନୀ ପରିବେଷଣ କରିଥିଲେ।
ସମଗ୍ର କାର୍ଯ୍ୟକ୍ରମକୁ ସୁନ୍ଦର, ସାବଲୀଳ ଓ ସୂଚାରୁ ରୂପରେ ପରିଚାଳନା କରିଥିଲେ ସୁସଂଚାଳିକା ସୁଧାଶ୍ରୀ ଦାଶ । ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ମଧ୍ୟରେ ଡଃ ନଳିନୀ ପତି, ସନ୍ତୋଷ ମିଶ୍ର, ଦେବର୍ଶୀ ମଲ୍ଲିକ, ସୁମନ୍ତ ମାନସିଂହ, ଶିବରଞ୍ଜନ ବିଶ୍ୱାଳ, ଆଦ୍ରିଶବ୍ରହ୍ମଦତ୍ତ, ପ୍ରଦୀପରଥ, ସୁକାନ୍ତସାହୁ, ଶାସ୍ୱତପାଢ଼ୀ, ସୁବାସସାହୁ, ଗୌତମଦାସ, ତ୍ରିଲୋଚନ ତ୍ରିପାଠୀ, ମମତା ମିଶ୍ର, ମନୋଜମନ୍ମୟ, ପୁଷ୍ପାଞ୍ଜଳିବାରିକ, ଚିଦାତ୍ମିକା ଖଟୁଆ, ବିଶ୍ୱରଞ୍ଜନ ପାଢ଼ୀ, ହୃଷିକେଶ ପାତ୍ର, ସସ୍ମିତା ପଟ୍ଟନାୟକ, ଲୋପାମୁଦ୍ରା ଦାସ, ଅଂଶୁମାନମହାପାତ୍ର, ଜୀତେନ୍ଦ୍ର ପରିଡ଼ା, ବଳରାମ ବଳିଆରସିଂହ, ମାନସପ୍ରଧାନ, ବିରଜା ରଥ, ରାଜେଶ ତ୍ରିପାଠୀଓସୁକାନ୍ତ ଜେନା ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ।ବାର୍ଷିକ ଉତ୍ସବର ସଫଳ ଆୟୋଜନ ଓ ସୁପରିଚାଳନା କରିବାରେ ଓ.ଏସ୍.ୟୁ.ଏ.ଇର ସାଂସ୍କୃତିକ ସମ୍ପାଦକ ସ୍ୱୟଂ ପ୍ରକାଶ ଏବଂ ସଦସ୍ୟ ଚିନ୍ମୟଜେନା, ରାଜୀବଦାସ, ଅବନୀ ପଟ୍ଟନାୟକଏବଂ ତନୁଜ ସାହୁ ପ୍ରମୁଖ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ।