ହେଡଲାଇନସ୍:

ମୁଖ୍ୟସଚିବଙ୍କ ସହ ବିଜେପି ପ୍ରତିନିଧି ଦଳର ଆଭାସୀ ବୈଠକ :  ଇମେଲରେ ଦେଲେ ସ୍ମାରକ ପତ୍ର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କୋଭିଡ୍ ଲଢେଇରେ ଜିତିବା ପାଇଁ ସମସ୍ତ ଯଥାଯୋଗ୍ୟ ଓ ସଠିକ ପଦକ୍ଷେପରେ ରାଜ୍ୟ ସରକାରଙ୍କ ସହ ଛିଡା ହୋଇଛି ବିଜେପି

 ପ୍ରତିଦିନ ଲକ୍ଷେରୁ ଅଧିକ ଟେଷ୍ଟିଂ କରାଯାଉ

 ଡାକ୍ତରଖାନାଗୁଡିକରେ ଅକ୍ସିଜେନ ବେଡ୍ ସଂଖ୍ୟାକୁ ଦ୍ୱିଗୁଣିତ କରାଯାଉ

 ଅକ୍ସିଜେନର ଉପଲବ୍ଧତା ରାଜ୍ୟର ସମସ୍ତ ସିଏଚସି ଡାକ୍ତରଖାନା ପର୍ଯ୍ୟନ୍ତ କରାଯାଉ

 ୫୦୦୦ ଶଯ୍ୟା ବିଶିଷ୍ଟ ଏକ ଟେମ୍ପୋରାରୀ ଡାକ୍ତରଖାନା କୈାଣସି ଏକ ଷ୍ଟାଡିୟମରେ ଆରମ୍ଭ କରିବା ପାଇଁ ପ୍ରକ୍ରିୟା ତୁରନ୍ତ ଆରମ୍ଭ କରାଯାଉ

 ଆଇସିୟୁ ଇନଫ୍ରାଷ୍ଟ୍ରକଚର ଏବଂ ଭେଂଟିଲେଟର ଯୁକ୍ତ ବେଡ୍ର ସଂଖ୍ୟାକୁ ଦ୍ୱିଗୁଣିତ କରାଯାଉ

 ହୋମ ଆଇସୋଲେସନର ଅନେକାଂଶରେ ହେଉନି ସଫଳ, ବ୍ଲକ ଓ ମୟୁନିସିପାଲିଟିରେ ୧୦୦-୨୦୦ ଶଯ୍ୟା ବିଶିଷ୍ଟ କ୍ଲଷ୍ଟର ଟିଏମସି  ତୁରନ୍ତ କାର୍ଯ୍ୟକ୍ଷମ ହେଉ

 କୋଭିଡ୍ ଟୀକାକରଣ ସମୟରେ ଗରୀବଲୋକଙ୍କୁ ପ୍ରାଥମିକତା ଦିଆଯାଉ

 କୋଭିଡ୍ ଟୀକାକରଣର ସୁପରିଚାଳନା ଏବଂ ଟୀକାଦାନ ସଂଖ୍ୟାରେ ବୃଦ୍ଧି ପାଇଁ ତୁରନ୍ତ ଯୋଜନା ପ୍ରସ୍ତୁତ କରାଯାଉ

ଭୂବନେଶ୍ୱର: ରାଜ୍ୟରେ କୋଭିଡ୍ ୧୯ର ଦ୍ୱିତୀୟ ଲହର ଆଜି କାୟା ବିସ୍ତାର କରୁଛି । ଭୁତାଣୁର ବାରମ୍ବାର ହେଉଥିବା ମୁ୍ୟଟେସନ କାରଣରୁ ସଂକ୍ରମଣର ଗତି ତୀବ୍ର ଓ ଘାତକ ହେଉଛି । ଏହାର ମୁକାବିଲା ପାଇଁ ଆମ ସମସ୍ତଙ୍କୁ ଏକାଠି ଲଢିବାକୁ ପଡିବ । ରାଜ୍ୟରେ ଅଧିକାଂଶ ଜିଲ୍ଲା ଆଜି ରେଡ୍ ଜୋନରେ ପରିଣତ ହୋଇଛି ଏବଂ ସହରାଂଚଳମାନଙ୍କରେ ଏହାର ଭୟାଭୟ ବେଶୀ ଅନୁଭୁତ ହେଉଛି । ଏହି ଲଢେଇରେ ଜିତିବା ପାଇଁ ସମସ୍ତ ଯଥାଯୋଗ୍ୟ ଓ ସଠିକ ପଦକ୍ଷେପରେ ଭାରତୀୟ ଜନତା ପାର୍ଟୀ ତରଫରୁ ରାଜ୍ୟ ସରକାରଙ୍କ ସହ ଛିଡା ହେବାର ନିଷ୍ପତି ନିଆଯାଇଛି । ଏହି ପରିପ୍ରେକ୍ଷୀରେ ଆଜି ବିଜେପିର ଏକ ପ୍ରତିନିଧି ଦଳ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ଭର୍ଚୁଆଲ ମିଟିଂ ଜରିଆରେ ଭେଟି ଇମେଲ ଜରିଆରେ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । 

