ମନ୍ଦିର ନିକଟ ରାସ୍ତାରେ ନିର୍ମାଣ ହେବ ମାର୍କେଟ କମ୍ପ୍ଲେକ୍ସ
ଓଡ଼ଗାଁ, (ଶ୍ରୀକାନ୍ତ କୁମାର ମିଶ୍ର) : ଶ୍ରୀ ଶ୍ରୀ ରଘୁନାଥ ଜୀଉଙ୍କ ପ୍ରବେଶ ପଥ ରାସ୍ତାର ଉଭୟ ପାଖରେ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ହେବା ସହ ସଂକୀର୍ଣ୍ଣ ହୋଇଥିବା ପ୍ରବେଶ ପଥକୁ ପ୍ରଶସ୍ତ କରାଯିବ । ଏଥି ସହିତ ଲଷ୍ମୀବଜାର ନିକଟ ମନ୍ଦିର ମାର୍କେଟ କମ୍ପ୍ଲେକ୍ସର ପ୍ରଥମ ମହଲା ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ମନ୍ଦିର ବେଢାରୁ ମାର୍ବଲ ପଥର ବାହାରିବା କାର୍ଯ୍ୟ ସରିବା ପରେ ପୂର୍ବରୁ ତଳେ ପଡିଥିବା ବଉଳମାଳିଆ ପଥରକୁ ଚିକଣକରି ଆକର୍ଷଣୀୟ କରାଯିବାକୁ ପରିଦର୍ଶନରେ ଆସିଥିବା ଭୁବନେଶ୍ୱର ସହକାରୀ ଦେବୋତ୍ତର କମିଶନର ଶ୍ରୀଦିପ ମିଶ୍ର କହିଥିଲେ । ପ୍ରାୟ ୭୦୦ ବର୍ଷରୁ ଉର୍ଦ୍ଧ୍ବ କାଳହେବ ଶ୍ରୀ ଜୀଉଙ୍କ ସେବାକାର୍ଯରେ ନିୟୋଜିତ ସେବାୟତ ମାନଙ୍କ ବଂଶବୃଦ୍ଧି ଫଳରେ ସେମାନଙ୍କୁ ମିଳିଥିବା ଘରବାରୀ ସଂକିର୍ଣ୍ଣ ହୋଇଯାଇଥିବାରୁ ରହିବା ସମ୍ଭବପର ହେଉନାହିଁ । ଏଣୁ ସେମାନଙ୍କ ନିମନ୍ତେ ଘରବାଡ଼ି ଯାଗା ଯୋଗାଇ ଦେବାକୁ ପୂଜକ ସଂଘର ସଭାପତି ପ୍ରଫୁଲ କୁମାର ମହାପାତ୍ର ସହକାରୀ କମିଶନରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।