ଦେଶରେ ବ୍ୟବହୃତ ରନ୍ଧନ ତୈଳରୁ ପ୍ରସ୍ତୁତ ପ୍ରଥମ ବାୟୋଡିଜେଲ୍ ଯୋଗାଣର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବିକଳ୍ପ ଇନ୍ଧନ ପ୍ରସ୍ତୁତ କରି ଭାରତର ସ୍ୱଦେଶୀ କ୍ଷମତାକୁ ସୁଦୃଢ଼ କରୁଛନ୍ତି ତୈଳ ବିପଣନ କମ୍ପାନୀ - ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର – ଦେଶର ତୈଳ ବିପଣନ କମ୍ପାନୀମାନେ(ଓଏମସି) ବିକଳ୍ପ ଇନ୍ଧନ ପ୍ରସ୍ତୁତ କରି ଭାରତର ସ୍ୱଦେଶୀ କ୍ଷମତାକୁ ନିରନ୍ତର ସୁଦୃଢ଼ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମନିର୍ଭର ଭାରତ କଳ୍ପନାକୁ ପ୍ରୋତ୍ସାହନ ଦେଉଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମଙ୍ଗଳବାର ଇଣ୍ଡିଆନ ଅଏଲର ଦିଲ୍ଲୀ ଟିକରୀକଲାନ ଟର୍ମିନାଲରୁ ବ୍ୟବହୃତ ରନ୍ଧନ ତୈଳ(ୟୁସିଓ)ରୁ ପ୍ରସ୍ତୁତ ବାୟୋ ଡିଜେଲ ମିଶ୍ରିତ ପ୍ରଥମ ହାଇସ୍ପିଡ ଡିଜେଲ ଯୋଗାଣର ଶୁଭାରମ୍ଭ କରିବା ଅବସରରେ ଶ୍ରୀ ପ୍ରଧାନ ଏହା କହିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ୨୦୧୯ରେ ବିଶ୍ୱ ଜୈବ ଇନ୍ଧନ ଦିବସ ଅବସରରେ ବ୍ୟବହୃତ ରନ୍ଧନ ତୈଳରୁ ଉତ୍ପାଦିତ ବାୟୋ-ଡିଜେଲର ସଂଗ୍ରହ ପାଇଁ ଇଓଆଇ(ଏrପ୍ରେସନ ଅଫ୍ ଇଂଟ୍ରେଷ୍ଟ) ଯୋଜନା ଆରମ୍ଭ କରାଯାଇଥିଲା । ଏ ଦିଗରେ ଆଜି ବାୟୋ ଡିଜେଲ ମିଶ୍ରିତ ହାଇସ୍ପିଡ ଡିଜେଲ ଯୋଗାଣର ଶୁଭାରମ୍ଭ ଭାରତର ଜୈବ ଇନ୍ଧନ କ୍ଷେତ୍ରରେ ଏକ ଭଲ ପଦକ୍ଷେପ । ଏହି ଇନ୍ଧନ ଦ୍ୱାରା ପରିବେଶ ଉପରେ ସକରାତ୍ମକ ପ୍ରଭାବ ପଡିବ । ଏହି ପଦକ୍ଷେପ ସ୍ୱଦେଶୀ ବାୟୋଡ଼ିଜେଲ ଯୋଗାଣ, ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ ହେବ ଏବଂ ଗ୍ରାମାଂଚଳରେ ନିଯୁକ୍ତି ସୃଷ୍ଟି କରିବ । ଯାହା ଫଳରେ ଦେଶରେ ଆର୍ଥିକ ଅଭିବୃଦ୍ଧି ହେବ । ବିକଳ୍ପ ଉର୍ଜାର ଅନ୍ୱେଷଣ ପାଇଁ ପେଟ୍ରୋଲିୟମ ମନ୍ତ୍ରଣାଳୟ ପକ୍ଷରୁ ପ୍ରୋତ୍ସାହନ ଦିଆଯାଉଥିବା ୭ଟି ସବୁଜ ଇନ୍ଧନ ପଦକ୍ଷେପ ମଧ୍ୟରୁ ଜୈବଇନ୍ଧନ ଅନ୍ୟତମ ବୋଲି ସେ କହିଛନ୍ତି ।

