ରାୟଗଡ଼ (ସରୋଜ କୁମାର ସାହୁ) : କରୋନାର ପ୍ରଥମ ଲହରରୀ କାର୍ଯ୍ୟରତ ଶିକ୍ଷକ ମାନଙ୍କୁ ବିଭିନ୍ନ ସମ୍ବେଦନଶୀଳ ସ୍ଥାନ ଗୁଡିକରେ କୋଭିଡ-୧୯ ପରିଚାଳନା ନିମନ୍ତେ କାର୍ଯ୍ୟରେ ନିୟୋଜିତ କରାଯାଇଥିଲା । କରୋନାର ଦ୍ୱିତୀୟ ଲହରୀ ମଧ୍ୟ ରାୟଗଡା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଅଧିନରେ କାର୍ଯ୍ୟରତ ଶିକ୍ଷକ ମାନଙ୍କୁ ପୁଣି ଥରେ କୋଭିଡ-୧୯ କାର୍ଯ୍ୟରେ ନିୟୋଜିତ କରାଯାଇଛି । ଗତ ଥର ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଯେପରି ଡ୍ୟୁଟି ପ୍ରଦାନ କରାଯାଇଥିଲା ବର୍ତମାନ ମଧ୍ୟ ସେହି ଡ୍ୟୁଟି ତାଲିକା ପ୍ରଦାନ କରାଯାଇଛି । ଡ୍ୟୁଟି ତାଲିକାରେ କିଛି ପରିବର୍ତନ କରି ନଥିବାରୁ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । କେରେଡା ଚେକ୍ପୋଷ୍ଟରେ ଡ୍ୟୁଟି ତାଲିକାରେ କିଛି ଅଦଳ ବଦଳ କରାଯାଇଥିବା ବେଳେ ଷ୍ଟେସନ ଠାରେ ଗତ କୋଭିଡ-୧୯ ଡୁ୍ୟଟି କରୁଥିବା ଶିିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ତାଲିକାରେ କୌଣସି ପ୍ରକାର ଅଦଳ ବଦଳ କରାଯାଇନଥିବା ନେଇ ଶିକ୍ଷକ ସଂଘ ଅଭିଯୋଗ କରିଛନ୍ତି । ବର୍ତମାନ କରୋନାର ଦ୍ୱିତୀୟ ଲହରୀ ଅତି ଭୟଙ୍କର ଥିବାରୁ ସମ୍ବେଦନଶୀଳ ସ୍ଥାନ ଗୁଡିକରେ ବିନା ଉପକରଣରେ କାମ କରିବା ସହ ବାରମ୍ବାର ଶିକ୍ଷକ ମାନଙ୍କୁ କୋଭିଡ-୧୯ ଡ୍ୟୁଟିରେ ନିୟୋଜିତ କରୁଥିବାରୁ ଶିକ୍ଷକ ମହଲରେ ଅସନ୍ତୋଷ ଦେଖାଦେଇଛି । ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ସମାନ ଭାବେ ଡ୍ୟୁଟି ବଂଟନ କରିବା ପାଇଁ ସଂଘ ଦାବୀ କରିଛି । ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ବୟସର ତାରତମ୍ୟ ନ ଦେଖି ସମସ୍ତଙ୍କୁ କୋଭିଡ-୧୯ କାମରେ ନିୟୋଜିତ କରିବା ପାଇଁ ମଧ୍ୟ ସଂଘ ଦାବୀ କରିଛି । ୧୮ ରୁ ୪୫ ବର୍ଷରୁ କମୟ ବୟସର କୌଣସି ଶିକ୍ଷକ ଶିକ୍ଷୟତ୍ରୀ ଟୀକା ନେଇନଥିବାରୁ ସମ୍ବେଦନଶୀଳ ସ୍ଥାନ ଗୁଡିକରେ ଡ୍ୟୁଟି କରିବା ପାଇଁ ଶିକ୍ଷକ ଶିକ୍ଷୟତ୍ରୀ ମାନେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି ଏ ନେଇ ସଂଘ ତରଫରୁ ଏକ ଦାବୀପତ୍ର ଉପ-ଜିଲ୍ଲାପାଳ ରାୟଗଡ, ଜିଲ୍ଲା ଶିକ୍ଷାଧିକାରୀ, ବ୍ଲକ ଶିକ୍ଷାଧିକାରୀଙ୍କୁ ପ୍ରଦାନ କରିବା ସହ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ କ୍ଷେତ୍ରରେ ଉପଜୁଥିବା ସମସ୍ୟାର ତୁରନ୍ତ ସମାଧାନ କରିବା ପାଇଁ ନିବେଦନ କରିଛନ୍ତି । ଉକ୍ତ ଦାବୀ ପତ୍ର ପ୍ରଦାନ ସମୟରେ ସଂଘର ସଭାପତି ଗଙ୍ଗା ପ୍ରସାଦ ବ୍ରହ୍ମା, ସଂପାଦକ ନରେଶ ସୁଆଲସିଂ ପ୍ରମୁଖ ଉପସ୍ଥିତ ଥିଲେ ।
ରାଜ୍ୟ
କାର୍ଯ୍ୟରତ ଶିକ୍ଷକମାନଙ୍କୁ କୋଭିଡ ୧୯ ଡ୍ୟୁଟି ପାତର ଅନ୍ତର ଅଭିଯୋଗ ଆଣିଲା ବ୍ଲକ ଶିକ୍ଷକ ସଂଘ
- Hits: 324