ହେଡଲାଇନସ୍:

କମ ପୃଷ୍ଠପୋଷକତା ଓ କୋଭିଡ କଟକଣା : ପାଞ୍ଚ ଯୋଡ଼ା ଟ୍ରେନ ବାତିଲ୍

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

East Coast Railway (@EastCoastRail) | Twitter

ଭୁବନେଶ୍ୱର (ଶାସକ ପ୍ରଶାସକ) : କମ ପୃଷ୍ଠପୋଷକତା ହେତୁ ଏବଂ Covid19 ସଂକ୍ରମଣର ବୃଦ୍ଧିକୁ ଦୃଷ୍ଟିରେ ରଖି ପୂର୍ବ ତଟ ରେଳ ପରିସୀମା ମଧ୍ୟରୁ ବିଭିନ୍ନ ସ୍ଥାନକୁ ଯାତ୍ରା କରୁଥିବା ପାଞ୍ଚଟି ସ୍ୱତନ୍ତ୍ର ଟ୍ରେନ ସେବାକୁ ବାତିଲ କରାଯିବ ପାଇଁ ନିଷ୍ପତ୍ତି ନିଆଯାଇଛି |

ନିଷ୍ପତ୍ତି ଅନୁଯାୟୀ,  08417/08418 ପୁରୀ-ଗୁଣପୁର -ପୁରୀ ବିଶେଷ ଟ୍ରେନ ପୁରୀରୁ 5 ମଇ ଠାରୁ ଏବଂ ଗୁଣୁପୁରରୁ 6 ମଇ, 2021 ଠାରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବାତିଲ୍ ରହିବ |  

08303/08304 ସମ୍ବଲପୁର-ପୁରୀ-ସମ୍ବଲପୁର ବିଶେଷ ଟ୍ରେନ ଉଭୟ ପାର୍ଶ୍ୱରୁ 5 ମଇ, 2021 ଠାରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବାତିଲ୍ ରହିବ |

08425/08426 ପୁରୀ-ଦୁର୍ଗ-ପୁରୀ ସ୍ପେଶାଲ୍ ପୁରୀରୁ 5 ମଇ ଠାରୁ ଏବଂ ଦୁର୍ଗରୁ 6 ମଇ, 2021 ଠାରୁ ପରବର୍ତ୍ତୀ ଆଦେଶ  ପର୍ଯ୍ୟନ୍ତ ବାତିଲ୍ ରହିବ |

09371/09372 ଇନ୍ଦୋର-ପୁରୀ-ଇନ୍ଦୋର ସ୍ପେଶାଲ୍ ଇନ୍ଦୋରରୁ 4 ମଇ ଠାରୁ ଏବଂ ପୁରୀରୁ 6 ମଇ, 2021 ଠାରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବାତିଲ୍ ରହିବ |

ସିକନ୍ଦରାବାଦ ଓ ଗୌହାଟୀ ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ |

ସିକନ୍ଦରାବାଦ ଓ ଗୌହାଟୀ ମଧ୍ୟରେ ଏକ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ରେଳବାଇ ନିଷ୍ପତ୍ତି ନେଇଛି | 07030/07029 ସିକନ୍ଦରାବାଦ-ଗୌହାଟୀ-ସିକନ୍ଦରାବାଦ ବିଶେଷ ଟ୍ରେନ ସିକନ୍ଦରାବାଦରୁ ମାଇଁ ମାସ ୯ ତାରିଖରୁ ୩୦ ତାରିଖ ମଧ୍ୟରେ ପ୍ରତ୍ୟେକ ରବିବାର ଦିନ ପୂର୍ବାହ୍ନ ୯ଘ.୩୦ମି.ରେ ଛାଡିବାକୁ ଥିବାବେଳେ ଫେରିବା ମାର୍ଗରେ ଏହା ଗୌହାଟୀ ଠାରୁ 12 ମଇରୁ 2 ଜୁନ୍ ପର୍ଯ୍ୟନ୍ତ ପ୍ରତ୍ୟେକ ବୁଧବାର ଦିନ ସକାଳ ୦୬ଘ.୪୫ମି.ରେ ଛାଡିବ |  ଏହି ଟ୍ରେନ ସିକନ୍ଦରାବାଦ ଓ ଗୌହାଟୀ ମଧ୍ୟରେ ଗୁରୁତ୍ୱପୂର୍ଣ ଷ୍ଟେସନ ମାନଙ୍କ ସହିତ ପୂର୍ବତଟ ପରିସୀମା ମଧ୍ୟରେ ଉଭୟ ପାର୍ଶ୍ୱରୁ ବିଶାଖାପାଟନମ୍, ବିଜୟନଗରମ୍, ଶ୍ରୀକାକୁଲମ୍ ରୋଡ୍, ପଲାସା, ବ୍ରହ୍ମପୁର, ଖୋର୍ଦ୍ଧାରୋଡ୍, ଭୁବନେଶ୍ୱର, କଟକ, ଏବଂ ଭଦ୍ରକ ଷ୍ଟେସନ ଠାରେ ରହଣି କରିବ |

ଏହା ବ୍ୟତୀତ, ରେଳବାଇ ପକ୍ଷରୁ ମହୀଶୂର ଓ ଭାସ୍କୋ-ଡା-ଗାମା ଠାରୁ ଦାନାପୁରକୁ ଦୁଇଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଉଛି | 07313 ଭାସ୍କୋ-ଡା-ଗାମା-ଦାନପୁର ସ୍ପେଶାଲ୍ 6 ମଇ, 2021 ରେ ଭାସ୍କୋ-ଦା-ଗାମା ଠାରୁ ପୂର୍ବାହ୍ନ ୧୧ ଘଟିକାରେ ଛାଡିବାକୁ ଥିବାବେଳେ 06216 ମହୀଶୂର-ଦାନପୁର ସ୍ପେସିଆଲ ମହୀଶୂର ଠାରୁ 6 ମଇ, 2021 ଦିନ ପୂର୍ବାହ୍ନ ୧୧ ଘଟିକାରେ ଦନାପୁରକୁ ଯାତ୍ରା କରିବ |

0
0
0
s2sdefault