ସେହିପରି କରୋନା ମହାମାରୀର କଠିନ ସମୟରେ ମଧ୍ୟ ନିରନ୍ତର ଇନ୍ଧନ ଉପଲବ୍ଧି ଦିଗରେ ତୈଳ କମ୍ପାନୀ ଗୁଡ଼ିକର କାର୍ଯ୍ୟକୁ ପ୍ରଶଂସା କରିଛନ୍ତି କେନ୍ଦ୍ରମନ୍ତ୍ରୀ । ତୈଳ କମ୍ପାନୀମାନେ ଜୈବ ଇନ୍ଧନରେ ନୂଆ ମାଇଲଖୁଂଟ ହାସଲ କରିବା ସହ ବିକଳ୍ପ ଇନ୍ଧନ ଦିଗରେ ଭାରତର ସ୍ୱଦେଶୀ କ୍ଷମତାକୁ ନିରନ୍ତର ସୁଦୃଢ଼ କରୁଛନ୍ତି । ତୈଳ ଓ ଗ୍ୟାସ କମ୍ପାନୀମାନେ ଦେଶର ପ୍ରଗତି ପାଇଁ କାମ କରିବା ସଙ୍ଗେସଙ୍ଗେ ହସ୍ପିଟାଲ ଏବଂ ରାଜ୍ୟରେ କ୍ୟାପଟିଭ୍ ଅକ୍ସିଜେନ ପ୍ଲାଂଟ୍ ପ୍ରତିଷ୍ଠା  କରି ଭାରତର କୋଭିଡ୍-୧୯ ମୁକାବିଲାକୁ ମଜବୁତ୍ କରିବା ପାଇଁ  ଦିନରାତି କାମ କରୁଛନ୍ତି ବୋଲି ଶ୍ରୀ ପ୍ରଧାନ କହିବା ସହ ଘରେ ଘରେ ଇନ୍ଧନ ଯୋଗାଉଥିବା କୋଭିଡ୍  ଯୋଦ୍ଧାଙ୍କୁ ମହାମାରୀରୁ ସତର୍କ ରହିବା ପାଇଁ ମଧ୍ୟ ପରାମର୍ଶ ଦେଇଛନ୍ତି ।

ସୂଚନାଯୋଗ୍ୟ, ବ୍ୟବହୃତ ରନ୍ଧନ ତୈଳ(ୟୁସିଓ)କୁ ବାୟୋଡିଜେଲରେ ପରିଣତ କରିବା ଏବଂ ତତସହ  ଜଡ଼ିତ ଉଦ୍ୟୋଗୀକରଣର ବିକାଶ ପାଇଁ ଏକ ଇକୋ-ସିଷ୍ଟମ ସୃଷ୍ଟି କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ଏବଂ ଭୁପୃଷ୍ଠ  ବିଜ୍ଞାନ ମନ୍ତ୍ରୀ ୧୦ ଅଗଷ୍ଟ ୨୦୧୯ ରେ ବିଶ୍ୱ ଜୈବ ଇନ୍ଧନ ଦିବସ ଅବସରରେ ବ୍ୟବହୃତ ରନ୍ଧନ ତୈଳରୁ ଉତ୍ପାଦିତ ବାୟୋଡିଜେଲର ସଂଗ୍ରହ ପାଇଁ ଏrପ୍ରେସନ ଅଫ୍ ଇଂଟ୍ରେଷ୍ଟ (ଇଓଆଇ) ଆରମ୍ଭ କରିଥିଲେ ।

ଏହି ମର୍ମରେ ବର୍ତମାନ ପର୍ଯ୍ୟନ୍ତ ଇଣ୍ଡିଆନ୍ ଅଏଲ୍ ବାୟୋଡିଜେଲ୍ ପ୍ଲାଂଟ୍ ପାଇଁ ୨୩ଟି ଏଲଓଆଇ ଜାରି କରିଛି । ଯାହାର ମୋଟ କ୍ଷମତା ରହିଛି ୨୨.୯୫ କୋଟି ଲିଟର (୫୫୭.୫୭ ଟିପିଡ଼ି) । ଏହି  ପଦକ୍ଷେପ ଅନୁଯାୟୀ, ଇଣ୍ଡିଆନ୍ ଅଏଲ୍ ଚଳିତବର୍ଷ ମାର୍ଚ୍ଚ ୩୧ ସୁଦ୍ଧା ଦିଲ୍ଲୀ ଟିକରୀକଲାନ ଟର୍ମିନାଲରେ ୫୧କେଏଲ୍ ବ୍ୟବହୃତ ରନ୍ଧନ ତୈଳ -ବାୟୋଡ଼ିଜେଲ ଗ୍ରହଣ କରିଥିଲା । 

0
0
0
s2sdefault