ଭୁବନେଶ୍ୱର (ଶାସକ ପ୍ରଶାସକ) : ଓଡ଼ିଶାରେ ୧୮ ରୁ ୪୪ ବର୍ଷ ବୟସ୍କଙ୍କ ଟିକାକରଣ ପାଇଁ ଆଜି ବିଳମ୍ବିତ ସଂଧ୍ୟାରେ ଦେଢ଼ ଲକ୍ଷ ଡୋଜ୍ କୋଭାକସିନ ଟିକା ଭୁବନେଶ୍ୱରରେ ପହଞ୍ଚିଛି । ରାଜ୍ୟ ସରକାର ସିଧାସଳଖ ଏହି ଟିକା ଭାରତ ବାଇଓଟେକ୍ କମ୍ପାନୀଠାରୁ କିଣିଥିବା ଜଣାପଡିଛି । ଆସନ୍ତା ୩ ତାରିଖରୁ କେବଳ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ତୃତୀୟ ପର୍ଯ୍ୟାୟ ଟିକାକରଣ ବିଧିବଦ୍ଧ ଆରମ୍ଭ ହେବ ।
ଅପରପକ୍ଷରେ ସ୍ୱାସ୍ଥ୍ୟ କର୍ମୀ ଓ ଫ୍ରଣ୍ଟ ଲାଇନ ୱାର୍କରଙ୍କୁ ଛାଡି ରାଜ୍ୟରେ ଜାରି ରହିଥିବା ଟୀକାକରଣ ଅନ୍ତର୍ଗତ ୪୫ ବର୍ଷରୁ ଉର୍ଧ୍ଵ ବୟସ୍କ ୩୬୦୧୨ଜଣଙ୍କୁ ପ୍ରଥମ ଡୋଜ ଓ ୪୦୧୭୦ଜଣଙ୍କୁ ଦ୍ଵିତୀୟ ଡୋଜ ଟୀକା ଦିଆଯାଇଛି |