ଏହି ଅବସରରେ ବିରୋଧୀ ଦଳ ଉପନେତା ବିଷ୍ନୁ ସେଠୀ, ବିଧାୟକ ତଥା ରାଜ୍ୟ ଉପସଭାପତି ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ଭୃଗୁ ବକ୍ସିପାତ୍ର, ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ, ଗୋଲକ ମହାପାତ୍ର ଏବଂ ଡ.ଲେଖାଶ୍ରୀ ସାମନ୍ତସିଂହାର ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ଆଲୋଚନା ସମୟରେ ମୁଖ୍ୟ ଶାସନ ସଚିବଙ୍କୁ ଅବଗତ କରି କୁହାଯାଇଛି ଯେ, ଯେଉଁଠାରେ ମନୁଷ୍ୟକୃତ ପରିଚାଳନାଗତ ଅବ୍ୟବସ୍ଥା ଦେଖାଯାଉଛି, ତାହା ରାଜ୍ୟ ସରକାରଙ୍କ ନଜରକୁ ଆଣିଛୁ ଏବଂ ଆଣିବୁ, ଯଦ୍ୱାରା ସରକାରଙ୍କ କୋଭିଡ୍ ମୁକାବିଲା ପ୍ରକ୍ରିୟାରେ କ୍ଷିପ୍ରତା ଆସିବ ଏବଂ ତୃଟିଶୂନ୍ୟ ଭାବେ ରଣକୈାଶଳ ହେଲେ ଆମେ ସଂକ୍ରମଣକୁ ଜିତିପାରିବା ।

ବିଜେପିର ସମସ୍ତ ଜିଲ୍ଲା ଓ ବ୍ଲକରେ କୋଭିଡ୍ ପରିଚାଳନା ସଂଚାଳନ ସମିତି ତିଆରି ହୋଇଛି ଓ ସହାୟତା ପାଇଁ ହେଲ୍ପ ଲାଇନ ନମ୍ବର ମଧ୍ୟ ଜାରୀ ହୋଇଛି । ସଂକ୍ରମିତ ଲୋକଙ୍କ ଡାକ୍ତରଖାନା ଯିବାଠାରୁ ଆଇସୋଲେସନରେ ଥିବା ଲୋକମାନଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା, ଅକ୍ସିଜେନ ଯୋଗାଣ, କରୋନା କିଟ୍ ଯୋଗାଣ ପର୍ଯ୍ୟନ୍ତ ଗୁଡିଏ କାମ ଆମେ ଅରମ୍ଭ କରିଛୁ ଏବଂ ସରକାରଙ୍କ ଅନୁମତି ମିଳିଲେ କୋଭିଡ୍ କେୟାର ସେଂଟର ଖୋଲିବାକୁ ମଧ୍ୟ ଆମେ ଉଦ୍ୟମ କରିବୁ ବୋଲି ମୁଖ୍ୟ ଶାସନ ସଚିବଙ୍କୁ ବିଜେପି ତରଫରୁ ଅବଗତ କରାଯାଇଛି ।

କୋଭିଡ୍ ପରିଚାଳନଗତ କିଛି ଅବ୍ୟବସ୍ଥା ଯାହା ବିଭିନ୍ନ ଜିଲ୍ଲାର ଭାରତୀୟ ଜନତା ପାର୍ଟୀର ‘ସେବା ହିଁ ସଂଗଠନ’ ସଂଚାଳନ ସମିତିର ସ୍ୱେଚ୍ଛାସେବୀମାନେ ଆମ ନଜରକୁ ଆଣିଛନ୍ତି, ତାକୁ ସରକାରଙ୍କ ନଜରକୁ ଆଣିବା ଆମର ଦାୟୀତ୍ୱ ଏବଂ ଆଶା କରୁଛୁ । ଏହାର ଶୀଘ୍ର ସମାଧାନ ପାଇଁ ରାଜ୍ୟ ସରକାର ଚେଷ୍ଟିତ ହେବେ ବୋଲି ମୁଖ୍ୟ ଶାସନ ସଚିବଙ୍କ ନିକଟରେ ବିଜେପି ଆଶା ପ୍ରକାଶ କରିଛି ।

