ବରଗଡ଼ :- କରୋନାର ଦ୍ଵିତୀୟ ଲହରୀ ବର୍ତ୍ତମାନ ଦିନକୁ ଦିନ ତାର କାୟାବିସ୍ତାର କରୁଥିବା ବେଳେ ବରଗଡ଼ ସହରରେ ମଧ୍ୟ ବେଶ ମାତ୍ରାରେ ଏହାର ପ୍ରଭାବ ଦେଖିବାକୁ ମିଳୁଛି । ଏଣୁ ଜରୁରୀ କାଳୀନ ସମୟରେ ଲୋକଙ୍କୁ ଚିକିତ୍ସାଲୟକୁ ପହଞ୍ଚାଇବା ପାଇଁ ଆଜିଠୁଁ ବରଗଡ଼ ସହରରେ ଆରମ୍ଭ ହେଲା "ସଂକଲ୍ପ ରଥ" ସେବା,( ଅକ୍ସସିଜେନ ଯୁକ୍ତ ) । ସଠିକ ସମୟରେ ଲୋକଙ୍କୁ ଉପଯୁକ୍ତ ଅକ୍ସସିଜେନ ଯୁକ୍ତ ସେବା ମିଲିପାରୁ ନଥିବାରୁ ଅକାଳରେ ଅନେକ ଲୋକଙ୍କ ଜୀବନ ହାନି ଘଟୁଛି | ଏଣୁ ଏକ ମହତ ଉଦେଶ୍ୟ ନେଇ ସଂକଲ୍ପ ପରିବାର, ବରଗଡ଼ ଦ୍ୱାରା ଆଜିଠୁ ଏହି ସେବା ଆରମ୍ଭ କରାଯାଇଛି ।
ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ, ଶ୍ରମ ଓ ଇଏସଆଇ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ନିଜସ୍ୱ ଉଦ୍ୟମରେ ଏହି ଗାଡିଟିକୁ ଯୋଗାଇ ଦେଇଥିବା ବେଳେ ସଂକଲ୍ପ ପରିବାର ଦ୍ୱାରା ଏହା ପରିଚାଳିତ ହେବ । ଉଚିତ ସମୟରେ ଲୋକଙ୍କ ଉଦ୍ଦେଶ୍ୟରେ ଏହି ସେବା ଯୋଗାଇ ଦେଇଥିବାରୁ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂଙ୍କୁ ସଂକଲ୍ପ ପରିବାର ତରଫରୁ ବହୁତ ବହୁତ ଧନ୍ୟବାଦ ଜ୍ଞାପନ କରାଯାଇଛି ।
ଏହି ସେବା ପାଇବା ପାଇଁ ସଂକଲ୍ପ ପରିବାରର ରୋହିତ ଜସ୍ବ।ଲ ଓ ଜି ରମେଶଙ୍କୁ ନିମ୍ନ ନମ୍ବରରେ ସମ୍ପର୍କ କରିବାକୁ ଅନୁରୋଧ କରାଯାଇଛି ।(6370999647,9777778678)