ହେଡଲାଇନସ୍:

୩ ରୁ ୧୩ ବନ୍ଦ ରହିବ ରାଜ୍ୟ ମାନବାଧିକାର ଆୟୋଗ କାର୍ଯ୍ୟାଳୟ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

Justice Bijoy Krishna Patel Takes Charge As OHRC Chairperson – Odisha Bytes

ଭୁବନେଶ୍ୱର (ଶାସକ ପ୍ରଶାସକ) : କୋଭିଡ୍-୧୯ ଦ୍ରୁତ ସଂକ୍ରମଣ ତଥା ତୋଷାଳି ଭବନଠାରେ କାର୍ଯ୍ୟରତ କର୍ମଚାରୀଙ୍କ ମୃତ୍ୟୁକୁ ଦୃଷ୍ଟିରେ ରଖି ଓଡ଼ିଶା ମାନବାଧିକାର ଆୟୋଗ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗର ତା.୨୯/୦୪/୨୦୨୧ରିଖର ନିର୍ଦ୍ଦେଶନାମା ୧୨୬୫୬ ଅନୁଯାୟୀ  କାର୍ଯ୍ୟାଳୟକୁ ମେ ୩ ତାରିଖରୁ  ୧୩ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି | ଏଥିପାଇଁ ଅଧ୍ୟକ୍ଷଙ୍କ ଆଦେଶ କ୍ରମେ ସଚିବଙ୍କ ଦ୍ୱାରା ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି | ହେଲେ ଆବଶ୍ୟକସ୍ଥଳେ କାର୍ଯ୍ୟାଳୟର ତତ୍କାଳ କାର୍ଯ୍ୟରେ ଯୋଗଦେବାର ଆବଶ୍ୟକତାକୁ ଦୃଷ୍ଟିରେ ରଖି   କମିଶନର କର୍ମଚାରୀମାନେ ହେଡ଼କ୍ବାର୍ଟର ଛାଡି ବିନାନୁମତିରେ ବାହାରକୁ ଯିବେ ନାହିଁ | କମିଶନର ଅଫିସିଆଲ ମେଲ This email address is being protected from spambots. You need JavaScript enabled to view it. ରେ ଆବେଦନ ଗ୍ରହଣ ଜାରି ରହିବ| କୌଣସି ଜରୁରୀ ମାମଲା ଶୁଣାଣି ପାଇଁ 8763642080 ମୋବାଇଲ ନମ୍ବରରେ ଯୋଗାଯୋଗ କରାଯାଇପାରିବ |  ଆବଶ୍ୟକ ସ୍ଥଳେ ଅଧ୍ୟକ୍ଷଙ୍କ ଅନୁମୋଦନ କ୍ରମେ ଆଭାସୀ ମାଧ୍ୟମରେ (virtual mode )ରେ ଜରୁରୀ ମାମଲାର ଶୁଣାଣି କରାଯାଇପାରିବ ବୋଲି କମିଶନ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି |

 

0
0
0
s2sdefault