ହୋମ ଆଇସୋଲେସନର ପ୍ରକ୍ରିୟା କେଉଁଠି ନା କେଉଁଠି ବିଫଳ ହେଉଥିବାରୁ, ରାଜ୍ୟର ସମସ୍ତ ବ୍ଲକ ଓ ମୟୁନିସିପାଲିଟିରେ ୧୦୦-୨୦୦ ଶଯ୍ୟା ବିଶିଷ୍ଟ କ୍ଲଷ୍ଟର ଟିଏମସି ଗୁଡିକ ତୁରନ୍ତ କାର୍ଯ୍ୟକ୍ଷମ କରାଗଲେ ସଂକ୍ରମଣ ହ୍ରାସ ପାଇବ । ଟ୍ରେସିଂ ଓ ଟେଷ୍ଟିଂକୁ ବଢାଇବା ପାଇଁ ବାରମ୍ବାର ଦାବୀ ହେଉଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ତାହା ତ୍ୱରାନ୍ୱିତ ହୋଇପାରିନାହିଁ । ଚଳିତ ୨ୟ ପର୍ଯ୍ୟାୟରେ ପ୍ରତ୍ୟେକ ଦିନ ହେଉଥିବା ଟେଷ୍ଟିଂ ସଂଖ୍ୟା ଅତ୍ୟନ୍ତ ନିରୁତ୍ସାହଜନକ । ପ୍ରଥମ ପର୍ଯ୍ୟାୟ ସଂକ୍ରମଣବେଳେ ଯେପରି କଂଟାକ୍ଟ ଟ୍ରେସିଂ କରାଯାଇଥିଲା, ତାହା କରାଯାଇ ପ୍ରତିଦିନ ଲକ୍ଷେରୁ ଅଧିକ ଟେଷ୍ଟିଂ କରାଇବାକୁ ମୁଖ୍ୟ ଶାସନ ସଚିବଙ୍କୁ ଏହି ଅବସରରେ ବିଜେପି ତରଫରୁ ଅନୁରୋଧ କରାଯାଇଛି ।

ଯେଉଁଠାରେ ସଂକ୍ରମିତ ବାହାରୁଛନ୍ତି, ସହରର ସେହି ଅଂଚଳଗୁଡିକ ମାଇକ୍ରୋ କଂଟେନମେଂଟ ଜୋନ ଘୋଷଣା କରି ଆବଦ୍ଧ କରାଯାଉ ଏବଂ ଗ୍ରାମାଂଚଳରେ ସେହି ସାହି ବା ଗାଁକୁ ମଧ୍ୟ କଂଟେନମେଂଟ ଜୋନ ଘୋଷଣା କରି ଟ୍ରେସିଂ କରାଯାଉ । ଡାକ୍ତରଖାନାଗୁଡିକରେ ଅକ୍ସିଜେନ ବେଡ୍ର ସଂଖ୍ୟାକୁ ଦ୍ୱିଗୁଣିତ କରାଯାଉ ଏବଂ ଗତ ସଂକ୍ରମଣ ସମୟରେ କାର୍ଯ୍ୟ କରିଥିବା ସମସ୍ତ ନର୍ସ ଓ ପାରାମେଡିକାଲ ଷ୍ଟାଫମାନଙ୍କୁ ତୁରନ୍ତ କାର୍ଯ୍ୟରେ ଲଗାଯାଉ । ଶଯ୍ୟା ଓ ଅକ୍ସିଜେନ ଅଭାବରୁ ଆଜି ଓଡିଶାର ସମସ୍ତ ଡାକ୍ତରଖାନାରେ ରୋଗୀମାନେ ହନ୍ତସନ୍ତ ହେଉଛନ୍ତି ଏବଂ ସମୟରେ ଚିକିତ୍ସା ନପାଇ ଅନେକ ରୋଗୀ ମୃତୁ୍ୟମୁଖରେ ପଡୁଛନ୍ତି । ଅକ୍ସିଜେନର ଉପଲବ୍ଧତା ରାଜ୍ୟର ସମସ୍ତ ସିଏଚସି ଡାକ୍ତରଖାନା ପର୍ଯ୍ୟନ୍ତ କରାଯାଉ ଏବଂ ଗସକ୍ଷୟ / ଗକ୍ଟୟରrବଗ୍ଧର ରୋଗୀଙ୍କୁ ସିଏଚସି ସ୍ତର ପର୍ଯ୍ୟନ୍ତ ଚିକିତ୍ସିତ କରାଯିବାର ବ୍ୟବସ୍ଥା ହେଉ । ୫୦୦୦ ଶଯ୍ୟା ବିଶିଷ୍ଟ ଏକ ଟେମ୍ପୋରାରୀ ଡାକ୍ତରଖାନା କୈାଣସି ଏକ ଷ୍ଟାଡିୟମରେ ଆରମ୍ଭ କରିବା ପାଇଁ ପ୍ରକ୍ରିୟା ତୁରନ୍ତ ଆରମ୍ଭ କରାଯାଉ । ଆସିୟୁ ଇନଫ୍ରାଷ୍ଟ୍ରକଚର ଏବଂ ଭେଂଟିଲେଟର ଯୁକ୍ତ ବେଡ୍ର ସଂଖ୍ୟାକୁ ଦ୍ୱିଗୁଣିତ କରାଯିବାକୁ ବିଜେପି ତରଫରୁ ଦାବୀ କରାଯାଇଛି ।

