ହେଡଲାଇନସ୍:

ଢେପାଗୁଡା, ଗୁଣ୍ଡୁରିଗୁଡା ଓ ବାଉଗୁଡା ଗ୍ରାମରେ ପିଇବା ପାଣି ପାଇଁ ଗ୍ରାମବାସୀ ଡହଳ ବିକଳ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ନଳକୂପ ମରାମତି କରିବା ପାଇଁ ଜିଲ୍ଲାପାଳଙ୍କୁ ଗୁହାରୀ କଲେ ଗ୍ରାମବାସୀ

ରାୟଗଡ଼ (ସରୋଜ କୁମାର ସାହୁ) : ରାୟଗଡ ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ପଂଚାୟତର ଢେପାଗୁଡା, ଗୁଣ୍ଡୁରିଗୁଡା ଓ ବାଉଗୁଡା ଗ୍ରାମର ପ୍ରାୟ ୪୦ରୁ ଉର୍ଧ୍ଵ  ମହିଳା ଓ ପୁରଷ ଆଜି ବହୁଜନ ସମାଜବାଦୀ ପାର୍ଟିର ରାୟଗଡ ଜିଲ୍ଲା ସଭାପତି ଜିତୁ ଜାକାସିକାଙ୍କ ନେତୃତ୍ୱରେ ଆସି ରାୟଗଡ ଜିଲ୍ଲାପାଳଙ୍କୁ ଏକ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । ଉକ୍ତ ଅଭିଯୋଗ ପତ୍ରରେ ସେମାନେ ଦର୍ଶାଇଛନ୍ତି ଯେ, ଦିର୍ଘ ଦିନ ହେଲା ସେମାନଙ୍କ ଗ୍ରାମରେ ଥିବା ନଳକୂପରୁ ଠିକରେ ପାଣି ବାହାରୁ ନାହିଁ ଏବଂ ଅନ୍ୟ କେତକ ନଳକୂପ ଖରାପ ହୋଇ ଯାଇଥିବା ବେଳେ ବହୁବାର ଅଭିଯୋଗ କାରାଯାଉଥିଲେ ମଧ୍ୟ ସେଗୁଡିକୁ ମରାମତି କରାଯାଉ ନାହିଁ । ବର୍ତମାନ ପ୍ରବଳ ଖରା ହେଉଥିବାରୁ ଉକ୍ତ ଗ୍ରାମ ଗୁଡିକରେ ବସବାସ କରୁଥୁବା ଗ୍ରାମବାସୀ ଟୋପାଏ ପାଣି ପାଇଁ ଡହଳ ବିକଳ ହେଉଥିବା ସେମାନେ ଅଭିଯୋଗ କରିଥିଲେ । ସେମାନେ କହିଥିଲେ ଯେ, ଏହି ମୁଣ୍ଡ ଫଟା ଖରାରେ ଉକ୍ତ ଗ୍ରାମ ଠାରୁ ୨ କି.ମି. ଦୁରରେ ଥିବା ନଦୀ ଉପରେ ନିର୍ଭର କରିଆସୁ ଅଛନ୍ତି । ନଦୀ ପାଣି ବ୍ୟବହାର କରିବା ଦ୍ୱାର ସେମାନେ ନାନା ପ୍ରକାର ରୋଗରେ ସମ୍ମୁଖୀନ ହୋଇ ମୃତ୍ୟୁ ମୁଖରେ ପଡିବା ସହ ଚିକିତ୍ସା  ପାଇଁ ଅଧିକା ଖର୍ଚ୍ଚାନ୍ତ ହେବାକୁ ପଡୁଥିବା ସେମାନେ ଅଭିଯୋଗ କରିଥିଲେ । ତେଣୁ ଉକ୍ତ ଗ୍ରାମ ବାସୀ ମାନେ ଆଜି ଜିଲ୍ଲାପାଳଙ୍କୁ ଏକ ଲିଖିତ ଅଭିଯୋଗ କରିବା ସହ ଏହାର ସମାଧାନ ନିମନ୍ତ ଶିଘ୍ର ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ । ଉକ୍ତ ଲିଖିତ ଅଭିଯୋଗ ପ୍ରଦାନ ସମୟରେ ବହୁଜନ ସମାଜବାଦୀ ପାର୍ଟିର ଜିଲ୍ଲା ସମ୍ପାଦକ ରବିନ୍ଦ୍ର ଗରଡିଆ, ସଭ୍ୟ କୃଷ୍ନ ମହାନନ୍ଦିଆ, ଲାଲୁ ଭତ୍ରା, ଆପିଆ କାଡ୍ରାକା, କୃଷ୍ନ କଣ୍ଡାଗରି, ଶିବା, ଭାଗିରଥି ହାଲୁଆ, ଗ୍ରାମ ବାସୀ କବିତା କାଡ୍ରାକା, ପାର୍ବତୀ ହିକକା, ସବିତା ମାଣ୍ଡିକା, ପିଡିସିକା ଅନନ୍ତ, ହିକକା ଇଲା, କୁଲିସିକା ଲକି, ମିଣିଆକା ରୁକୁମଣି, ହିକକା ପାଉଲା, ଡିଉ ହୁଇକା, ହିକକା ପାନ, କଲାକା ମନାଇ, କାଡ୍ରାକା ଶୁକ୍ରୁ, ଓ କାଡ୍ରାକା ରାଇନା ପ୍ରମୂଖ ଉପସ୍ଥିତ ଥିଲେ ।               

 

 

0
0
0
s2sdefault