ହେଡଲାଇନସ୍:

କୋରୋନା ମୁକାବିଲା ପାଇଁ ଜିଲ୍ଲାସ୍ତରୀୟ ବୈଠକ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ଦିନକୁ ଦିନ ଅସମ୍ଭାଳ ହେବାରେ ଲାଗିଛି କୋରୋନା । କୋରୋନା ର ସଂକ୍ରମଣ କୁ ରୋକିବା ପାଇଁ ବର୍ତମାନ ରାଜ୍ୟ ସରକାର ପୁରା ଦମ ରେ କାମ କରୁଛନ୍ତି । ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ଓ ସଂକ୍ରମଣ କୁ ରୋକିବା ପାଇଁ ଆସନ୍ତା କାଲି ଠାରୁ ଚଉଦ ଦିନିଆ ଲକଡାଉନ ଲଗା ଯାଇଛି । ସତର୍କତା ଓ ସଚେତନତା ସୃଷ୍ଟି କରିବା ପାଇଁ ଅନେକ ଉପାୟ ଉପରେ ସରକାର କାମ କରୁଛନ୍ତି । ଏହି କ୍ରମରେ ଆଜି ବରଗଡ଼ ଡିଆରଡିଏ କାର୍ଯ୍ୟାଳୟରେ କୋଭିଡ ଉପରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ମାନ୍ୟବର ସାଂସଦ ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ,ରାଜ୍ୟ ସରକାରଙ୍କ  କ୍ୟାବିନେଟ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ , ବିଧାୟକ ଶ୍ରୀ ଦେବେଶ ଆଚାର୍ଯ୍ୟ, ବିଧାୟିକା ଶ୍ରୀମତୀ ରୀତା ସାହୁ ଓ ସ୍ନେହାଙ୍ଗିନୀ ଛୁରିଆ ,ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ,ସିଡିଏମଓ ତଥା ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଗତବର୍ଷର କୋଭିଡ ପରିସ୍ଥିତି ଓ ବର୍ତ୍ତମାନର ପରିସ୍ଥିତି ଉପରେ ଆଲୋଚନା କରାଯାଇଥିଲା । ବର୍ତ୍ତମାନ ବରଗଡରେ ଥିବା କୋଭିଡ ହସ୍ପିଟାଲରେ ଆଇସିୟୁ ଠିକଭାବରେ କାର୍ଯ୍ୟ କରୁଥିବା ବେଳେ ୮ ଗୋଟି ଭେଣ୍ଟିଲେଟର ମଧ୍ୟରୁ ୫ ଗୋଟି ଠିକ ଭାବରେ କାମ କରୁଛି । ଅକାମୀ ହୋଇ ପଡ଼ିଥିବା ୩ ଗୋଟି ଭେଣ୍ଟିଲେଟରକୁ ତୁରନ୍ତ ଅପସାରିତ କରି ନୂତନ ଭେଣ୍ଟିଲେଟର ସ୍ଥାପନ କରିବାକୁ ନିର୍ଦେଶ ଦିଆଯାଇଥିଲା । ରୋଗୀମାନେ ଯେପରି ସ୍ୱାସ୍ଥ୍ୟ ସେବା ପାଇଁ ହଇରାଣ ହରକତ ନେବେ ସେଥିପ୍ରତି ଧ୍ୟାନ ଦେବାକୁ ନିର୍ଦେଶ ଦିଆଯାଇଥିଲା । ରୋଗୀ ମାନଙ୍କର ଯାହା ବି ଫୋନ କଲ ଆସୁଛି ତାକୁ ଠିକ ଭାବରେ ଆଟେଣ୍ଡ କରିବା ଓ ଉତ୍ତର ଦେବାକୁ କୁହାଯାଇଥିଲା । ବର୍ତ୍ତମାନ କୋଭିଡର ଜଟିଳ ପରିସ୍ଥିତି ରହିଛି । ତାକୁ ମୁକାବିଲା କରିବା ପାଇଁ ମାନବିକତା ଦୃଷ୍ଟିରୁ ରୋଗୀ ଓ ସେମାନଙ୍କ ଅଟେନଡେଣ୍ଟଙ୍କ ସହିତ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଚରଣ କରିବାକୁ ଚିକିତ୍ସା ଅଧିକାରୀଙ୍କୁ ପରାମର୍ଶ ଦିଆଯାଇଥିଲା । ପଦ୍ମପୁର କୋଭିଡ କେୟାର ସେଣ୍ଟରକୁ ସୁପରିଚାଳନା କରିବା ସହିତ ଗାଇସିଲେଟ ଡାକ୍ତରଖାନାରେ ତୁରନ୍ତ ଡାକ୍ତର ନିଯୁକ୍ତି କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦିଅ ଯାଇଥିବା ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ସୂଚନା ଦେଇଛନ୍ତି ।

0
0
0
s2sdefault