କୋଭିଡ୍ ଚିକିତ୍ସା ପ୍ରଣାଳୀ ସଂପୂର୍ଣ୍ଣ ଭିନ୍ନ ହୋଇଥିବାରୁ ରୋଗୀଙ୍କ ସଂପର୍କୟ / ପରିବାରବର୍ଗମାନେ ସଠିକ ସୁଚନା ନପାଇ ହନ୍ତସନ୍ତ ହେଉଛନ୍ତି । ତେଣୁ ଚିକିତ୍ସିତ ହେଉଥିବା କୋଭିଡ୍ ରୋଗୀମାନଙ୍କ ସ୍ଥିତାବସ୍ଥା ସଂପର୍କରେ ପ୍ରତ୍ୟେକ ଦିନ ସେହି ହସପିଟାଲ ତରଫରୁ ବୁଲେଟିନ ଜରିଆରେ ରୋଗୀଙ୍କ ସଂପର୍କୀୟ / ପରିବାର ସଦସ୍ୟଙ୍କୁ ଅବଗତ କରିବାକୁ ବିଜେପି ଦାବୀ କରିଛି ।

ଟୀକାଦାନର ପ୍ରକ୍ରିୟା ଏପର୍ଯ୍ୟନ୍ତ ସୁପରିଚାଳିତ ହୋଇପାରିନାହିଁ । ବିଭିନ୍ନ ସ୍ଥାନରେ ସେଥିପାଇଁ ହେଉଥିବା ଗହଳି ସଂକ୍ରମଣ ବଢାଉଛି । କେନ୍ଦ୍ର ସରକାର ରାଜ୍ୟସରକାରଙ୍କୁ ଯୋଗାଇ ଦେଇଥିବା ୫୯ ଲକ୍ଷରୁ ଉଦ୍ଧ୍ୱର୍ ମାତ୍ରାର କୋଭିଡ୍ ଟୀକା ବର୍ତମାନ ସୁଦ୍ଧା ରାଜ୍ୟବାସୀଙ୍କ ପାଖରେ ସଠିକ ଭାବରେ ପହଂଚାଇବାରେ ବିଫଳ ହୋଇଛନ୍ତି । ଏହା ବ୍ୟତୀତ ରାଜ୍ୟ ସରକାର ଯୋଜନା କରିଥିବା କୋଭିଡ୍ ଟୀକାଦାନର ସୁପରିଚାଳନା ଏବଂ ଟୀକା ସଂଖ୍ୟାର ବୃଦ୍ଧି ପାଇଁ ତୁରନ୍ତ ଯୋଜନା ପ୍ରସ୍ତୁତ କରନ୍ତୁ । ଏହି ଟୀକାକରଣ ସମୟରେ ଗରୀବଲୋକଙ୍କୁ ପ୍ରାଥମିକତା ଦିଆଯାଉ । କୋଭିଡ୍ ଟୀକାକରଣର ସୁପରିଚାଳନା ଏବଂ ଟୀକାଦାନ ସଂଖ୍ୟାରେ ବୃଦ୍ଧି ପାଇଁ ତୁରନ୍ତ ଯୋଜନା ପ୍ରସ୍ତୁତ କରିବାକୁ ବିଜେପି ତରଫରୁ ଦାବୀ କରାଯାଇଛି  ।

ବଜାର ଓ ଭିଡ ହେଉଥିବା ସ୍ଥାନମାନଙ୍କରେ, କୋଭିଡ ନିୟମ ମାନୁନଥିବା ଲୋକମାନଙ୍କ ବିରୁଦ୍ଧରେ ଶକ୍ତ ପଦକ୍ଷେପ ନିଆଯାଉ । ଏହା ହେଲେ ଆମ ରାଜ୍ୟ ଭୟଙ୍କର ସଂକ୍ରମଣ ସ୍ଥିତିରୁ ବଂଚିପାରିବ ବୋଲି ଆମେ ହୃଦବୋଧ କରୁଛୁ ଏବଂ ରାଜ୍ୟ ସରକାର ଏହି ଦିଗରେ ତ୍ୱରିତ୍ ପଦକ୍ଷେପ ନେବେ ବୋଲି ଏହି ଅବସରରେ ବିଜେପି ଆଶାପ୍ରକାଶ କରିଛି ।

 

0
0
0
s2sdefault